Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଚୀନରେ କଲବଲ ପାକିସ୍ତାନୀ ମହିଳା : ବୋହୂ ହୋଇ ଯାଉଛନ୍ତି, ବେଶ୍ୟାଳୟରେ ଦେହ ବିକୁଛନ୍ତି !

4/12/2019 at 6:49 PM

ଲାହୋର :   ପାକିସ୍ତାନୀ ଯୁବତୀ ଓ ମହିଳାଙ୍କୁ  ବୋହୂ କରି ଚୀନକୁ ବିକି ଦିଆଯାଉଛି। ଯେଉଁମାନଙ୍କୁ ଚୀନରେ ବେଶ୍ୟାବୃତ୍ତି  ଲାଗି ବାଧ୍ୟ କରାଯାଉଛି।  ଘଟଣା ଜଣାପଡିବା ପରେ ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ପାକିସ୍ତାନରୁ ୬୨୯ ଜଣ ଯୁବତୀ ଓ ମହିଳା ଚୀନକୁ ବୋହୂ ହୋଇଯାଇଥିବା ସରକାରୀ ସୂଚୀ କହୁଛି। ହେଲେ  ବାସ୍ତବିକ୍ ସଂଖ୍ୟା ଢେର ଅଧିକ ବୋଲି ଅଭିଯୋଗ ହେଲାଣି।

ପାକିସ୍ତାନୀ ତଦନ୍ତକାରୀଙ୍କ ଦ୍ୱାରା ପ୍ରସ୍ତୁତ ସୂଚୀ ଅନୁସାରେ ୨୦୧୮ରୁ ୨୦୧୯ ମଧ୍ୟରେ ଏତେ ସଂଖ୍ୟକ ମହିଳା ଓ ଯୁବତୀ ଚୀନ ଚାଲାଣ ହୋଇଥିବାର ଏହି ପ୍ରମାଣ ଦେଶରେ ମାନବ ତସ୍କରୀ ରୋକିବା ଲାଗି କୁହାଯାଇଛି। ତେବେ  ଗତ କିଛି ମାସ ହେଲା ଏଭଳି ତଥ୍ୟ ସଂଗ୍ରହକୁ ମଧ୍ୟ ବନ୍ଦ କରିଦିଆଯାଇଛି। ସରକାରଙ୍କ ଚାପ ଯୋଗୁ ଏବେ ଏ ଭଳି ଘଟଣାର ଆଉ ତଦନ୍ତ ହେଉନଥିବା ଅନଧିକାରୀକ ଭାବେ ଏକ୍ଷେତ୍ରରେ କାର୍ଯ୍ୟରତ କେତେକ କର୍ମଚାରୀମାନେ କହିଛନ୍ତି।

ଏଭଳି ତଦନ୍ତ ଚୀନ ଓ ପାକିସ୍ତାନର ସମ୍ପର୍କ ତିକ୍ତ କରିବ ବୋଲି ଆଶଙ୍କା କରାଯାଉଥିବାରୁ ତଦନ୍ତ ଠପ କରାଯାଇଥିବା ବେଳେ ଦେଶରେ ମାନବ ତସ୍କରୀର ସବୁଠୁ ବଡ ସରକାରୀ ତଦନ୍ତ ଠପ ହୋଇଯାଇଛି। ଗତ ଅକ୍ଟୋବର ମାସରେ ଫୈସଲାବାଦର ଏକ କୋର୍ଟ ତସ୍କରୀ ସମ୍ପର୍କିତ ଏକ ମାମଲା ବନ୍ଦ କରିଦେଇଥିଲେ। ମାମଲାର ସାକ୍ଷମାନେ କୋର୍ଟକୁ ନ ଆସିବା ଯୋଗୁ ଶୁଣାଣି ବନ୍ଦ ହୋଇଯାଇଥିବା ବେଳେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଥିଲା। ଫଳରେ ତସ୍କରୀ ଅଭିଯୋଗରୁ ୩୧ ଜଣ ଚୀନ ନାଗରିକ ମୁକ୍ତ ହୋଇଯାଇଛନ୍ତି।

ଚୀନ ଚାଲାଣ ହୋଇଥିବା ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିବା ଓ ଏ କ୍ଷେତ୍ରରେ ସେମାନଙ୍କ ଅଭିଭାବକଙ୍କୁ ସହାୟତା କରୁଥିବା ସଲିମ ଇକବାଲ ଏବେ ସରକାର ତରବରିଆ ଭାବେ ତଦନ୍ତ ଉପରେ ପର୍ଦ୍ଦା ପକାଇବାକୁ ଉଦ୍ୟମ କରୁଥିବା କହିଛନ୍ତି। ଟ୍ରାଫିକିଙ୍ଗ ନେଟୱାର୍କର ତଦନ୍ତ କରୁଥିବା ସଂଘୀୟ ତଦନ୍ତକାରୀ ସଂସ୍ଥାନର ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଇକବାଲ କହିଥିବା ବେଳେ କିଛି ଅଧିକାରୀଙ୍କ ବଦଳି ହୋଇଥିବାର ସୂଚନା ବି ମିଳିଛି। ଏ ନେଇ ପାକିସ୍ତାନ ଗୃହ ଓ ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯିବାରେ ଅଧିକାରୀ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ତେବେ ପାକିସ୍ତାନରେ ଚାଲିଥିବା ଏହି ତସ୍କରୀରେ ବିଶେଷ କରି ସଂଖ୍ୟାଲଘୁ ଇଶାଇ ଟାର୍ଗେଟ୍ ହେଉଛନ୍ତି। ଏଥିରେ ଉଭୟ ପାକିସ୍ତାନୀ ଓ ଚୀନ ମଧ୍ୟସ୍ଥତା ମଧ୍ୟ ରହୁଛି। ଖ୍ରୀଷ୍ଟିଆନ ମନ୍ତ୍ରୀ ଓ ଛୋଟଛୋଟ ଇଭେଞ୍ଜଲିକ ଚର୍ଚ୍ଚର କାର୍ଯ୍ୟକର୍ତ୍ତାମାନେ ଚୀନ ନାଗରିକଙ୍କ ଠାରୁ ବିପୁଳ ଲାଞ୍ଚ ନେଇ ନିରିହ ଗରିବ ଘରର ଝିଅଙ୍କୁ ଏଭଳି ବିବାହ କରାଉଥିବାର ଜଣାପଡିଥିଲା। ବିଶେଷ କରି ବେଶ୍ୟାବୃତ୍ତି ଲାଗି ଏଭଳି ତସ୍କରୀ ହେଉଥିବା ଜଣାପଡିଥିଲେ ହେଁ କୌଣସି କ୍ଷେତ୍ରରେ ଅଙ୍ଗ ପ୍ରତ୍ୟାରୋପଣ ଅଭିଯୋଗ ନେଇ କୌଣସି ପ୍ରମାଣ ମିଳିନାହିଁ।

କେବଳ ସଂଖ୍ୟାଲଘୁ ଇଶାୟୀ ନୁହନ୍ତି ଗରିବ ମୁସଲମାନ ମଧ୍ୟ ଏହି ତସ୍କରୀର ଶିକାର ହୋଇଛନ୍ତି। ମଦରସାରେ ମ୍ୟାରେଜ ବ୍ୟୁରୋ ଚଳାଇ ଏଭଳି ଯୁବତୀକିଣା ବିକା ଚାଲିଥିବା ବେଳେ ପ୍ରତି ଯୁବତୀ ଓ ମହିଳାଙ୍କ ଲାଗି ଚୀନ ନାଗରିକଙ୍କଠାରୁ ୨୫ରୁ ୬୫ ହଜାର ଡଲାର ଆଦାୟ କରୁଛନ୍ତି। ଝିଅ ବଦଳେ ଅଭିଭାବକଙ୍କୁ ପାକିସ୍ତାନୀ ଟଙ୍କାରେ ୨ ଲକ୍ଷା ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ବେଳେ ବାକି ଅର୍ଥ ମଧ୍ୟସ୍ଥ ହଡପ କରିଯାଉଥିବା ଜଣାପଡିଛି।

ସରକାର ଏଭଳି ଘଟଣା ସମ୍ପର୍କରେ ଜାଣିଥିଲେ ହେଁ ଚୀନ ସହ ସମ୍ପର୍କ କାରଣରୁ ଆଖି ମୁଦି ଦେଇଛନ୍ତି। କାରଣ କେବଳ ଆର୍ଥିକ ନୁହେଁ ପାକିସ୍ତାନକୁ ଚୀନରୁ ସେନା ଓ ଅସ୍ତ୍ରଶସ୍ତ୍ର ସହାୟତା ମଧ୍ୟ ମିଳୁଛି। ଏଣୁ ଇମ୍ରାନ ସରକାରଙ୍କ ନିକଟରେ ଏ ନେଇ ଖୋଲାଖୋଲି ଅଭିଯୋଗ ହୋଇଥିଲେ ବି ଏଥିପ୍ରତି ସେ ଦୃଷ୍ଟି ନ ଦେବା ଯୋଗୁ ଫୈସଲାବାଦ କୋର୍ଟ ଚୀନ ନାଗରିକଙ୍କ ବିରୋଧରେ ମୋକଦ୍ଦମା ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ବୋଲି ଅଭିଯୋଗ ହୋଇଛି।   

   Related Posts