Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଭାରତକୁ ପାକିସ୍ତାନୀ ସାମ୍ବାଦିକଙ୍କ ଧମକ: “ମୋଦିଙ୍କୁ ମାରିବୁ ଟମାଟୋ, ଭାରତ ଉପରେ ପକାଇବୁ ପରମାଣୁ ବୋମା”

24/02/2019 at 1:47 PM

ଦିଲ୍ଲୀ ୨୪/୨ : ସୋସିଆଲ ମିଡ଼ିଆରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି | ପାକିସ୍ତାନୀ ଟିଭି ସାମ୍ବାଦିକ ଭାରତ ବିରୋଧରେ ମନ୍ତବ୍ୟ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି | ପୁଲୱାମା ଘଟଣା ପରେ ଭାରତ ପାକିସ୍ତାନକୁ ଟମାଟୋ ଯୋଗାଇବା ବନ୍ଦ କରିଦେଇଥିବାରୁ ରାଗି ଜୈ ସାମ୍ବାଦିକ ଜଣକ ଲାଲ ହୋଇଯାଇଛନ୍ତି | ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କ ଭିଡିଓକୁ ପରିହାସ କରାଯାଇଛି | ଭିଡିଓରେ ସାମ୍ବାଦିକ ବାରମ୍ବାର ତୌବା ତୌବା କହୁଛନ୍ତି | ଶେଷରେ ସେ କହିଛନ୍ତି ଯେ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି | ଏହି ପରମାଣୁ ବୋମା ପାକିସ୍ତାନ ଘରେ ସଜେଇବା ପାଇଁ ସାଇତି ରଖିନି | ଭାରତ ପାକିସ୍ତାନକୁ ଟାମୋଟା ଯୋଗେଇବ ବନ୍ଦ କରିଦେବା ଜବାବରେ ପାକିସ୍ତାନ ପରମାଣୁ ବୋମା ବ୍ୟବହାର କରିବ | ସାମ୍ବାଦିକ ଜଣକ ପ୍ରଶ୍ନ ପଚାରିଛନ୍ତି ଯେ, ଭାରତ କ’ଣ ଭାବୁଛି ଯେ ପାକିସ୍ତାନ ଟମାଟୋ ବିନା ରହି ପାରିବନି | ଆଗକୁ ପାକିସ୍ତାନ ନିଜେ ଟମାଟୋ ଚାଷ କରିବ ବୋଲି ସାମ୍ବାଦିକ କହିଛନ୍ତି |


ସାମ୍ବାଦିକଙ୍କ ପରିଚୟ ହେଲା କେଶର ଖୋଖର | ସେ ପାକିସ୍ତାନୀ ଟିଭି ଚାନେଲ City42 ର ସିନିଅର ସାମ୍ବାଦିକ | ସେ କହିଛନ୍ତି ଯେ, “ଭାରତ ପାକିସ୍ତାନକୁ ଟମାଟୋ ବନ୍ଦ କରି ଏକ ନୀଚ୍ଚ କାମ କରିଛି | ଭାରତ ଭାବୁଛି ଯେ, ପାକିସ୍ତାନ ଟମାଟୋ ବିନା ବଂଚି ପାରିବ ନାହିଁ | ଏହି ଟମାଟୋ ଆମେ ମୋଦି ଏବଂ ରାହୁଲକୁ ଫୋପଡୁଛୁ |”


ଏତିକିରେ ସରିନଥିଲା | ସେ ଆହୁରି ଉତକ୍ଷିପ୍ତ ହୋଇ କହିଥିଲେ ଯେ, ଯେଭଳି ଭାରତୀୟମାନେ ଆଜି ଜଳୁଛନ୍ତି, ଠିକ ସେହିଭଳି ତାଙ୍କ ଟାମୋଟା ମଧ୍ୟ ଜଳିଯିବ, ପାଚିଯିବ | ଟମାଟୋର ଜବାବ ପରମାଣୁ ବୋମା ଦ୍ୱାରା ଦେବାର ସମୟ ଆସିଯାଇଛି ବୋଲି କହିଥିଲେ ଖୋଖର | ପାକିସ୍ତାନରେ ପରମାଣୁ ବୋମା କେବଳ ଭାରତ ପାଇଁ ତିଆରି ହେଉଛି ବୋଲି କହିଥିଲେ ସାମ୍ବାଦିକ | ଭାରତ ପାକିସ୍ତାନକୁ ଡରିବା ଉଚିତ ବୋଲି କହିଛନ୍ତି ଏହି ସାମ୍ବାଦିକ ଜଣକ | ପାକିସ୍ତାନୀ ଟମାଟୋ ବଦଳରେ ଦହି ବ୍ୟବହାର କରିପାରିବେ ଏବଂ ଆସନ୍ତା ବର୍ଷ ନିଜେ ଟମାଟୋ ଚାଷ କରି ଭାରତକୁ ରପ୍ତାନି କରିବ ବୋଲି କହିଛନ୍ତି |

   Related Posts