ଅନିଲ କପୁରଙ୍କ ଡାଇଲଗ କହି ନିଲମ୍ବିତ ହେଲେ ପୋଲିସ ଅଧିକାରୀ

Published By : Prameya-News7 Bureau | November 29, 2018 IST

ପାକିସ୍ତାନର ଜଣେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ ହେବାପରେ ତାଙ୍କୁ ନିଲମ୍ବିତ କରିଦିଆଯାଇଛି | ପୋଲିସ ଅଧିକାରୀ ଅର୍ଶଦ ପଞ୍ଜାବର ପାକପଟ୍ଟନ ଅଂଚଳର କଲ୍ୟାଣ ପୋଲିସ ଷ୍ଟେସନ ଅଧିକାରୀ | ନିକଟରେ ତାଙ୍କର ଦୁଇଟି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହି ଭିଡିଓରେ ପାକିସ୍ତାନୀ ପୋଲିସ ଅଧିକାରୀ ବଲିଉଡ ଅଭିନେତା ଅନିଲ କପୁରଙ୍କ ଡାଇଲଗ କହୁଥିବା ଦେଖିବାକୁ ମିଳିଥିଲା | ଏହି ଡାଇଲଗରେ ସେ କହିଛନ୍ତି, " ଦୋ ବକ୍ତ କି ରୋଟି କମାତା ହୁଁ, ପାଞ୍ଚ ବକ୍ତ କି ନମାଜ ପଢତା ହୁଁ, ଇସସେ ଜ୍ୟାଦା ମେରୀ ଜରୁରତ ନାହିଁ ଔର ମୁଝେ ଖରିଦନେ କି ଟେରି ଔକାତ ନାହିଁ "| ୨୦୧୭ ମସିହାରେ ଅନିଲ କପୁରଙ୍କ ଅଭିନୀତ ଫିଲ୍ମ ସୁଟ ଆଉଟ ଏଟ ୱାଡାଲାର ଡାଇଲଗ | ଅନ୍ୟ ଏକ ଭିଡିଓରେ ପୋଲିସ ଅଧିକାରୀ ଜଣେ ମହିଳାଙ୍କ ସହିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି | ଏକ ଭାରତୀୟ ଗୀତରେ ପୋଲିସ ଅଧିକାରୀ ମହିଳାଙ୍କ ଝୁମୁଥିବା ଦେଖାଦେଇଛି | ଭିଡିଓ ଭାଇରାଲ ହେବାପରେ ଜିଲ୍ଲା ପୋଲିସ ଅଧିକାରୀ ଅର୍ଶଦଙ୍କୁ ନିଲମ୍ବିତ କରିଛନ୍ତି | ସେପଟେ ସହଜଦ ଅସି ନାମକ ଜଣେ ଅଭିନେତା ଦାବି କରିଛନ୍ତି ଯେ, ଭିଡିଓରେ ଅର୍ଶଦ ନାହାନ୍ତି, ମହିଳାଙ୍କ ସହ ସେ ନିଜେ ଅଛନ୍ତି | ଭିଡିଓ ଏକ ଶୋର ରିହଲସଲ | ପୋଲିସ ସହ ତାଙ୍କର କୌଣସି ସମ୍ବନ୍ଧ ନଥିବା ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.