ଇମ୍ରାନ ସରକାରରେ ମୁଠାଟାଣ କରିଛି ପାକ୍ ସେନା, ପ୍ରମୁଖ ପଦପଦବୀରେ ନିଯୁକ୍ତ କରିଛି ଅବସରପ୍ରାପ୍ତ ଆର୍ମି ଅଫିସର

Published By : Prameya-News7 Bureau | June 10, 2020 IST

ଇସ୍ଲାମାବାଦ ୧୦।୬:  ପାକିସ୍ତାନର ପ୍ରମୁଖ ସରକାରୀ ପଦପଦବୀରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ନିଯୁକ୍ତି ବଢି ବଢି ଚାଲିଛି। ଗତ ୨ ମାସ ମଧ୍ୟରେ ଦେଶର ସରକାରୀ ବିମାନ ସଂସ୍ଥା, ବିଦ୍ୟୁତ ନିୟାମକ ଓ ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନର ପ୍ରମୁଖ ପଦପଦବୀରେ ଅବସର ପ୍ରାପ୍ତ ସେନା ଅଧିକାରୀ ନିଯୁକ୍ତ ହୋଇଥିବା ଜଣାପଡିଛି। ଏହି ସମୟରେ ପ୍ରାୟ ୧ଡଜନରୁ ଅଧିକ ଅବସର ପ୍ରାପ୍ତ ଜେନେରାଲଙ୍କୁ ଏହି ସବୁ ପଦପଦବୀରେ ସେନା ନିଯୁକ୍ତ କରିଥିବା ଜଣାପଡିଛି।

{"id":284105,"sizeSlug":"large"}

ପାକିସ୍ତାନର ଆର୍ଥିକ ପରିସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ତେବେ ପରିସ୍ଥିତିର ମୁକାବିଲାରେ ଇମ୍ରାନ ସରକାର ବିଫଳ ହୋଇଥିବା ବେଳେ କୋଭିଡ-୧୯ ମହାମାରୀ ଦାଉସାଧିଛି। ଦେଶର ଅର୍ଥନୀତି ଧୂଳିସାତ ହୋଇଛି। ଉଚ୍ଚ ମୁଦ୍ରାସ୍ପିତି ଯୋଗୁ ଅତ୍ୟାବସକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ଜନ ଅସନ୍ତୋଷର କାରଣ ପାଲଟିଛି। ଯାହା ଏବେ ପାକ୍ ସେନା ଲାଗି ସୁଯୋଗ ସୃଷ୍ଟି କରିଥିବା ବେଳେ ବେସାମରିକ ପଦପଦବୀରେ ଅବସରପ୍ରାପ୍ତ ସେନା ଅଧିକାରୀ ଓ କର୍ମଚାରୀଙ୍କ ନିଯୁକ୍ତି ବଢିଚାଲିଛି।  

{"id":284108,"width":581,"height":385,"sizeSlug":"large"}

ପାକିସ୍ତାନ ସରକାରୀ ଟେଲିଭିଜନରେ କରୋନା ଭାଇରସ୍ ମହାମାରୀ ସାମ୍ବାଦିକ ସମ୍ମିଳନୀ ହେଉ କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଏବେ ସବୁଥିରେ ସେନା ଅଧିକାରୀ ଦେଖାଯାଉଛନ୍ତି। ଏଥିରେ ରିଟାର୍ଡ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ସଲିମ ବଜୱା ଏବେ ଇମ୍ରାନ ଖାନଙ୍କ କମ୍ୟୁନିକେସନ ଆଡଭାଇଜର ଭାବେ କାର୍ଯ୍ୟ କରୁଛନ୍ତି।  କଥା କେବଳ ଏତିକିରେ ଅଟକି ନାହିଁ ଅନ୍ୟ ସରକାରୀ ପଦପଦବୀ ଯେପରି ଇମ୍ରାନଙ୍କ ‘ନୟା ପାକିସ୍ତାନ’ ହାଉସିଂ ପ୍ରୋଗ୍ରାମ ପରାମର୍ଶଦାତା ଭାବେ ଜୈଘମ ରିଜୱି ଦାୟିତ୍ୱ ନେଇଥିବା ବେଳେ ଗତମାସରେ ଏହାର କାର୍ଯ୍ୟକର୍ତ୍ତା ଭାବେ ଆଉ ୨ ଜଣ  ସେନା ଅଧିକାରୀ ନିକଟରେ ନିଯୁକ୍ତ ହୋଇଛନ୍ତି। 

{"id":284109,"width":579,"height":290,"sizeSlug":"large"}

ତେବେ ଦେଶରେ ଏବେ ସରକାର ନୁହେଁ ପାକ୍ ସେନା ଶାସକ  ବୋଲି ଗତ ମାର୍ଚ୍ଚ ମାସରେ ପ୍ରଥମ ଥର ଜଣାପଡିଥିଲା। କରୋନା ଭାଇରସ୍ ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଭୟଭୀତ ନ ହେବା ଲାଗି ପରାମର୍ଶ ଦେଇଥିଲେ। ଏଥିରେ ଭାରତ ଭଳି ପାକିସ୍ତାନ ଲକଡାଉନ୍‌ର କଡା ନିଷ୍ପତ୍ତି ନେଇ ପାରିବ ନାହିଁ କହିବାର ଦିନ ପରେ ସେନା ଦେଶକୁ ଲକଡାଉନ୍ ଘୋଷଣା କରିଥିଲା। ସେବେଠାରୁ ସେନା ସରକାରଙ୍କ ଅଧିକାଂଶ କାର୍ଯ୍ୟ ପରିଚାଳନା କରିଆସୁଛି।

{"id":284111,"sizeSlug":"large"}

ଗତବର୍ଷ ନଭେମ୍ବର ମାସରେ ଇମ୍ରାନ ସରକାର ପାକ୍ ସେନାଧ୍ୟକ୍ଷ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ ଅଧିକ ୩ ବର୍ଷ ସମ୍ପ୍ରସାରଣ କରିଥିଲେ। ଏହା ପରଠାରୁ ସେନା ସରକାରୀ କାର୍ଯ୍ୟରେ ଦଖଲ ଦେଇ ଆସୁଥିବା ବେଳେ ଏବେ ସରକାରୀ ପଦପଦବୀ ସେନା କର୍ମଚାରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ନିକଟରେ ପାକ୍ ଏୟାର ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ହୋଇଥିଲା। ଏଥିରେ ବିମାନର ପାଇଲଟଙ୍କ ସମେତ ଅଧିକାଂଶ ଯାତ୍ରୀ ପ୍ରାଣ ହରାଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଚର୍ଚ୍ଚାକୁ ଆସିଥିବା ବେଳେ ମନ୍ତ୍ରୀ ଗୁଲାମ ସରୱର ଖାନ୍  ବିମାନ ସଂସ୍ଥା ଓ ସେନାନେତୃତ୍ୱର ସୁରକ୍ଷା ଲାଗି ଆଗକୁ ଆସିଥିଲେ। ଏଥିରୁ ଦେଶରେ ଇମ୍ରାନ ସରକାର କେବଳ  ନାମକୁ ମାତ୍ର ଥିବାବେଳେ ପାକିସ୍ତାନ ସମ୍ପୂର୍ଣ୍ଣ ସେନା ଦ୍ୱାରା ପରିଚାଳିତ ହେଉଥିବା ସ୍ପଷ୍ଟ ହୋଇଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.