ବ୍ରିଟେନ ବାସିନ୍ଦାଙ୍କୁ ବିବାହ କରିଥିବା ପାକିସ୍ତାନୀ ସ୍ତ୍ରୀଙ୍କ କରୁଣ କାହାଣୀ: ବିବାହର କିଛିଦିନ ପରେ ଛାଡି ଦେଉଛନ୍ତି ସ୍ବାମୀ

Published By : Prameya-News7 Bureau | June 24, 2019 IST

ପାକିସ୍ତାନୀ ଝିଅଙ୍କୁ ବିବାହ କରିଆଣୁଥିବା ବ୍ରିଟେନର ପାକିସ୍ତାନୀ ପୁରୁଷମାନେ ବିବାହର କିଛି ବର୍ଷ ପରେ ପୁଣି ପାକିସ୍ତାନରେ ଛାଡି ଦେଉଥିବା ଏକ ଧାରାରେ ପଡିଗଲାଣି । ଏଭଳି ପ୍ରାୟ ୧୦୦୦ଟି ମାମଲା ସାମ୍ନାକୁ ାସିବା ପରେ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଆଗାମୀ ଦିନରେ ଏହା ଏକ ବଡ ସାମାଜିକ ସମସ୍ୟାଭାବେ ଉଭା ହେବାକୁ ଯାଉଛି ।  

ଏଭଳି ଏକ ନୂଆ ଟ୍ରେଣ୍ଡ ପଛର କାରଣ କଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ବାମୀ ପରିତ୍ୟକ୍ତା ମହିଳାମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି । ବ୍ରିଟେନରେ ରହୁଥିବା ପାକିସ୍ତାନୀଙ୍କୁ ବିବାହ କରିଥିବା ପାକିସ୍ତାନର ଝିଅଙ୍କ ମଧ୍ୟରୁ ଅନେକଙ୍କୁ ତାଙ୍କ ସ୍ବାମୀମାନେ ପୁଣି ପାକିସ୍ତାନରେ ଛାଡି ଦେଇ ଆସିବା ସହ ତଲାକ ଦେଉଥିବା ଦେଖିବାକୁ ମିଳିଛି । ଏପରିକି କିଛି ମହିଳାଙ୍କୁ ସେମାନଙ୍କ ନିଜ ପିଲା ଛୁଆଙ୍କଠୁ ମଧ୍ୟ ଅଲଗା କରିଦିଆଯାଏ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ମହିଳାମାନଙ୍କୁ ବ୍ରିଟେନ୍‌ ପୁରୁଷ ବିବାହ କରି ବ୍ରିଟେନ୍‌ ଆଣନ୍ତି। ବ୍ରିଟେନ୍‌ରେ ସେମାନେ ତାଙ୍କ ସ୍ବାମୀ ଓ ପରିବାରର ଦେଖାରେଖା କରନ୍ତି।କିଛି ଦିନପରେ ଛୁଆପିଲା ହୋଇସାରିବା ପରେ ଏହି ପାକିସ୍ତାନୀ ମହିଳାଙ୍କୁ ଛୁଟି କଟାଇବା କିମ୍ବା କାହା ଦେହ ଖରାପ ଅଛି ବୋଲି କହି ପାକିସ୍ତାନ ଅଣା ଯାଏ। ସେଠାରେ ହଠାତ୍‌ କିଛି କାରଣ ନଦେଇ ତାଙ୍କ ସ୍ବାମୀମାନେ ତାଙ୍କୁ ଛାଡପତ୍ର ଦେଇଥାନ୍ତି ଓ ତାଙ୍କ ପିଲା ଛୁଆଙ୍କଠୁ ମଧ୍ୟ ଅଲଗା କରିଦିଅନ୍ତି।

ମା ଓ ଛୁଆଙ୍କୁ ପରସ୍ପରଠୁ ହଜାର ହଜାର କିଲୋମିଟର୍‌ ଦୂରରେ ରଖାଯାଏ। ପିଲାମନଙ୍କୁ କୁହାଯାଏ ଯେ, ତାଙ୍କ ମା ମରିଯାଇଛି ବା ମାନସିକ ରୋଗରେ ପୀଡିତ ଅଛି। ପିଲାଙ୍କୁ ଏହା ମଧ୍ୟ କୁହାଯାଏ ଯେ, ତାଙ୍କ ମା ତାଙ୍କଠୁ ଅଲଗା ହେବାକୁ ଚାହାନ୍ତି। ଅନୁସନ୍ଧାନ କରିବା ପରେ ଜଣା ପଡିଥିଲା ଯେ, ୨୦୦୨ ମସିହାରୁ ଏମିତି ପାଖାପାଖି ୧୦୦୦ ମାମଲା ହୋଇଛି ଯେଉଁଥିରେ ପାକିସ୍ତାନୀ ପତ୍ନୀଙ୍କୁ ଛଡା ଯାଇଛି।

wp:heading {"level":1}

 

/wp:heading wp:heading {"level":1}

ବ୍ରିଟେମର ନିୟମ ଅନୁସାରେ ପାକିସ୍ତାନରେ ଛାଡି ଦିଆଯାଉଥିବା ମହିଳାମାନେ ପୁଣି ବ୍ରିଟେନ ପ୍ରବେଶ କରିବାରୁ ଅନୁମତି ମିଳିନଥାଏ । କାରଣ ବିବାହ ବେଳେ ଏହି ମହିଳାମାନେ ଜୀବନସାଥୀ ବିସାରେ ପାକିସ୍ତାନରୁ ବ୍ରିଟେନ ଆସିଥାନ୍ତି । ଫଳରେ ସେମାନେ ପାକିସ୍ତାନ ଗଲାପରେ ପୁଣି ଫେରିବା ଆଉ ସହଜ ହୋଇନଥାଏ । ସେମାନଙ୍କୁ ପାକିସ୍ତାନରେ ସେମାନଙ୍କ ସ୍ବାମୀ ଛାଡିଦେଇ ଆସିବାପରେ ବିବାହ ବିଚ୍ଛେଦ ହୋଇଛି ବୋଲି ପାସପୋର୍ଟ ଓ ଭିସା କାର୍ଯ୍ୟାଳୟରେ ଲିଖିତ ଆକାରରେ ସୂଚନା ଦେଇଥାନ୍ତି । ଫଳରେ ଏହି ମହିଳାଙ୍କୁ ବ୍ରିଟେନରେ ପ୍ରବେଶ ଅନୁମତି ମିଳିନଥାଏ ।        

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.