ଭାରତର ପ୍ରଶଂସା କରି ଅଡୁଆରେ ପାକିସ୍ତାନୀ ଟିଭି ଆଙ୍କର: ସମର୍ଥନ ଜଣାଇ ଟ୍ୱିଟ୍ କଲେ ଶୋଏବ ଅଖତର

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ ୨୧/୦୧ : ପାକିସ୍ତାନୀ ଟିଭି ଆଙ୍କର ସେୟଦ ଇକରାଋଲ ହସନ ସୋମବାର ଦିନ ନିଜର କିଛି ଟ୍ୱିଟକୁ ନେଇ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛନ୍ତି। ଜାନୁଆରୀ ୧୭ ତାରିଖରେ ଭାରତ ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ଏକ ଟ୍ୱିଟକୁ ସେ ରିଟ୍ୱିଟ୍ କରିଥିଲେ। ଏହାପରେ ତାଙ୍କୁ ଖୁବ ସମାଲୋଚନା କରାଯାଇଥିଲା। ଅମିତାଭ କାନ୍ତ ନିଜ ଟ୍ୱିଟରେ କହିଥିଲେ ଯେ ଭାରତ ବିଶ୍ୱର ଭ୍ୟାକସିନ ହବ।

wp:embed {"url":"https://twitter.com/iqrarulhassan/status/1350821861546811394","type":"rich","providerNameSlug":"twitter","responsive":true,"className":""}
https://twitter.com/iqrarulhassan/status/1350821861546811394
/wp:embed

ଏହାପରେ ହସନ ସେହି ଟ୍ୱିଟକୁ ରିଟ୍ୱିଟ କରି ଲେଖିଥିଲେ, "ଇଣ୍ଡିଆ ବନାମ ପାକିସ୍ତାନ-ପାକିସ୍ତାନ ଭ୍ୟାକସିନ ମଗାଇବ ନାଁ ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ, ଆଉ ଭ୍ୟାକସିନ ତିଆରି କରିବା ତ ଦୂର କଥା। ମୁକାବିଲା କରିବାର ଅଛି ଯଦି ତାଲିମରେ କରୁ, ବିଜ୍ଞାନରେ କରୁ, ଇନ୍ଫ୍ରାଷ୍ଟ୍ରକ୍ଚରରେ କରୁ, ଅର୍ଥବ୍ୟବସ୍ଥାରେ କରୁ, ଜ୍ଞାନ କୌଶଳରେ କରୁ ଓ ସତ୍ୟର ସାମ୍ନା କରୁ।"

{"id":395959,"sizeSlug":"large","linkDestination":"none"}

ଏହା ପୂର୍ବରୁ ଇକରାଋଲ ହସନ ପାକିସ୍ତାନକୁ ଅନେକ ପ୍ରସଙ୍ଗରେ ଘେରି ଟ୍ୱିଟ କରିଛନ୍ତି। ଇନ୍ଫ୍ରାଷ୍ଟ୍ରକ୍ଚରକୁ ନେଇ ପାକିସ୍ତାନକୁ ଭାରତ ସହ ତୁଳନା କରିଥିଲେ। ସେ କହିଥିଲେ ଭାରତ କିଭଳି ପାକିସ୍ତାନ ଠାରୁ ସବୁ ଗୁଣରେ ଉତ୍ତମ। ହସନଙ୍କ ଏହି ଟ୍ୱିଟକୁ ନେଇ ବିବାଦ ବହୁତ ବଢି ଯାଇଥିଲା। ଟ୍ୱିଟରରେ ତାଙ୍କ ବିରୋଧରେ ମୋର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା। ଟ୍ୱିଟରରେ #ApologiseToTheCountry ଟ୍ରେଣ୍ଡ ହେବାକୁ ଲାଗିଲା। ଲୋକେ କହିଛନ୍ତି ହସନ ଦେଶକୁ କ୍ଷମା ମାଗିବା ଦରକାର। କିଛି ଲୋକେ ତାଙ୍କୁ ଗଦ୍ଦାର ବି କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ନେତା ମସଋର ବଦବୀ ଇକରାଋଲଙ୍କ ଟ୍ୱିଟକୁ ନେଇ ଆପତ୍ତି ଦର୍ଶାଇ କହିଥିଲେ, ଆପଣ ବି ଭାରତରେ ଶରଣ ଚାହୁଁଛନ୍ତି କି ? ଯଦି ନୁହେଁ ତାହେଲେ ପାକିସ୍ତାନର ସୁନ୍ଦରତା ସାମ୍ନାକୁ ଆଣ।"

wp:embed {"url":"https://twitter.com/shoaib100mph/status/1350885336600244227","type":"rich","providerNameSlug":"twitter","responsive":true,"className":""}
https://twitter.com/shoaib100mph/status/1350885336600244227
/wp:embed

କିଛି ଲୋକ ଇକରାଋଲଙ୍କୁ ସମର୍ଥନ ମଧ୍ୟ କରିଛନ୍ତି। ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର ଇକରାଋଲଙ୍କ ସମର୍ଥନରେ କହିଛନ୍ତି, "କାହାକୁ ଟାର୍ଗେଟ କରିବା ପୂର୍ବରୁ ତାର ସନ୍ଦର୍ଭକୁ ବୁଝିବା ଦରକାର ଯେ ସେ କଣ କହିବାକୁ ଚାହୁଁଛନ୍ତି। ପାକିସ୍ତାନ ପ୍ରତି ଇକରାଋଲଙ୍କ ଯେତିକି ସ୍ନେହ ଓ ସମର୍ପଣ ଅଛି ତାକୁ ନେଇ ନା କିଛି ବିବାଦ ଅଛି ନା କୌଣସି ପ୍ରଶ୍ନ ଉଠାଯାଇପାରିବ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.