ଭିଆଇପି ରୁମରେ ଏସି-ଫ୍ରିଜ୍, ୮ ମାସ ଧରି ଏମିତି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ କଏଦୀ !

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭ /୦୧: ଜେଲରେ ଅପରାଧୀ କାଟୁଛନ୍ତି ବିଳାମୟ ଜୀବନ । ପାକିସ୍ତାନ ଜେଲରେ ଏମିତି କିଛି ଘଟୁଥିବା ଅଭିଯୋଗ ହୋଇଛି । ଏଠାରେ ଶାହଜେବ ଖାନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶାହାରୁଖ ଜଟାଇକୁ ଏମିତି ମିଳୁଥିଲା ଭିଆଇପି ଟ୍ରିଟମେଣ୍ଟ । ଥରେ ନୁହେଁ ଦୁଇଥର ନୁହେଁ ୮ ମାସ ପର୍ଯ୍ୟନ୍ତ ଜାରି ରହିଥିଲା ଭିଆଇପି ସତ୍କାର ।

ଏହି କାରଣରୁ ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା କରାଚି କେନ୍ଦ୍ରୀୟ ଜେଲର ଅଧୀକ୍ଷକ ହାସନ ସେଟୁଙ୍କୁ ନିଲମ୍ବିତ କରିଛନ୍ତି । ବାସ୍ତବରେ, ୫ ମେ ୨୦୨୧ରେ ଶାହାରୁଖ ଜଟାଇଙ୍କୁ କାମାର-ଉଲ-ଇସଲାମ ଡାକ୍ତରଖାନାରେ ରଖାଯାଇଥିଲା । ଯେଉଁଠାରେ ତାଙ୍କୁ ଭିଆଇପି ରୁମ୍ ମଧ୍ୟ ଦିଆଯାଇଥିଲା । ସେତିକି ନୁହେଁ ଏହା ସହିତ ଏସି, ଫ୍ରିଜ୍ ଏବଂ ଟିଭି ଭଳି ସମସ୍ତ ଭିଆଇପି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା ।

ହସ୍ପିଟାଲର ମ୍ୟାନେଜର ମୋଇନ୍ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି ଯେ ଶାହାରୁଖ ସେଠାରେ ପ୍ରାୟ ସାତରୁ ଆଠ ମାସ ପର୍ଯ୍ୟନ୍ତ ରହିଥିଲେ । ଏହି ଘଟଣା ସେତେବେଳେ ଜଣାପଡିଥିଲା ଯେତେବେଳେ, ଶାହାରୁଖ କୌଣସି ସମସ୍ୟା ବିନା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ତୁରନ୍ତ ଜେଲକୁ ପଠାଇ ଦିଆଯାଇଥିଲା ।

ସୂଚନା ଥାଉକି, ୨୪ ଡିସେମ୍ବର ୨୦୧୨ ରେ ଶାହାରୁଖ ଜଟାଇ ଏକ ସାମାନ୍ୟ ବଚସାରେ ଶାହଜେବ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡରେ ତାଙ୍କ ସହ ସିରାଜ ତାଲପୁର ଏବଂ ଦୁଇଟି ସୁରକ୍ଷା କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆତଙ୍କବାଦ ବିରୋଧୀ କୋର୍ଟ ତାଙ୍କୁ ଏହି ମାମଲାରେ ମୃତ୍ୟୁଦଣ୍ଡ ଦେଇଛନ୍ତି । କିନ୍ତୁ ସିନ୍ଧ ହାଇକୋର୍ଟର ଗୋଟିଏ ବେଞ୍ଚ ଆତଙ୍କବାଦ ବିରୋଧୀ ଆଇନର ବିଭାଗଗୁଡ଼ିକୁ ହଟାଇ ଦେବା ସହ ତଳ କୋର୍ଟକୁ ମାମଲା ସ୍ଥାନାନ୍ତର କରିଥିଲେ ।

ଏହା ପରେ ନିମ୍ନ ଅଦାଲତ ତାଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରିଥିଲେ । ତେବେ ସୁପ୍ରିମକୋର୍ଟ ଏହି ଘଟଣାର ସୁ-ମୋଟୋ କଗ୍ନିଜେସନ୍ ନେଇ ସିନ୍ଧ ହାଇକୋର୍ଟରେ ପୁନଃ ରିପୋର୍ଟ କରିଥିଲେ । ମେ 2019 ରେ, ସିନ୍ଧ ହାଇକୋର୍ଟ ଶାହାରୁଖ ଜଟାଇ ଏବଂ ସିରାଜ ତାଲପୁରଙ୍କୁ ଶାହଜେବ ଖାନ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ, କୋର୍ଟ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.