ଭାରତକୁ ପାକିସ୍ତାନୀ କଏଦୀର ଶବ ବ୍ୟବଚ୍ଛେଦ ରିପୋର୍ଟ ମାଗିଲା ପାକିସ୍ତାନ

Published By : Prameya-News7 Bureau | March 03, 2019 IST

ଜୟପୁର ୩/୩ : ରାଜସ୍ଥାନ ଜୟପୁର ଜେଲରେ ସଜା କାଟୁଥିବା ପାକିସ୍ତାନୀ କଏଦୀର ଶବ ବ୍ୟବଚ୍ଛେଦ ରିପୋର୍ଟ ମାଗିଛି ପାକିସ୍ତାନ | ପାକିସ୍ତାନ ଭାରତକୁ ପାକିସ୍ତାନୀ କଏଦୀର ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ଯାଞ୍ଚ ରିପୋର୍ଟ ମଧ୍ୟ ଦାବି କରିଛି | ଗତ ମାସରେ ପୁଲବାମା ହମଲା ପରେ ଜୟପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପାକିସ୍ତାନୀ କଏଦୀ ଶକରୁଲାକୁ ଅନ୍ୟ କଏଦୀ ପିଟି ପିଟି ହତ୍ୟା କରିଥିଲେ | ଅବୈଧ କାରବାର ଏବଂ ଆତଙ୍କୀ ଗତିବିଧି ଯୋଗୁଁ ତାକୁ ଆଜୀବନ କାରାଦଣ୍ଡ ମିଳିଥିଲା | ଶନିବାର ଦିନ ବିଏସଏଫ ୱାଘା ବର୍ଡ଼ରରେ ପଞ୍ଜାବ ରେଞ୍ଜର୍ସଙ୍କୁ କଏଦୀର ଶବ ହସ୍ତାନ୍ତର କରିଥିଲେ |

{"id":90364}


ଏ ଘଟଣାରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି କହିଛନ୍ତି ଯେ, ପାକିସ୍ତାନୀ କଏଦୀ ପ୍ରତି ଭାରତ ନିଜର କର୍ତବ୍ୟ ଠିକ ଭାବେ ନିର୍ବାହ କରିବାରେ ସକ୍ଷମ ହୋଇନାହିଁ | ପାକିସ୍ତାନ ଭାରତର ପାଇଲଟଙ୍କ ସହ ଯାହା କଲା ଭାରତ ତାର ଠିକ ଓଲଟା ପାକିସ୍ତାନୀ କଏଦୀ ସହ କରିଛି |

{"id":90365,"width":581,"height":358}


ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ, ପାକିସ୍ତାନ ସରକାର ଏହି ଘଟଣାକୁ ନିନ୍ଦା କରୁଛନ୍ତି | ମୃତକ ଶକରୁଲାର ପରିବାର ଲୋକେ ଦାବି କରିଛନ୍ତି ଯେ, ୨୦୦୩ ମସିହାରେ ସେ ଭୁଲ ବଶତଃ ସୀମା ପାର କରି ଭାରତ ଚାଲିଯାଇଥିଲା | ସେଠାରେ ତାକୁ ଗିରଫ କରାଯାଇଥିଲା |

{"id":90366}


ଶକିରକୁ ୨୦୧୦ ମସିହାରେ ଏଟିଏସ ଗିରଫ କରିଥିଲା | ଶକିର ଆତଙ୍କବାଦୀଙ୍କ ପାଇଁ ଫଣ୍ଡ ଯୋଗାଡ କରୁଥିବା ଅଭିଯୋଗ ହୋଇଥିଲା | ୨୦୧୭ ମସିହା ନଭେମ୍ବର ୩୦ ତାରିଖରେ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ | ପୁଲବାମାରେ ଆତଙ୍କୀ ହମଲା ପରେ ଜେଲରେ ଥିବା ଭାରତୀୟ କଏଦୀ ଶକିରକୁ ପିଟି ପିଟି ମାରିଦେଇଥିଲେ | ଜୟପୁର ସେଣ୍ଟ୍ରାଲ ଜେଲରେ ଲସ୍କରର ୮ଜଣ ଆତଙ୍କବାଦୀ କଏଦ ଅଛନ୍ତି | ସେମାନଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ |

{"id":90367,"width":579,"height":324}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.