କଠୁଆରୁ ପୋଲିସ ଧରିଥିଲା ସନ୍ଦିଗ୍ଧ ପାରା, ପାକିସ୍ତାନୀ ଯୁବକ ନିଜର ଦର୍ଶାଇ ଫେରାଇ ଦେବାକୁ ପିଏମ ମୋଦୀଙ୍କୁ କଲେ ଅନୁରୋଧ

Published By : Prameya-News7 Bureau | May 28, 2020 IST

ଶ୍ରୀନଗର ୨୮।୦୫: ଜାମ୍ମୁ-କାଶ୍ମୀରର କଠୁଆରେ ଭାରତ-ପାକିସ୍ତାନ ସୀମା ନିକଟରେ ପୋଲିସକୁ  ମେ ୨୫ରେ ଏକ ପାରା ମିଳିଥିଲା। ପାରାର ଗୋଡରେ ଏକ ରିଙ୍ଗ ମଧ୍ୟ ବନ୍ଧା ହୋଇଥିଲା, ଯାହା ଉପରେ ଏକ ନମ୍ଵର ମଧ୍ୟ ଲେଖା ହୋଇଥିଲା। ଏହାକୁ ନେଇ ପୋଲିସ୍ ତନାଘନା ଆରମ୍ଭ କରିଥଲା। ହେଲେ ଏବେ ଜଣେ ପାକିସ୍ତାନୀ ବ୍ୟକ୍ତି ଗୁଇନ୍ଦା ଭାବି ଭାରତ ଧରିଥିବା ପାରାକୁ ନିଜର ବୋଲି ଦାବି କରି ଏହାକୁ ଫେରାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ୪୨ ବର୍ଷୀୟ ହବିବୁଲ୍ଲା ଦାବି କରିଛନ୍ତି ଯେ, ଭାରତୀୟ ସେନାର ଗୁଇନ୍ଦାଗିରି କରୁଥିବା ଭାବି ଅଟକ ରଖାଯାଇଥିବା ପାରାଟି ତାଙ୍କର ପାଳିତ। ଏନେଇ ସେ ଭାରତ ସରକାର ଓ ଗଣମାଧ୍ୟମଙ୍କୁ କ୍ଷମା ମାଗି ତାଙ୍କ ପାରାଟିକୁ ଫେରାଇ ଦେବାକୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ଇଦ୍ ଦିନରେ ମୁଁ ଗୋଲ୍ଡେନ ମ୍ୟାଡି ସହିତ ପ୍ରାୟ ୧୨ଟି ପାରା ଉଡାଇଥିଲି। ଗୋଲ୍ଡେନ ମ୍ୟାଡିକୁକ ଛାଡି ବାକି ସବୁ ପାରା ଫେରି ଆସିଥିଲେ। ମୋ ପାଖରେ ବର୍ତ୍ତମାନ ପ୍ରାୟ ୨୫୦ ପାରା ଅଛନ୍ତି। ମୁଁ ଗତ ୩୦ ବର୍ଷ ହେବ ପାରା ପୋଷି ଆସୁଛି। ମୁଁ କେବଳ ମୋର ଗୋଲ୍ଡେନ ମ୍ୟାଡିକୁ ଫେରିବାକୁ ଚାହୁଁଛି, ଯଦ୍ଵାରା ପାରାଟି ପ୍ରତିଯୋଗିତାରେ ଭାଗ ନେଇ ପାରିବ।

wp:core-embed/twitter {"url":"https://twitter.com/rsrobin1/status/1265590827117686784?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1265590827117686784\u0026ref_url=https%3A%2F%2Fwww.india.com%2Fviral%2Fpakistani-man-urges-india-to-return-spy-pigeon-says-code-attached-to-birds-foot-is-his-phone-number-watch-4042185%2F","type":"rich","providerNameSlug":"twitter","className":""}
https://twitter.com/rsrobin1/status/1265590827117686784?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1265590827117686784&ref_url=https%3A%2F%2Fwww.india.com%2Fviral%2Fpakistani-man-urges-india-to-return-spy-pigeon-says-code-attached-to-birds-foot-is-his-phone-number-watch-4042185%2F
/wp:core-embed/twitter

ହବିବୁଲ୍ଲା ଦାବି କରିଛନ୍ତି ଯେ, ପାରାର ଗୋଡରେ ବନ୍ଧା ହୋଇଥିବା ରିଙ୍ଗରେ ଯେଉଁ କୋଡ୍‌ ରହିଛି ତାହା ପ୍ରକୃତରେ ମୋର ମୋବାଇଲ ନମ୍ବର। ସେ କହିଛନ୍ତି ଯେ, ସେ ଏଥିପାଇଁ ପାରା ଗୋଡରେ ନିଜର ମୋବାଇଲ ବାନ୍ଧି ଦେଇଛନ୍ତି, କାରଣ ଯିଏ ପାରାଟିକୁ ପାଇବ ସେ ନମ୍ବରରେ ଫୋନ୍ କରି ଫେରାଇ ପାରିବ।

ନିଜର ପାରାକୁ ଶାନ୍ତିର ପ୍ରତୀକ ଦର୍ଶାଇ ସେ ବିବିସିକୁ କହିଛନ୍ତି, ଭାରତକୁ ନିର୍ଦ୍ଦୋଷ ପକ୍ଷୀଙ୍କୁ ପୀଡିତ ଦର୍ଶାଇବାରୁ ନିବୃତ୍ତ ହେବା ଉଚିତ୍। ଏହି ପାରାଟି ମେ ୨୫ରେ ପାକିସ୍ତାନ ପଟୁ ଜାମ୍ମୁ-କାଶ୍ମୀରର କଠୁଆକୁ ଉଡି ଆସିଥିଲା।

ଉଲ୍ଲେଖଯୋଗ୍ୟ, ଭାରତ-ପାକିସ୍ତାନ ସୀମାରେ ସର୍ବଦା ଏମିତି ପାରା ଓ ଡ୍ରୋନ୍ ନଜର ଆସିଥାନ୍ତି। ଶତ୍ରୁ ଦ୍ଵାରା ଗୁଇନ୍ଦାଗିରି କରିବାକୁ ଚେଷ୍ଟା କରାଯାଇଥାଏ। କିନ୍ତୁ ଶତ୍ରୁ ପକ୍ଷ ପ୍ରତିଥର ଏଥିରେ ବିଫଳ ହୋଇଛି। ସୁରକ୍ଷାକର୍ମୀଙ୍କ କଡା ପ୍ରହାର ଯୋଗୁଁ ଶତ୍ରୁଙ୍କ ପ୍ରତିଟି ଉଦ୍ୟମ ବିଫଳ ହୋଇ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.