ପାକିସ୍ତାନ ମେଜରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ, ସେନା ମୁଖ୍ୟ ବାଜଓ୍ବା ଦେଲେ ଶାସ୍ତି

Published By : Prameya-News7 Bureau | August 22, 2019 IST

ପେଶାୱାର୨୨|୮: ପାକିସ୍ତାନର ସେନା ମୁଖ୍ୟ କମର ଜାଭେଦ ବାଜଓ୍ବାଙ୍କ ନିଷ୍ପତ୍ତିରେ ମେଜର ପାହ୍ୟାର  ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ଆଜୀବନ ଦଣ୍ଡାଦେଶ  ଦିଆଯାଇଛି।ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ମେଜରଙ୍କ ନାଁକୁ ପାକିସ୍ତାନ ସାର୍ବଜନୀନ କରିନାହିଁ।

ସେନାର ମିଡିଆ ଶାଖାରୁ ମିଳିଥିବା ସୂଚନା ଅନୁସାରେ, ଫିଲଡ୍‌ ମାର୍ସଲ ଅଦାଲତରେ ଏହି ମେଜରଙ୍କ ବିରୋଧରେ ମାମଲା ଚାଲିଥିଲା।ଉଚ୍ଚ ପଦବୀରେ ରହି ନିଜ କ୍ଷମତାର ଦୁରୁପୋଯୋଗ କରୁଥିବାରୁ ତାଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମାମଲା ଚାଲିଥିଲା ।  

ତେବେ ଏନେଇ ପାକିସ୍ତାନ ସେନା ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ । ପାକିସ୍ତାନର ବିଧି ବ୍ୟବସ୍ଥା ଅନୁସାରେ, ମେଜରଙ୍କୁ ଚାକିରିରୁ ବରଖାସ୍ତ କରାଯିବ ସହ ଆଜୀବନ କାରାଦଣ୍ଡ ତାଙ୍କୁ ଦଣ୍ଡିତ କରାଯାଇଛି।

ଜମ୍ମୁ-କାଶ୍ମୀରକୁ ନେଇ ଭାରତ ସହ ବିବାଦ ଲାଗ ରହିଥିବା ବେଳେ ପାକିସ୍ତାନ ସେନା ଜଣେ ମେଜରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଅନ୍ୟପକ୍ଷରେ ପାକିସ୍ତାନର ସେନା ମୁଖ୍ୟ କମର ଜାଭେଦ ବଜାଓ୍ବାଙ୍କ କାର୍ଯ୍ୟକାଳ ସରିଥିବା ବେଳେ ଏହାକୁ ଆଉ ୩ବର୍ଷ ବଢ଼ାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.