Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଜମ୍ମୁକାଶ୍ମୀର ରାଜୌରି ଏଲଓସିରେ ପାକିସ୍ତାନର ଅନୁପ୍ରବେଶ ; ପାକ୍ ସେନା ଗୁଳିରେ ୩ ଜଣ ଭାରତୀୟ ଯବାନ ସହିଦ

22/10/2018 at 11:18 AM

ଜମ୍ମୁକାଶ୍ମୀର ୨୨|୧୦: ଜମ୍ମୁ କାଶ୍ମୀର ରାଜୌରି ଜିଲ୍ଲା ଏଲଓସିରେ ପାକିସ୍ତାନ ସେନା ଅନୁପ୍ରବେଶ କରିଛି । ପାକ୍ ସେନା ଗୁଳିରେ ୩ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ପାଲଟା ଆକ୍ରମଣରେ ପାକିସ୍ତାନ ବର୍ଡର ଆକ୍ସନ୍  ଟିମ୍  ୨ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ସେମାନଙ୍କଠାରୁ ୨ଟି ଏକେ-୪୭ ବନ୍ଧୁକ ମଧ୍ୟ ଜବତ ହୋଇଛି ।

ଗତକାଲି  ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରି ଭାରତୀୟ ସେନାର ପାଟ୍ରୋଲିଂ ଟିମ୍ ଉପରେ ଗୁଳିମାଡ଼ କରିଥିଲେ ପାକ୍  ଅନୁପ୍ରବେଶକାରୀ । ସୁନ୍ଦରବନୀ ଏଲଓସି ନିକଟରେ ପାକ୍  ଅନୁପ୍ରବେଶକାରୀ ଏବଂ ଭାରତୀୟ  ଯବାନଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା । ଫଳରେ ୩ ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇ ଆର୍ମି କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସହିଦ ଯବାନ ମାନେ ହେଲେ ନୌସେରାର ହାବିଲଦାର କୌଶଳ କୁମାର, ଦୋଦାର ଲାନ୍ସ ନାଇକ ରଂଜିତ ସିଂହ ଏବଂ ପଲ୍ଲନୱାଲାର ରାଇଫଲମ୍ୟାନ୍ ରଜତ କୁମାର ବସନ ।

   Related Posts