ଗୁରୁ ନାମରେ କଳଙ୍କ ବୋଳିଲା ପାକିସ୍ତାନୀ ସଙ୍ଗୀତ ଗୁରୁ : ବୃନ୍ଦାବନରେ ବିଦେଶୀ ଯୁବତୀଙ୍କୁ ୩ଦିନ ଧରି କରୁଥିଲା ଦୁଷ୍କର୍ମ

Published By : Prameya-News7 Bureau | September 02, 2020 IST

ମଥୁରା ୨/୯: ଉତ୍ତରପ୍ରଦେଶର ମଥୁରାରେ ବିଦେଶୀ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ସାମନାକୁ ଆସିଛି। କୁହାଯାଉଛି ଯେ ଯୁବତୀ ନିଜ ବାପା-ମାଆଙ୍କ ସହ ଗତ ୫ବର୍ଷ ହେବ ବୃନ୍ଦାବନରେ ରହୁଥିଲେ। ଆନନ୍ଦ ନାମକ ଯୁବକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। କୁହାଯାଉଛି ଯେ ଆନନ୍ଦ ପାକିସ୍ତାନର କରାଚୀ ବାସିନ୍ଦା। ବର୍ତ୍ତମାନ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି ନେଇଛି।

ପୀଡ଼ିତା ୟୁକ୍ରେନର ବାସିନ୍ଦା। ଗତ ୫ବର୍ଷରୁ ସେ ବୃନ୍ଦାବନରେ ରହୁଥିଲେ। ଅଭିଯୁକ୍ତ ଗୀତ ଶିଖାଉଥିଲା। ସେ ମଧୀ ପୀଡ଼ିତାଙ୍କ ଘରକୁ ଗତ ୫ବର୍ଷ ହେବ ଯିବା ଆସିବା କରୁଥିଲା। ଚୈତନ୍ୟ ବିହାରରେ ରହୁଥିବା ଆନନ୍ଦ ୩ଦିନ ଯାଏଁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଯୁବତୀ ଘଟଣା ବିଷୟରେ ନିଜ ବାପାଙ୍କୁ କହିଥିଲେ। ଯୁବତୀଙ୍କ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଟୁରିଷ୍ଟ ଭିସାରେ ୧୬ବର୍ଷ ହେବ ଆନନ୍ଦ ବୃନ୍ଦାବନରେ ରହି ଭଜନ-କୀର୍ତ୍ତନ କରୁଥିଲା।

ଘଟଣାର ସୂଚନା ମିଳିବା ମାତ୍ରେ ବୃନ୍ଦାବନ ଥାନା ପୋଲିସ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.