୨ ଫୁଟ୍‌ ଉଚ୍ଚ ପାକିସ୍ତାନୀଙ୍କୁ ମିଳିଲା ୬ ଫୁଟ୍‌ର ପତ୍ନୀ: ଗ୍ରାଣ୍ଡ ରିସେପ୍ସନ ପାର୍ଟିର ଡ୍ୟାନ୍ସ ଭିଡିଓ ହେଲା ଭାଇରାଲ

Published By : Prameya-News7 Bureau | November 25, 2019 IST

ନୂଆଦିଲ୍ଲୀ୨୫/୧୧: ପାକିସ୍ତାନର ଜଣେ ୨ ଫୁଟ୍‌ ଉଚ୍ଚର ମଣିଷ ବୁରହାନ ଚିସ୍ତୀଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ବୁରହାନ ନିଜ ବିବାହର ରିସେପ୍ସନ ପାର୍ଟିରେ ଏକ ପଞ୍ଜାବି ଗୀତର ତାଳେ ତାଳେ ନାଚୁଛନ୍ତି। ଅଧିକାଂଶ ଲୋକେ ବୁରହାନଙ୍କୁ ବୋବୋ ନାମରେ ଜାଣନ୍ତି। ବୋବୋ ପୋଲିଓ ରୋଗରେ ଆକ୍ରାନ୍ତ ତଥାପି ଜୀବନ ଯୁଦ୍ଧରେ ସେ କେବେ ହାରି ନାହାନ୍ତି। ବୋବୋଙ୍କ ଉଚ୍ଚତା ୨ ଫୁଟ୍‌। ହେଲେ ତାଙ୍କ ପତ୍ନୀଙ୍କ ଉଚ୍ଚତା ୬ ଫୁଟ୍‌ ।

wp:html /wp:html

ପାକିସ୍ତାନ ପଞ୍ଜାବର ପାକପଟୁନରେ ରହୁଥିବା ବୋବୋ ନିଜ ରିସେପ୍ସନ ପାର୍ଟିରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦେଶ ବିଦେଶରୁ ବହୁ ଅତିଥି ବୋବୋଙ୍କ ରିସେପ୍ସନ ପାର୍ଟିରେ ଉପସ୍ଥିତ ଥିଲେ। ଗ୍ରାଣ୍ଡ ରିସେପ୍ସନ ପାର୍ଟିରେ ବୋବୋ ନିଜ ସାଙ୍ଗ ଓ ସାଥୀଙ୍କ ସହ ଧୁମ ନାଚି ଥିଲେ।

wp:core-embed/twitter {"url":"https://twitter.com/Bobostylenorway/status/922402043817545728","type":"rich","providerNameSlug":"twitter","className":""}
https://twitter.com/Bobostylenorway/status/922402043817545728
/wp:core-embed/twitter

ପାଖାପାଖି ୧୩ଟି ଦେଶରୁ ଅତିଥିଙ୍କୁ ବୋବୋ ନିଜ ରିସେପ୍ସନ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ବୋବୋ ଜଣେ ସଫଳ ବିଜନେସ୍ ମ୍ୟାନ। ସେ ବିଳାଶମୟ ଜୀବନ ଅତି ବାହିତ କରନ୍ତି। ଭାରତୀୟ ଫିଲ୍ମ ଷ୍ଟାର ସଲମାନ ଖାନଙ୍କ ବିଙ୍ଗ୍‌ ହ୍ୟୁମାନ କ୍ୟାମ୍ପେନକୁ ବୋବୋ ରିପ୍ରେଜେଣ୍ଟ ମଧ୍ୟ କରନ୍ତି। ସେ ଏକ ହ୍ବିଲ ଚେୟାର ମାଧ୍ୟମରେ ଯିବା, ଆସିବା କରିଥାଆନ୍ତି। ବୋବୋ ତାଙ୍କ ଜୀବନରେ ବହୁତ ଆନନ୍ଦ ଓ ଖୁସିରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.