Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ପାକିସ୍ତାନ ମହିଳା ଅଟାରୀ ସୀମାରେ ଝିଅକୁ ଦେଲେ ଜନ୍ମ, ନାଁ ରହିଲା ବର୍ଡର

6/12/2021 at 11:57 AM

ନୂଆଦିଲ୍ଲୀ ୦୬/୧୨: ଅଟାରି ସୀମାରେ ଫସିରହିଥିବା ଜଣେ ଦମ୍ପତ୍ତି କୋଳ ପୁରିଛି । ୭୦ ଦିନ ଫସିରହିବା ପରେ ଗୋଟିଏ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଶା । ଡିସେମ୍ବର ୨ରେ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି ପାକିସ୍ତାନର ଜଣେ ମହିଳା । ସୀମାରେ ଶିଶୁର ଜନ୍ମ ହେତୁ ଏହି ଦମ୍ପତି ନବଜାତ ଶିଶୁର ନାମ ‘ବର୍ଡର’ ରଖିବେ ବୋଲି କହିଥିଲେ ।

ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜନପୁର ଜିଲ୍ଲାର ନିମ୍ବୁ ବାଇ ଏବଂ ବଲାମ ରାମ କିଛି ଦିନ ଧରି ଅନ୍ୟ ପାକିସ୍ତାନୀ ନାଗରିକଙ୍କ ସହ ସୀମାରେ ରହୁଥିଲେ । ଡିସେମ୍ବର ୨ରେ ନିମ୍ବୁ ବାଇଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ମହିଳା ଜଣକ ପ୍ରସବ ବେଦନାଗ୍ରସ୍ତ ହୋଇ ନିକଟସ୍ଥ ପଞ୍ଜାବ ଗାଁର ସହାୟତା ଲୋଡିଥିଲେ । ଅନ୍ୟାନ୍ୟ ସୁବିଧା ବ୍ୟତୀତ ସ୍ଥାନୀୟ ଲୋକମାନେ ମା ଏବଂ ଶିଶୁଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରିଥିଲେ । ପରେ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା ।

ନିମ୍ବୁ ବାଇ ଏବଂ ବଲାମ ରାମ କହିଛନ୍ତି ଯେ ଇଣ୍ଡୋ-ପାକ୍ ସୀମାରେ ଏକ ଶିଶୁ ଜନ୍ମ ହେତୁ ସେମାନେ ନିଜ ସନ୍ତାନର ‘ବର୍ଡର’ ରଖିଛନ୍ତି । ବଲାମ କହିଛନ୍ତି ଯେ ସେ ଏବଂ ଅନ୍ୟ ପାକିସ୍ତାନୀ ନାଗରିକମାନେ ଭାରତ ତୀର୍ଥଯାତ୍ରାକୁ ଆସିଥିଲେ କିନ୍ତୁ ଆବଶ୍ୟକ ଦଲିଲ ଅଭାବରୁ ସେମାନେ ସମସ୍ତେ ସୀମାରେ ଅଟକି ଯାଇଥିଲେ । ଏଠାରେ ରହୁଥିବା ୯୭ ଜଣଙ୍କ ମଧ୍ୟରୁ ୪୭ ଜଣ ଶିଶୁ ଅଟନ୍ତି । ଏହି ପିଲାମାନଙ୍କ ମଧ୍ୟରୁ ୬ଜଣ ଭାରତରେ ଜନ୍ମ ହୋଇଥିଲେ ଏବଂ ବର୍ଷକରୁ କମ୍ ବୟସର ।

   Related Posts