୩୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାଖି ବାନ୍ଧି ଆସୁଛନ୍ତି ତାଙ୍କ ପାକିସ୍ତାନୀ ଭଉଣୀ, ଏଥର ମଧ୍ୟ ରାକ୍ଷୀ ବାନ୍ଧିବା ପାଇଁ ପହଞ୍ଚିଲେ ଦିଲ୍ଲୀରେ

Published By : Prameya-News7 Bureau | August 14, 2019 IST

ନୂଆଦିଲ୍ଲୀ୧୪|୮: ଚଳିତ ବର୍ଷ ଡବଲ ଖୁସୀ ନେଇ ସ୍ବାଧୀନତା ଦିବସ ଆସୁଛି । ଗୋଟେପଟେ ଲୋକେ ସ୍ବାଧୀନତା ଦିବସ ଉତ୍ସବ ମହା ଉଲ୍ଲାସର ସହକାରେ ପଳନ କରିବାବେଳେ ଏନ୍ୟ ପକ୍ଷରେ ରକ୍ଷାବନ୍ଧନ ମଧ୍ୟ ପାଳନ ହେବ । ରକ୍ଷାବନ୍ଧନ ଓ ସ୍ବାଧୀନତା ଦିବସ ପାଇଁ ସମଗ୍ର ଦେଶରେ ବ୍ୟାପକ ପ୍ରସ୍ତୁତି ଲାଗି ରହିଛି ।

{"id":144439}

ଆସନ୍ତାକାଲି ଭାଇ ହାତରେ ରାକ୍ଷୀ ବନ୍ଧିବା ପାଇଁ ଭଉଣୀମାନେ ରାକ୍ଷୀ କିଣାରେ ଲାଗିଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧରମ ଭଉଣୀ କମର ମୋହସିନ ହସିନ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦିଙ୍କୁ ମୋହସିନ ଗତ ୩୮ ବର୍ଷ ହେଲା ରାକ୍ଷୀ ବାନ୍ଧି ଆସୁଛନ୍ତି । ପ୍ରଥମ ଥର ରକ୍ଷୀ ବାନ୍ଧିବା ବେଳେ ସେ କେବଳ ସଂଘର କାର୍ଯ୍ୟକର୍ତ୍ତା ଥିଲେ ।

{"id":144440}

କମର ମୋହସିନଙ୍କ ପରିବାର ମୂଳତଃ ପାକିସ୍ତାନର କରାଚୀ ବାସିନ୍ଦା । କିନ୍ତୁ ଗତ କିଛି ବର୍ଷ ତଳେ ସେମାନେ ପାକିସ୍ତାନରୁ ଆସି ଗୁଜରାତର ଅହମ୍ମଦାବାଦ ସହରରେ ସ୍ଥାୟୀଭାବେ ରହୁଛନ୍ତି । ପ୍ରତିବର୍ଷ କମର ମୋହସିନ ମୋଦିଙ୍କ ଘରକୁ ଯାଇ ସମ୍ପୂର୍ଣ୍ଣ ପାରଂପରିକ ରୀତି ନୀତି ଅନୁସାରେ ରାକ୍ଷୀ ବାନ୍ଧିଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ଧରମ ଭଉଣୀ କମର ମୋହସିନଙ୍କୁ ବହୁତ ସ୍ନେହଁ କରନ୍ତି ।

{"id":144441}

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ପାଇଁ ନରେନ୍ଦ୍ର ମୋଦି ଲାଲ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ ।  ଏହି ସମାରୋହ ପରେ ୭, ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରକ୍ଷା ବନ୍ଧନ ପାଇଁ ଲୋକମାନେ ଏକାଠି ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.