Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜେଲରେ ପାକିସ୍ତାନୀ କଏଦୀକୁ ପିଟି ପିଟି ମାରିଦେଲେ ସାଥି କଏଦୀ

ଜୟପୁର ୨୦/୨ : ପୁଲୱାମା ଆତଙ୍କୀ ହମଲାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ଭିତରେ ରାଜସ୍ଥାନରୁ ଆସିଛି ଏକ ଭୟଙ୍କର ଘଟଣା | ଆଜି ଜୟପୁର ଜେଲରେ ଥିବା ପାକିସ୍ତାନୀ କଏଦୀ ଶକି ରୁଲ୍ଲାହକୁ ହତ୍ୟା କରି ଦିଆଯାଇଛି | ଜେଲରେ ଥିବା ଅନ୍ୟ କଏଦୀ ପାକିସ୍ତାନୀ କଏଦୀକୁ ପିଟି ପିଟି ମାରି ଦେଇଛନ୍ତି |


ହତ୍ୟା ଖବର ଜଣାପଡିବା ପରେ ଜେଲ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ | ମାମଲାର ଯାଞ୍ଚ ଚାଲିଛି | ସୂଚନାଯୋଗ୍ୟ ଯେ, ପାକିସ୍ତାନୀ କଏଦୀ ଜ୍ୱାସୁସି କରୁଥିବା ଦୋଷରେ ଜେଲରେ ଦଣ୍ଡ ଭୋଗୁଥିଲା |


ଗତ ଜାନୁଆରୀ ମାସରେ ପାକିସ୍ତାନ ଭାରତରେ ବନ୍ଦ ଥିବା କଏଦୀଙ୍କ ତାଲିକା ଜାରି କରିଥିଲା | ପାକିସ୍ତାନ ଅନୁସାରେ, ଭାରତ ଜେଲରେ ପାଖାପାଖି ୩୫୦ ପାକିସ୍ତାନୀ କଏଦୀ ଅଛନ୍ତି | ଏହି କଏଦୀଙ୍କ ମଧ୍ୟରେ ଅଧିକାଂଶ ମାଛ ଧରାଳି ଏବଂ ସୀମା ପାରି କରି ଭାରତକୁ ପ୍ରବେଶ କରିଥିବା ନାଗରିକ ଅଛନ୍ତି | ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଭାରତ ପାକିସ୍ତାନକୁ ନିଜ ନିଜ ଜେଲରେ ବନ୍ଦ ଥିବା କଏଦୀଙ୍କ ତାଲିକା ପରସ୍ପରକୁ ଦେବାକୁ ପଡିବ |


ପୂର୍ବରୁ ରାଜସ୍ଥାନର ବିକାନେରରେ ପାକିସ୍ତାନୀ ନାଗରିକଙ୍କ ପାଇଁ ଅଲଟିମେଟମ ଜାରି କରାଯାଇଥିଲା | ବିକାନେର ଜିଲ୍ଲାପାଳ କୁମାର ପାଲ ଗୌତମ ସେଠାରେ ରହୁଥିବା ପାକିସ୍ତାନୀ ନାଗରିକ କିମ୍ବା ବୁଲିବାକୁ ଆସିଥିବା ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ମଧ୍ୟରେ ସହର ଛାଡିବାକୁ ନିର୍ଦେଶ ଦେଇଥିଲେ | ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା |

673 Views

   ସମ୍ବନ୍ଧିତ ଖବର