ମହାମୁକାବିଲା ପୂର୍ବରୁ ଧୋନୀଙ୍କ ସହ କଥା ହେବା ନଜର ଆସିଲେ ପାକିସ୍ତାନୀ ଖେଳାଳି, ଏହି ବିଷୟରେ ଦୁହେଁ କଲେ ଆଲୋଚନା

Published By : Prameya-News7 Bureau | October 23, 2021 IST

ଦୁବାଇ ୨୩।୧୦: ଟି-୨୦ ବିଶ୍ଵ କପ୍‌ରେ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍‌କୁ ବାସ୍ ଆଉ କିଛି ଘଣ୍ଟା ବାକି ରହିଛି। ଏହା ପୂର୍ବରୁ ଦୁଇ ଦଳର ଶେଷ ପ୍ରାକ୍ଟିସ୍ ସେସନ ଶେଷ ହୋଇଛି। ପାକିସ୍ତାନ ଟିମ୍‌ର ଅଭ୍ୟାସ୍ ସେସନ ସମୟର ଏକ ଭିଡିଓ ଏବେ ବହୁତ ଭାଇରାଲ୍ ହୋଇଛି।

ଏଥିରେ ଧୋନୀ ପାକିସ୍ତାନ କ୍ୟାମ୍ପ୍ ନିକଟ ଦେଇ ଯାଉଛନ୍ତି ଏବଂ ପାକିସ୍ତାନୀ ଖେଳାଳିଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପାକିସ୍ତାନୀ ଦ୍ରୁତ ବୋଲର ଶାହନଓ୍ଵାଜ ଦହାନୀ ଧୋନୀଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଏମିତି ଲାଗୁଛି ସେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ବହୁତ ବଡ ପ୍ରଶଂସକ ଏବଂ ଧୋନୀଙ୍କଠୁ ଟିପ୍ସ ନେଉଥିବା ଦେଖିବାକୁ ମିଳିଛି।

wp:html /wp:html

ଧୋନୀ ଭାରତୀୟ କ୍ରିକେଟରଙ୍କ ସହିତ ବସରେ ଫେରୁଥିଲେ। ଏହି ସମୟରେ ପାକିସ୍ତାନ ଦ୍ରୁତ ବୋଲର ଶାହନଓ୍ଵାଜ ଧୋନୀଙ୍କ କହୁଛନ୍ତି ଯେ, ଏତେ ବୟସ ହେବା ପରେ ମଧ୍ୟ ଆପଣ ଆହୁରି ଫିଟ୍ ଦେଖା ଯାଉଛନ୍ତି। ଏହା ଉପରେ ଧୋନୀ କହୁଛନ୍ତି, ନା ସେ ବୁଢା  ହେବାରେ ଲାଗିଛନ୍ତି। ଜବାବରେ ଶାହନଓ୍ଵାଜ କହୁଛନ୍ତି, ଆପଣ ପୂର୍ବାପେକ୍ଷା ଆହୁରି ଫିଟ୍ ଦେଖାଯାଉଛନ୍ତି।

ଭାରତ ଟି-୨୦ ବିଶ୍ଵ କପ୍ ପାଇଁ ଧୋନୀଙ୍କୁ ମେଣ୍ଟର କରିଛି। ତାଙ୍କ ଉପସ୍ଥିତିରେ ଦଳ ମନୋବଳ ବୃଦ୍ଧି ଘଟିଛି। ଧୋନୀଙ୍କ ଦଳରେ ସାମିଲ୍ ହେବା ଖେଳାଳିଙ୍କୁ ଫାଇଦା ମିଳିବ। ଧୋନୀ ତାଙ୍କ ଅଭିଜ୍ଞତା ଖେଳାଳିଙ୍କ ସହ ସେୟାର କରିବା ସହ ଟିପ୍ସ ଦେଉଥିବା ଦେଖିବାକୁ ମିଳିଛି। ଧୋନୀଙ୍କ ନେତୃତ୍ଵରେ  ଭାରତ ଦିନିକିଆ ଓ ଟି-୨୦ ବିଶ୍ଵ କପ୍ ଜିତିଛି। ଧୋନୀ ଖେଳାଳିଙ୍କ ଉପରୁ ଚାପ ହଟାଇବାରେ ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.