Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପାକିସ୍ତାନର ଆତଙ୍କବାଦୀ ଚେହେରା: ବୈଦେଶିକ ମନ୍ତ୍ରୀ ସ୍ଥରୀୟ ଆଲୋଚନାରୁ ଓହରିଲା ଭାରତ

21/09/2018 at 6:14 PM

ନ୍ୟୁୟର୍କ ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ସପ୍ତାହରେ ହେବାକୁ ଥିବା ଦ୍ୱିପାକ୍ଷିକ ମନ୍ତ୍ରୀ ସ୍ଥରୀୟ ଆଲୋଚାନନାରୁ ଭାରତ ଓହରି ଯାଇଛି |
ଦକ୍ଷିଣ କାଶ୍ମୀର ଅଂଚଳରେ ୩ ଜଣ ନିରସ୍ତ୍ର ସୁରକ୍ଷାକର୍ମୀଙ୍କୁ ଅପହରଣ କରିନେଇ ଆତଙ୍କବାଦୀମାନେ ହତ୍ୟା କରିଥିବା ଖବର ଆସିବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି |
ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ସ୍ତରେ କୌଣସି ଆଲୋଚନା ନକରିବା ପାଇଁ ଭାରତ ନିଷ୍ପତ୍ତି ନେଇଛି | ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପତ୍ର ରବିଶ କୁମାର କହିଛନ୍ତି ଯେ, ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ପୋଲିସ କର୍ମୀଙ୍କୁ ଅପହରଣ କରିନେଇ ଯେଉଁଭଳି ବିଭତ୍ସ ଭାବେ ହତ୍ୟା କରିଛି ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବା ଭଳି ୨୦ ଷ୍ଟାମ୍ପ ପାକିସ୍ତାନ ପ୍ରଚଳନ କରିବା ଘଟଣାରୁ ପାକିସ୍ତାନ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି |
ମୁଖପତ୍ର ରବିଶ କୁମାର କହିଛନ୍ତି ଯେ, ଇମ୍ରାନ ଖାନ ପ୍ରଧାନ ମନ୍ତ୍ରୀ ହେବ ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିବା ବୋଲି ଆଶା କରାଯାଇଥିଲା | ବୈଦେଶିକ ମନ୍ତ୍ରୀ ସ୍ଥରରେ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବୈଦେଶିକ ମନ୍ତ୍ରୀ ସାହା ମେହମୁଦ କୁରେସି ଦେଇଥିବା ଚିଠିରେ ସବୁ କଥା ସକାରାତ୍ମକ ବୋଧ ହେଉଥିଲା | ସେଥିପାଇଁ ନ୍ୟୁୟର୍କ ଠାରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପାଇଁ ଭାରତ ରାଜି ହୋଇଥିଲା | କିନ୍ତୁ ଉପରୋକ୍ତ ଦୁଇଟି ଘଟଣା ପାକିସ୍ତାନ ସରକାରଙ୍କ ମୁଖା ଖୋଲିଦେଇଛି | ଗୋଟେ ପଟେ କଥାବାର୍ତ୍ତା ପାଇଁ ଆହ୍ୱାନ କରି ଅନ୍ୟ ପଟେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଇମ୍ରାନଙ୍କ ଅସଲ ମୁଖା ଖୋଲିଦେଇଛି |
ଏଭଳି ପରିସ୍ଥିତିରେ କୌଣସି ଆଲୋଚନା ଫଳପ୍ରଦ ହେବ ନାହିଁ ବୋଲି ମୁଖପାତ୍ର ରବିଶ କୁମାର କହିଛନ୍ତି |

   Related Posts