ଆମେରିକାରେ ମୋଦିଙ୍କ ସ୍ୱାଗତକୁ ନେଇ ଭଡକିଲେ ପାକିସ୍ତାନୀ, ସୋସାଲ ମିଡିଆରେ ଇମ୍ରାନଙ୍କୁ କରୁଛନ୍ତି ଏପରି ଟ୍ରୋଲ

Published By : Prameya-News7 Bureau | September 22, 2019 IST

ନୂଆଦିଲ୍ଲୀ : ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଟେକ୍ସାସ ରାଜ୍ୟର ହ୍ୟୁଷ୍ଟନରେ ମୋଦିଙ୍କ ସ୍ୱାଗତ ଲାଗି ଆୟୋଜିତ କାର୍ଯ୍ୟକ୍ରମରେ ପାକିସ୍ତାନୀ ଅସହିଷ୍ଣୁ ହୋଇପଡିଥିବା ବେଳେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୋସାଲ ମିଡିଆରେ ଖୁବ୍ ଟ୍ରୋଲ କରୁଛନ୍ତି। ମୋଦିଙ୍କ ପଛେ ପଛେ ଇମ୍ରାନ ନ୍ୟୁୟର୍କରେ ପହଞ୍ଚିଥିଲେ।  ହେଲେ ମୋଦିଙ୍କ ଲାଗି ଆମେରିକା ସରକାର ଯେପରି ଭବ୍ୟସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଇମ୍ରାନଙ୍କ ଲାଗି ସେଭିଳି କିଛି  କରାଯାଇନି।

wp:html /wp:html

ପାକ୍ ମହିଳା ସାମ୍ବାଦିକ ନୟଲା ଇନାୟତ ଟ୍ୱିଟ୍ କରି ଆମେରିକାରେ ପାକ୍ ପ୍ରଧାନମନ୍ତ୍ରୀ ଓ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପ୍ରଭେଦ ଦର୍ସାଇବାକୁ ଉଦ୍ୟମ କରିଛନ୍ତି। ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ବିମାନ ବନ୍ଦରରେ ରେଡକାର୍ପେଟ ୱେଲକମ କରିଥିଲା। ଯେଉଁଥିରେ ଟ୍ରମ୍ଫଙ୍କ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ଓ ପ୍ରଶାସନିକ ଉଚ୍ଚ ଅଧିକାରୀମାନେ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଲେ ଇମ୍ରାନଙ୍କ ପାଇଁ ଆମେରିକା  ସେଭଳି କୌଣସି ବ୍ୟବସ୍ଥା  କରିନଥିବା ବେଳେ ପାକ୍ ଦୂତାବାସର କିଛି କର୍ମଚାରୀ ଓ ବୈଦେଶୀକ ମନ୍ତ୍ରୀ ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ।

wp:html /wp:html

ତେବେ କିଛି ୟୁଜର ଦେଶର ଆର୍ଥିକ ଦୁଃସ୍ଥିତି ଯୋଗୁ ପାକ୍ ଅନ୍ତର୍ଜାତୀୟ ସ୍ତରରେ ନିଜର ସମ୍ମାନ ହରାଇଥିବାର କ୍ଷୋଭ ପ୍ରକାଶ କରିଛନ୍ତି। ଜନୈକ ପାକିସ୍ତାନୀ ଟ୍ୱିଟର ୟୁଜର ଓସାମାବିନ୍ ଲାଡେନର ଫଟୋ ସେୟାର କରି ଏହା ଏକ ଶାନ୍ତିପ୍ରିୟ ଦେଶ ବୋଲି ଉଲ୍ଲେଖ କରିଛନ୍ତି। କାରଣ ଲାଡେନ୍ ଏଠାରେ ୧୦ ବର୍ଷ ଖୁବ ଶାନ୍ତିରେ କଟାଇଥିଲାବୋଲି ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.