Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପାକିସ୍ତାନୀ ମହିଳା ସାମ୍ବାଦିକଙ୍କୁ ବଲୁଚିସ୍ତାନରେ ଗୁଳି କରି ହତ୍ୟା, ସ୍ୱାମୀ ବିରୋଧରେ ମାମଲା ରୁଜ୍ଜୁ କଲା ପରିବାର

6/09/2020 at 4:59 PM

ବଲୁଚିସ୍ତାନ ୦୬/୦୯ : ବଲୁଚିସ୍ତାନ କେଚ ଜିଲ୍ଲା ତୁରବତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଜଣେ ମହିଳା ସାମ୍ବାଦିକଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି | ସାମ୍ବାଦିକଙ୍କ ସ୍ୱାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଛି | ପାକିସ୍ତାନରେ ଲଗାତାର ଘରୋଇ ହିଂସା ମାମଲା ବୃଦ୍ଧି ପାଉଛି |

ସାହୀନା ସାହିନ ପିଟିବିରେ ସ୍ଥାନୀୟ ଆଙ୍କର ଓ ଏକ ସ୍ଥାନୀୟ ପତ୍ରିକାର ସମ୍ପାଦକ ଥିଲେ | ସେ ବଲୁଚିସ୍ତାନ ବିଶ୍ୱ ବିଦ୍ୟାଳୟରେ ଆର୍ଟ୍ସ ଫାଇନାଲ ଇୟର ଛାତ୍ରୀ ଥିଲେ | ତାଙ୍କ ସ୍ୱାମୀ ହିଁ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି | କାରଣ ସେ ବଲୁଚିସ୍ଥାନରେ ପ୍ରସିଦ୍ଧି ହାସଲ କରୁଥିଲେ | ୨୦୧୮ ର ଏକ ରିପୋର୍ଟରେ ଅନୁମାନ କରାଯାଇଥିଲା ଯେ ବଲୁଚିସ୍ତାନରେ ସମ୍ମାନ ନାଁରେ ୩୦ ମହିଳା ସମେତ ୫୦ ଜଣଙ୍କୁ ହତ୍ୟା କରାଯାଇଥିଲା | ଦି ଆରାତ ଫାଉଣ୍ଡେସନ ଦ୍ୱାରା ଏହି ରିପୋର୍ଟ ଜାରି କରାଯାଇଥିଲା | ଏହି ସଂଗଠନ ମହିଳାଙ୍କ ଅଧିକାର ସଂରକ୍ଷଣ ପାଇଁ କାମ କରୁଥିଲା |

କାର୍ଯ୍ୟକ୍ରମ ଅଧିକାରୀ ମହମ୍ମଦ ଅଶରଫ ମେଁଙ୍ଗଲଙ୍କ ଅନୁସାରେ, ଅଧିକାଂଶ ପୀଡିତଙ୍କୁ ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟା କରାଯାଇଥିଲା | ଯେଉଁଥିରେ ତଥାକଥିତ ସମ୍ମାନ ଏବଂ ଛୋଟ ପାରିବାରିକ କଳହ ନାଁରେ ସ୍ୱାମୀ, ଭାଇ ଓ ଅନ୍ୟ ସମ୍ପର୍କୀୟ ସାମିଲ ଥିଲେ | ସାହିନଙ୍କ ହତ୍ୟା ପଛରେ ମଧ୍ୟ ଏହି କାରଣ ଥାଇପାରେ ବୋଲି ଆଶଙ୍କା କରାଯାଉଛି | ପୋଲିସ ଅଧିକ୍ଷକ ନଯିବୁଲ୍ଲା ପଣ୍ଡରାନି କହିଛନ୍ତି ଯେ ଏହି ହତ୍ୟା ଘରୋଇ ହିଂସାର ପରିଣତି | ମାମଲାରେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ | ସାହିନ ପରିବାର ଲୋକ ତାଙ୍କ ସ୍ୱାମୀଙ୍କ ବିରୋଧ ମାମଲା ରୁଜ୍ଜୁ କରିଛନ୍ତି | ୫ ମାସ ପୂର୍ବରୁ ସାହିନଙ୍କ ବିବାହ ହୋଇଥିଲା |

   Related Posts