ଭାରତ ବିରୋଧରେ ପାକିସ୍ତାନର ପ୍ରଦର୍ଶନରେ ନିରାଶ ହେଲେ ପାକିସ୍ତାନୀ ସପୋର୍ଟର: କେତେ ଟିଭି ସେଟ ଭାଙ୍ଗିଲେ ହିସାବ ନାହିଁ

Published By : Prameya-News7 Bureau | June 17, 2019 IST

ନୂଆଦିଲ୍ଲୀ୧୭|୬: ବିଶ୍ବକପରେ ପାକିସ୍ତାନକୁ ହରାଇ ଭାରତ ତାର ଦକ୍ଷତାର ପରାକାଷ୍ଠା ଦେଖାଇଛି। ତେବେ ଗତକାଲି ପାକିସ୍ତାନ ଖେଳାଳିମାନେ ଯେଉଁଭଳି ଖେଳ ପ୍ରଦର୍ଶନ କରିଛନ୍ତି ତାହା ପାକ୍‌ କ୍ରିକେଟ ପ୍ରେମୀଙ୍କୁ ହତୋତ୍ସାହିତ କରିଛି। ଅନେକ ଗତକାଲି ଟିଭି ଭାଙ୍ଗିଥିବା ବେଳେ ଆଉ କିଛି ପୂରା ଟିମ୍‌କୁ ବଦଳାଇବାକୁ ଦାବି କରିଛନ୍ତି। ଆଉ କିଛି ସିଧା ଇମ୍ରାନ ଖାନଙ୍କୁ ହସ୍ତକ୍ଷେପ କରିବା ଲାଗି ଅପିଲ କରିଛନ୍ତି ।

ଫ୍ୟାନ୍‌ଙ୍କ ହାର୍ଟ ବ୍ରେକ୍‌। ବଡ଼ ଉମିଦ୍‌ ରଖିଥିଲେ ସର୍ଫରାଜଙ୍କ ଟିମ୍ ଉପରୁ। ଆଉ ଗୋଟିଏ ପଟେ ଭାରତୀୟ ବ୍ୟାଟସମ୍ୟାନ ରନ ବର୍ଷା କରୁଥିଲେ ତ ସେପଟେ ପାକିସ୍ତାନ ବର୍ଷା ହିଁ ମାଗୁଥିଲା। ଏତିକିବେଳେ ପାକିସ୍ତାନ କ୍ୟାପଟେନ ଫିଲ୍‌ଡରେ ହାଇ ମାରୁଥିବା ଦେଖି ଫ୍ୟାନ ପୂରା ରାଗିଯାଇଛନ୍ତି। ରାତିରେ କୁଆଡ଼େ ଏମାନେ ବର୍ଗର ଖାଇଥିଲେ। ପୂରା ଟିମ୍ର ଫିଟନେସ ନାହିଁ ବୋଲି ବଖାଣିଛନ୍ତି ପାକିସ୍ତାନ ଫ୍ୟାନ।

ପାକିସ୍ତାନରେ କାଲି କେତେ ଟିଭି ସେଟ୍‌ ଭାଙ୍ଗିଛି ତାର ହିସାବ ନାହିଁ। ଦେଖନ୍ତୁ ମିଳିମିଶି କ୍ରିକେଟ ଦେଖୁଥିଲେ ଆଉ ଯେତେବେଳେ ପାକିସ୍ତାନ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିଲା ସେତେବେଳେ ଭାଙ୍ଗି ଦେଉଥିଲେ ଟିଭି ।

ଟ୍ବିଟରରେ ତ ଗୋଟିଏ ପଟେ ଭାରତୀୟ ଟିମ୍‌ର ଟିମ୍‌ ସ୍ପିରିଟକୁ ପାକିସ୍ତାନ ଫ୍ୟାନ ମାନେ ପ୍ରଶଂସା କରୁଥିବା ବେଳେ ପାକିସ୍ତାନ ଟିମ୍‌ ଯେମିତି ହାରିବା ପାଇଁ ଯାଇଛି ବୋଲି କିଛି ବଖାଣିଛନ୍ତି। ଆଉ କିଛି ଏତେ ହତୋତ୍ସାହିତ ହୋଇଯାଇଛନ୍ତି ଯେ ସିଧା ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ନିଜେ ପଡ଼ିଆରେ ଯାଇ ଖେଳିବାକୁ ବାହାରିଛନ୍ତି।

କ୍ରିକେଟ ଭାରତ ଓ ପାକିସ୍ତାନର ବ୍ଲଡରେ ରହିଛି । ପୂର୍ବରୁ ୬ ଥର ଭାରତ ହରାଇଥିଲା କିନ୍ତୁ ଏଥର ଯେମିତି ଭାରତ ହରାଇଲା ହୁଏତ ୟେ ଜଖମ୍‌ ଆଉ ଭରଣା ହେବନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.