ପାକିସ୍ତାନ କଣ୍ଠଶିଳ୍ପୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, କିଛି ମାସ ତଳେ ଏହି ଯୁବତୀ ବମ୍‌ ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଥିଲେ ଧମକ

Published By : Prameya-News7 Bureau | November 02, 2019 IST

ଇସ୍ଲାମାବାଦ୨/୧୧: ପାକିସ୍ତାନର ପପ୍‌- ସିଙ୍ଗର୍ ରାବି ପୀରଜାଦାଙ୍କୁ ନେଇ ପାକିସ୍ତାନରେ ପୁଣି ହଇଚଇ ସୃଷ୍ଟି ହୋଇଛି। ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଇଣ୍ଟନେଟ୍‌ରେ ଭାଇରାଲ ହୋଇଛି। ପାକିସ୍ତାନର କିଛି ଟ୍ବିଇଟର ୟୁଜର୍ସଙ୍କ ପେଜରେ ରାବିଙ୍କ ଭିଡିଓ ଦେଖିବାକୁ ମିଳିଛି। ରାବିଙ୍କ ଅଭିଯୋଗ ପରେ ଟ୍ବିଇଟର ମଧ୍ୟ ନିଜ ୟୁଜର୍ସଙ୍କୁ ଚେତାବନୀ ଦେଇଛନ୍ତି। ଏଭଳି ଅଶ୍ଳୀଳ ଭିଡିଓ ଟ୍ବିଇଟର ପେଜରେ ପୋଷ୍ଟ କଲେ ଆକାଉଣ୍ଟ ବ୍ଲକ କରି ଦିଆଯିବ ବୋଲି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଇଟର କହିଛି।

{"id":178077}

ଏହି ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁରଙ୍କ ଉପରକୁ ଆଙ୍ଗୁଳି ଉଠିଛି। ଏହି ଭିଡିଓରେ ଲିକ୍ ହେବା ପଛରେ ଆସିଫ୍‌ ଗଫୁରଙ୍କ ହାତ ଥାଇ ପାରେ ବୋଲି ଅନୁମାନ କରାଯାଉଛି।

wp:core-embed/twitter {"url":"https://twitter.com/AnooshaViews/status/1190158114378731520","type":"rich","providerNameSlug":"twitter","className":""}
https://twitter.com/AnooshaViews/status/1190158114378731520
/wp:core-embed/twitter

ଗୁରୁବାର ପୀରଜାଦାଙ୍କ ଭିଡିଓ ଭାଇରାଲ  ହୋଇଥିଲା। ସେ ତା ପରଦିନ ଏଫଆଇଏ(ଯାଞ୍ଚ ଏଜେନ୍ସି)ର  ସାଇବର କ୍ରାଇମ୍ ଓ୍ବିଙ୍ଗ୍ ସହ ଯୋଗାଯୋଗ କରିଥିଲେ।

wp:core-embed/twitter {"url":"https://twitter.com/Rabipirzada/status/1189795041641930752","type":"rich","providerNameSlug":"twitter","className":""}
https://twitter.com/Rabipirzada/status/1189795041641930752
/wp:core-embed/twitter

ସୂଚନା ଅନୁସାରେ ପାକିସ୍ତାନର ସେନାର ପିଆର(PR) ସେଲ ପକ୍ଷରୁ କଁଫ୍‌ କଙ୍ଗନା(Kauf Kangana) ନାମକ ଏକ ଫିଲ୍ମ ତିଆରି କରିଥିଲେ। କିଛିଦିନ ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଏହି ଫିଲ୍ମରେ ଏକ ଆଇଟମ ଗୀତକୁ  ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା। ସେଥିଲାଗି ମୁଖପାତ୍ର ଗଫୁରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା।

wp:core-embed/twitter {"url":"https://twitter.com/Pakeezakhan_/status/1190182734884491266","type":"rich","providerNameSlug":"twitter","className":""}
https://twitter.com/Pakeezakhan_/status/1190182734884491266
/wp:core-embed/twitter

ଏହି ଆଇଟମ ଗୀତ ପାଇଁ ଅଭିନେତ୍ରୀ ନୀଲମ ମୁନୀର ଓ ଆସିଫ୍‌ ଗଫୁରଙ୍କୁ ରାବି ପୀରଜାଦା ଟାର୍ଗେଟ କରିଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ରାବି ସେମାନଙ୍କୁ ସମାଲୋଚନା କରିଥିଲେ। ତେଣୁ ରାଗରେ ରାବିଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା କଥା ସେ କହିଛନ୍ତି। ସେ ଫିଲ୍ମର ଆଇଟମ୍ ଗୀତ ସଂପର୍କରେ ଆଲୋଚନ କରିଥିବାରୁ ତାଙ୍କ ଭିଡିଓ ଭାଇରାଲ କରି ଦିଆଯାଇଥିବା ସେ କହିଛନ୍ତି।

{"id":178076}

ନିକଟରେ ପପ୍‌ କଣ୍ଠଶିଳ୍ପୀ ରାବି ଏକ ବମ୍ ଜାଜେଟ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଥିଲେ। ତାଙ୍କର ବମ୍‌ ପିନ୍ଧା ଜ୍ୟାକେଟ୍ ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.