Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ପାକିସ୍ଥାନୀ ମହିଳା ମୋଦିଙ୍କୁ କଲେ ଅନୁରୋଧ, ଆମଦେଶକୁ ଆକ୍ରମଣ କରନ୍ତୁ..ସାରା ପାକିସ୍ଥାନ ଆପଣଙ୍କ ପଛରେ ଅଛି

17/02/2019 at 9:07 PM

ବେଲୁଚିସ୍ଥାନ ୧୭/୨- ବେଲୁଚିସ୍ଥାନର ଜଣେ ମହିଳା ମୋଦିକୁ କରିଛନ୍ତି ଅନୁରୋଧ .. ମୋଦିଜୀ ଉଚିତ ଜବାବ ଦେବାପାଇଁ ଆମ ଦେଶକୁ ଆକ୍ରମଣ କରନ୍ତୁ.. ସାରା ପାକିସ୍ଥାନ ଆପଣଙ୍କ ପଛରେ ଅଛି ।

ବେଲୁଚିସ୍ଥାନର ଛାତ୍ର ସଂଗଠନର ସଭାପତି କରିମା ବଲୋଚ ଏହି ପ୍ରକାର ଅନୁରୋଧ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି । ସେ  ମୋଦିଙ୍କୁ ଭାଇବୋଲି ସମ୍ବୋଧନ କରି ପାକିସ୍ଥାନରେ ଚାଲୁଥିବା ଅରାଜକତା ବିରୋଧରେ ଏକପ୍ରକାର ସ୍ଵର ଉତ୍ତୋଳନ କରିଛନ୍ତି ।

ପାକିସ୍ଥାନର ମନୋମୁଖି କାର୍ଯ୍ୟକଳାପ ପାଇଁ ଆତଙ୍କୀମାନଙ୍କୁ ଛାଡ଼ିଦେବାପରେ ଅନେକ ଜନସାଧାରଣ ନିଜକୁ ପାକିସ୍ଥାନର ସୁରକ୍ଷିତ ମଣୁନାହାଁନ୍ତି । ସନ୍ତ୍ରାସବାଦ ଦେଶ ହିସାବରେ ପାକିସ୍ଥାନର ମନୋଭାବ ସାରା ବିଶ୍ଵରେ ସମସ୍ତେ ଜାଣିସାରିଲେଣି ।  ସେଥିପାଇଁ କିଛି  ସଚେତନ ନାଗରିକ ପାକିସ୍ଥାନରେ ରହିବାକୁ ଲଜ୍ୟାଜନକ ବୋଲି ଭାବିଲେଣି ।

ବେଲୁଚି ଛାତ୍ର ସଂଗଠନ ପୁଲଓ୍ଵାମା ଘଟଣାକୁ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି । ଏହି ଘଟଣାରେ ପାକିସ୍ଥାନକୁ ଆକ୍ରମଣ କରିବାକୁ ନିଜ ତରଫରୁ ମୋଦିଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେ ମଧ୍ୟ ଆହୁରି କହିଛନ୍ତି ବେଲୁଚି ନରସଂହାର, ଯୁଦ୍ଧ ଅପରାଧ,ମାନବାଧିକାର ଉଲଙ୍ଘନ ପାଇଁ ସେମାନେ ଅତିଷ୍ଠ ହୋଇପଡ଼ିଲେଣି । ସେଥିପାଇଁ ମୋଦିଙ୍କୁ ଭାଇ ହିସାବରେ ଦେଖନ୍ତି । ମୋଦି ପାକିସ୍ଥାନକୁ ସମୂଳେ ଧ୍ଵଂସ କରିଦେଲେ ବି ସେମାନଙ୍କର କିଛି ଆପତ୍ତି ନାହିଁ ବୋଲି କହିଛନ୍ତି ।

ବେଲୁଚିର ଛାତ୍ର ସଂଗଠନ ତାଙ୍କ ପଛରେ ଅଛି ବୋଲି ମୋଦିଙ୍କୁ ସମ୍ବୋଧନ କରି କହିଛନ୍ତି ନାରୀନେତ୍ରୀ ବଲୋଚ ।

   Related Posts