Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପାକିସ୍ତାନ କବଜାରେ ଥାଇ ମଧ୍ୟ ଦେଶଭକ୍ତି ଦେଖାଇଛନ୍ତି ଅଭିନନ୍ଦନ : ପ୍ରଶଂସା କଲା ପାକିସ୍ତାନ ଗଣମାଧ୍ୟମ

28/02/2019 at 4:55 PM

ଦିଲ୍ଲୀ ୨୮/୨ : ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଏବେ ପାକିସ୍ତାନ କବଜାରେ ଅଛନ୍ତି | ଅଭିନନ୍ଦନଙ୍କ ଦେଶପ୍ରେମ ଏବଂ ସାହାସିକତାର ପ୍ରଶଂସା କେବଳ ଭାରତ ନୁହେଁ ବରଂ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ କରୁଛି |

ପାକିସ୍ତାନର ନାମୀ ଖବରକାଗଜ ‘ଡନ’ ତାଙ୍କର ସାହାସୀକତାର ପ୍ରଶଂସା କରିଛି | ଖବରକାଗଜରେ ପ୍ରକାଶ ହୋଇଛି ଯେ, କିଭଳି କମାଣ୍ଡର ଅଭିନନ୍ଦନ ଶତ୍ରୁ ପାଖରେ ନିଜ ଦେଶର ଗୁପ୍ତ ଦସ୍ତାବିଜ ଖୋଲିନଥିଲେ | ଶତ୍ରୁ ଦେଶରେ ବନ୍ଦୀ ଥାଇ ମଧ୍ୟ ନିଜ ଦେଶର ଜୟ ନାରା ଲଗାଇଥିଲେ |

ସୂଚନାଯୋଗ୍ୟ ଯେ, ଗତକାଲି ଅଭିନନ୍ଦନ ଯୁଦ୍ଧ ବିମାନ ମିଗ-୨୧ ବିମାନ ଉଡ଼ୁଥିବାବେଳେ ପାକିସ୍ତାନର ଏଫ-୧୬ ବିମାନକୁ ପିଛା କରି କରି ହଠାତ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନ ସୀମାକୁ ଚାଲିଯାଇଥିଲେ | ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିୟନ୍ତ୍ରଣ ରେଖାରୁ ୭ କି:ମି: ଦୂର ପାକିସ୍ତାନ ଅଧିକୃତ ହୋରା ଗାଁରେ ପଡିଥିଲା | ଫଳରେ ପାକିସ୍ତାନ ତାଙ୍କୁ ବନ୍ଦୀ କରିନେଇଛି | ଜଣେ ପ୍ରତ୍ୟେକ୍ଷଦର୍ଶୀ ରାଜାକ ଚୌଧୁରୀ କହିଛନ୍ତି ଯେ, ୨ଟି ବିମାନରେ ନିଆଁ ଲାଗିଥିଲା | କିନ୍ତୁ ଗୋଟିଏ ବିମାନ ନିୟନ୍ତ୍ରଣ ରେଖା ପାର କରି ଚାଲିଯାଇଥିଲା | ଆଉ ଗୋଟିଏ ବିମାନ ଜଳୁଥିବା ଅବସ୍ଥାରେ ଦ୍ରୁତ ଗତିରେ ତଳେ ପଡିଥିଲା | ବିମାନର ଖଣ୍ଡ ଖଣ୍ଡ ଟୁକୁଡା ରଜାକଙ୍କ ଘରଠୁ ୧ କି:ମି: ଦୂରରେ ପଡିଥିଲା |

ବିମାନରେ ନିଆଁ ଲାଗିବ ପରେ ଏକ ପାରାଚୁଟ ତଳକୁ ଆସିଥିଲା | ଜଣେ ପାଇଲଟ ପାରାଚୁଟରୁ ବାହାରକୁ ଆସିଥିବା ସେ ଦେଖିଥିଲେ | ସେତିକିବେଳେ ପାଖରେ ଥିବା ଯୁବକମାନଙ୍କୁ ନିର୍ଦେଶ ଦିଆଯାଇଥିଲା ଯେ, ପାକିସ୍ତାନୀ ସେନା ସେଠାକୁ ନ ଆସିବା ଯାଏଁ କେହି ମଧ୍ୟ ବିମାନର ଖଣ୍ଡ ପାଖକୁ ନ ଯାଆନ୍ତୁ | କିନ୍ତୁ ଯୁବକମାନେ ସେଠାରେ ପାଇଲଟଙ୍କୁ ଦେଖି ଦେଇଥିଲେ | ପାଇଲଟଙ୍କ ପାଖରେ ବନ୍ଧୁକ ଥିଲା | ପାଇଲଟ ଯୁବକମାନଙ୍କୁ ପଚାରିଥିଲେ ଯେ, ଏଇଟା ଭାରତ ନା ପାକିସ୍ତାନ ? ସେତେବେଳେ ଜଣେ ଯୁବକ ଚାଲାକି ଦେଖାଇ କହିଥିଲା ଏଇଟା ଭାରତ | ଏହା ଶୁଣି ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତର ଗୌରବରେ ନାରା ଲଗାଇବା ଆରମ୍ଭ କରିଥିଲେ |

ସେ ପଚାରିଥିଲେ ଏହା ଭାରତର କେଉଁ ଜାଗା ? ସେତେବେଳେ ଯୁବକ କହିଥିଲା ଏହା କିଲାନ | ସେତେବେଳେ ପାଇଲଟ କହିଥିଲେ ଯେ, ତାଙ୍କ ପିଠି ହାଡ ଭାଙ୍ଗି ଯାଇଛି | ତାଙ୍କୁ ଶୋଷ ହେଉଛି | ସେ ଟିକେ ପାଣି ପିଇବେ | ସେତେବେଳେ କିଛି ଯୁବକ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିଲେ | ଏତିକି ଶୁଣି ଅଭିନନ୍ଦନ ଫାଙ୍କା ଗୁଳିଚାଳନା କରିଥିଲେ | ଫାଇରିଂ କରିବା ଦେଖି ଯୁବକମାନେ ପଥର ଉଠାଇଥିଲେ ଅଭିନନ୍ଦନଙ୍କୁ ମାରିବା ପାଇଁ | ଏତିକିବେଳେ ଅଭିନନ୍ଦନ ପଛକୁ ଦୌଡ଼ିଥିଲେ | ଯୁବକମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ | ଏତିକିବେଳେ ଏକ ଛୋଟ ଗାଡ଼ିଆ ଦେଖି ତା ମଧ୍ୟକୁ ଡେଇଁ ପଡ଼ିଥିଲେ ଅଭିନନ୍ଦନ | ସେ ନିଜ ପାଖରେ ରଖିଥିବା ଦସ୍ତାବିଜ ଗିଳି ଦେବା ପାଇଁ ଚେଷ୍ଟା କରିଥିଲେ | ଆଉ କିଛି କୁ ପାଣିରେ ବତୁରାଈ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ | ଏତିକିବେଳେ ଜଣେ ଯୁବକ ତାଙ୍କ ଗୋଡକୁ ଆଘାତ ଦେଇଥିଲା |

ଚୌଧୁରୀ କହିଛନ୍ତି ଯେ, ଯୁବକମାନେ ପାଇଲଟଙ୍କ ୨ହାତକୁ ବାନ୍ଧି ପକାଇଥିଲେ | ଆଉ କିଛି ତାଙ୍କୁ ମାଡ ମାରିଥିଲେ | ଏତିକିବେଳେ ଖବରପାଇ ପାକିସ୍ତାନୀ ସେନା ସେଠାକୁ ପହଂଚି ତାଙ୍କୁ ହେପାଜତକୁ ନେଇଥିଲେ |

   Related Posts