‘ବୃକ୍ଷ ରୋପଣ ଇସଲାମକୁ ଅସମ୍ମାନ’, ଏମିତି କହି ଗଛ ଉପାଡିଦେଲେ ପାକିସ୍ତାନୀ, ଇମରାନଙ୍କୁ ଅପଦସ୍ତ କଲା ଭାଇରାଲ ଭିଡିଓ
10/08/2020 at 6:55 PM

ଲାହୋର, ୧୦|୦୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ରବିବାର ଦେଶରେ ସର୍ବବୃହତ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ପାକିସ୍ତାନୀ ଗଛ ଚାରାକୁ ଉପାଡିବା ସହ ଏହାକୁ ଇସଲାମ ସହ ଯୋଡିଛନ୍ତି ।
Prime minister Imran Khan of Pakistan🇵🇰 this weekend organized massive treplanting. Extremists attacked the great efforts of the prime minister claiming it is against islam. Crazy! All religions call upon us to protect Mother Earth.
— Erik Solheim (@ErikSolheim) August 10, 2020
pic.twitter.com/vrOAu9SiUT
ପରିବେଶବିତ ଏରିକ୍ ସୋଲହମ୍ ଏକି ଭିଡିଓ ଟ୍ୱିଟରରେ ସେୟାର କରି କହିଛନ୍ତି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଚଳିତ ସପ୍ତାହରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ କିଛି ପାକିସ୍ତାନୀ ଏହାକୁ ବିରୋଧ କରିଥିଲେ । ଇମରାନଙ୍କ ଅଭିଯାନ ଇସଲାମ ବିରୋଧି ବୋଲି ସେମାନେ କହିଥିଲେ । ସବୁ ଧର୍ମ ପ୍ରକୃତିର ରକ୍ଷା ପାଇଁ ବୋଲି ସେମାନେ ଭୁଲି ଯାଇଥିଲେ ।
ଏହି ଭିଡିଓକୁ ଏବେସୁଦ୍ଧା ୧ ଲକ୍ଷରୁ ଅଧିକ ଥର ସେୟାର କରାଯାଇଛି । ଏହା ପାକିସ୍ତାନର ଖୈବର ମଣ୍ଡି ଜିଲ୍ଲାର ଅଟେ । ଏଥିରେ କେତେକ ପାକିସ୍ତାନୀ ରୋପଣ କରାଯାଇଥିବା ଚାରାକୁ ଉପାଡୁଥିବା ଦେଖିବାକୁ ମିଳିଛି ।
ପାକିସ୍ତାନୀ ଟିଭି ଚ୍ୟାନେଲ୍ ସମା ଟିଭି ଅନୁସାରେ, କିଛି ଲୋକ ଏପରି ସରକାରଙ୍କ ବିରୋଧରେ କରୁଛନ୍ତି କାରଣ ଏହି ସ୍ଥାନର ମାଲିକାନା ବିବାଦିତ ହୋଇ ରହିଛି । ଏପରି ପ୍ରାୟ ୬ ହଜାର ଗଛକୁ ସେମାନେ ଉପାଡି ପକାଇଛନ୍ତି ।