Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ପାକ୍ ଟିକ୍‌ଟକ୍‌ ଷ୍ଟାର ହରୀମଙ୍କୁ ଦୁବାଇରେ ମାରିଲେ KICK…ହଲାପଟା କଲେ ପାକିସ୍ତାନୀ ଯୁବକ, ଭିଡ଼ିଓ ଭାଇରାଲ

18/12/2019 at 5:58 PM

ଦୁବାଇ୧୮/୧୨: ପାକିସ୍ତାନର ଟିକ୍‌ଟକ୍ ଷ୍ଟାର ହରୀମ୍‌ ଶାହ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଦୁବାଇର ଏକ  ସପିଂ ମଲ ଓପିନିଂ କାର୍ଯ୍ୟକ୍ରମ ଅୖବସରରେ ହରୀମ ପାକିସ୍ତାନୀ ଦର୍ଶକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।  ହରୀମ ନିଜ ଟ୍ବିଟର ଆକାଣ୍ଟରେ ଏହି ଭିଡିଓ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ହରୀମ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓ ଦେଖି କେହି କେହି ସହାନଭୂତି ଦେଖାଇଥିବା ବେଳେ ଆଉ କେହି କେହି ଏହି ଭିଡିଓକୁ ମଜାରେ ନେଇଛନ୍ତି। ନିକଟରେ ଏକ ମଲ କାର୍ଯ୍ୟକ୍ରମରେ ହରୀମ ଦୁବାଇରେ ପହଞ୍ଚିଥିଲେ। ସେ ପହଞ୍ଚିବା ମାତ୍ରେ ଭିଡ଼ ଭିତରେ ଫଶି ଯାଇଥିଲେ। ସେହି ସ୍ଥାନରେ ଉପସ୍ଥିତ ଥିବା ଦର୍ଶକ ତାଙ୍କୁ ଧକ୍କା ଓ ଗୋଇଠା ମାରିଥିଲେ।

ଏହି ଘଟଣା ସଂପର୍କରେ ହରୀମ କହିଛନ୍ତି ଯେ ଦୁଇବାର ଓସିସ୍‌ ମଲ ଓପନିଂରେ ଅତିଥି ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେଥିପାଇଁ ସେ ଦୁବାଇରେ ପହଞ୍ଚିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଶହ ଶହ ପାକିସ୍ତାନୀ ଯୁବକ ଭିଡ଼ ଭିତରେ ତାଙ୍କୁ ଧକ୍କା ଓ ଗୋଇଠା ମାରି ଥିଲେ। ଏପର କି ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳି ଗୁଲଜ ମଧ୍ୟ କରିଥିଲେ। କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର କରିବା ଉଚି୍ତ୍ ନୁହେଁ ହରୀମ କହିଛନ୍ତି।

ଏକ ସାକ୍ଷାତକାରରେ ହରୀମ କହିଛନ୍ତି କୌଣସି ମହିଳା ଏଭଳି ଘଟଣାକୁ ବରଦାସ୍ତ କରିବେ ନାହିଁ। ଦୁଃଖର ବିଷୟ ଯେ ଏଥିପାଇଁ ପାକିସ୍ତାନରେ କୌଣସି ଆଇନ କାନୁନ୍ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ପାକିସ୍ତାନୀ ଯୁବକ ତାଙ୍କ ସହ ସେଲଫି ନେବା ବେଳେ ହରୀମଙ୍କ ହାତ ଧରିବା ସହ ଖରାପ ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ।

   Related Posts