Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭୁବନେଶ୍ବର କେୟାର ହସ୍ପିଟାଲ୍‌ର ପାକିସ୍ତାନୀ ଲିଙ୍କ୍‌ : ବ୍ୟବସାୟୀଙ୍କ ରହିଛି ଆତଙ୍କବାଦୀ ମାସୁଦ ଆଝାରଙ୍କ ସହ ସମ୍ପର୍କ

27/11/2019 at 6:08 PM

ଭୁବନେଶ୍ବର ୨୭/୧୧: ଭୁବନେଶ୍ବର କେୟାର ହସ୍ପିଟାଲ୍‌ର ପାକିସ୍ତାନୀ ଲିଙ୍କ୍‌ ।ଏହି ହସ୍ପିଟାଲକୁ ଜଣେ ପାକିସ୍ତାନୀଙ୍କୁ ବିକ୍ରି ଲାଗି ଯୋଜନା ।ସେହି ବ୍ୟକ୍ତି ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ କିଡନୀ ଚୋରୀ ରାକେଟ୍‌ରେ ସଂପୃକ୍ତ ।

ସରକାରଙ୍କ ବିନା ଅନୁମତିରେ ବିନା ଏନଓସିରେ କିପରି ଏମିତି ହେଲା ତାକୁ ନେଇ ଆଜି  ବିଧାନସଭା ଶୂନ୍ୟକାଳରେ ସରକାରଙ୍କୁ ଘେରିଥିଲେ ଉଭୟ ଶାସକ ଓ ବିରୋଧୀ ସଦସ୍ୟ। କେୟାର ହସ୍ପିଟାଲକୁ ସରକାର ମାଗଣାରେ ଜମି ଯୋଗାଇଛନ୍ତି। ହେଲେ ସେଠାରେ ଗରିବ ରୋଗୀଙ୍କୁ ଚିକିତ୍ସା ମିଳୁନି। ହସ୍ପିଟାଲ ଏମିତି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ହେଲେ ଘଟଣାର ତଦନ୍ତ ନିର୍ଦ୍ଦଶ ଦେଇଛନ୍ତି ରାଜ୍ୟ ସରକାର।…

ଭୁବନେଶ୍ବର କେୟାର ହସ୍ପିଟାଲ୍‌ର ପାକିସ୍ତାନୀ ଲିଙ୍କ୍‌ । ଜଣେ ପାକିସ୍ତାନୀଙ୍କୁ କେୟାର ହସ୍ପିଟାଲ ବିକ୍ରି ହୋଇଛି ।ଏଭଳି ଅଭିଯୋଗ ଗୃହରେ ଆଣିଛନ୍ତି ବିରୋଧୀ ଏବଂ ଶାସକ ଦଳ ମଧ୍ୟ ଏତିରେ ସ୍ବର ମିଳାଇଛନ୍ତି । ଅସିଫ ଅବଦୁଲ ନକଭି ନାମକ ଜଣେ ବ୍ୟବସାୟୀ ଯାହାଙ୍କ ସଂପର୍କ ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାର ସହ ଅଛି ସେହିଁ କେୟାର ହସ୍ପିଟାଲକୁ କିଣୁଥିବା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଏମିତିକି  ତାଙ୍କ ନାଁରେ କିଡନୀ ଚୋରୀ ରାକେଟ୍‌ରେ ସଂପୃକ୍ତି ଅଭିଯୋଗ ବି ରହିଛି। ଏମିତି ଜଣେ ପାକିସ୍ତାନୀ ଏଜେଣ୍ଟଙ୍କ ହାତରେ ଯଦି ରାଜ୍ୟର ହସ୍ପିଟାଲ ପଡେ ତେବେ ଦେଶର ସୁରକ୍ଷା ସହ ରୋଗୀଙ୍କ କିଡନୀ ଚୋରୀ ହେବା ଆଶଙ୍କା ରହିଛି। କେବଳ ବିରୋଧୀ ନୁହଁନ୍ତି ଶାସକ ଦଳର ସଦସ୍ୟ ବି ଯୁକ୍ତି ବାଢ଼ିଥିଲେ ସରକାର କେୟାର ହସ୍ପିଟାଲକୁ ମାଗଣାରେ ୨୫ ଏକର ଜମି ଦେଇଛନ୍ତି । ୩୦ ପ୍ରତିଶତ ଗରିବ ରୋଗୀଙ୍କ ଚିକିତ୍ସା ସେଠି ମାଗଣାରେ ହେବା କଥା। ହେଲେ ରୋଗୀଙ୍କ ଚିକିତ୍ସା କଥା ଛାଡନ୍ତୁ ଏବେ ନେଭକେୟାର ସଂସ୍ଥା ନାଁରେ ଜଣେ ପାକିସ୍ତାନୀ ଏଜେଣ୍ଟକୁ ହସ୍ପିଟାଲ ଟେକିଦେବା କେତେଦୂର ଯଥାର୍ଥ ସ ନେଇ ପ୍ରଶ୍ନ ଉଠାଇଛନ୍ତି ସଦସ୍ୟ।…

ସେପଟେ ବିଧାନସଭାରେ କେୟାର ହସପିଟାଲ ପ୍ରସଙ୍ଗ ଉଠିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରୀ ହସ୍ପିଟାଲରେ ଚଢ଼ାଉ କରିଛନ୍ତି। ମେଡିସିନ ଷ୍ଟୋର ସହ ରୋଗୀଙ୍କ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିଛନ୍ତି। ତେବେ ପାକିସ୍ତାନ ଲିଙ୍କ୍‌ ଅଭିଯୋଗକୁ ଖଣ୍ଡନ କରି ହସ୍ପିଟାଲ କର୍ତ୍ତୃପକ୍ଷ  କହିଛନ୍ତି କୌଣସି ପାକିସ୍ତାନ ମାଲିକଙ୍କ ସହ ସମ୍ପର୍କ ନାହିଁ । କେୟାର ହସପିଟାଲର ମାଲିକାନା ଟ୍ରଷ୍ଟ ଅଧିନରେ କାର୍ଯ୍ୟ କରୁଛି। ସେଠାରେ ଏ ପର୍ଯ୍ୟନ୍ତ କୌଣସି କିଡ୍‌ନୀ ଟ୍ରାନସପ୍ଲାଣ୍ଟେସନ୍‌ କରାଯାଇନାହିଁ । ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ଘଟଣାର ଉପରେ ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। …

ରୋଗୀସେବାକୁ ନେଇ କେୟାର ହସ୍ପିଟାଲ ନାଁରେ ପୂର୍ବରୁ ଅନେକ ଅଭିଯୋଗ ହୋଇ ଆସୁଥିଲା । ହେଲେ ଏବେ ମାଲିକାନା ପରିବର୍ତ୍ତନ ନେଇ ନୂଆ ଅଭିଯୋଗ ଆସିଛି । ଆଉ ଯଦି ଏହି ଘଟଣା ସତ ହୁଏ ତେବେ ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।…

   Related Posts