ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ବିମାନ

Published By : Prameya-News7 Bureau | February 27, 2019 IST

ଜମ୍ମୁକାଶ୍ମୀର ୨୭|୨: ଭାରତୀୟ ସୀମାରେ ପଶିଲା ପାକିସ୍ତାନୀ ବିମାନ । ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ସୀମା ଉଲଂଘନ କରି ପଶିଲା ପାକ୍ ବିମାନ । ଭାରତୀୟ ବାୟୁସେନା ସୀମାରୁ ପାକିସ୍ତାନୀ ବିମାନକୁ ତଡି ବାହାର କରିଦେଇଛି । ଫଳରେ ଭାରତୀୟ ବାୟୁସେନାର ଜବାବୀ ହମଲା ପରେ ଫେରିଗଲା ପାକିସ୍ତାନର ବାୟୁସେନା ବିମାନ । ସେନାର ଆକ୍ସନ ପରେ ପିଓକେ ଫେରିଯାଇଥିବା ସୂଚନା ମିଳିଛି ।

ଏକ ନ୍ୟୁଜ୍ ଏଜେନ୍ସୀର ସୂଚନା ଅନୁସାରେ ପାକିସ୍ତାନୀ ବିମାନ ଭାରତୀୟ ସୀମାରେ ବମ୍ ମଧ୍ୟ ପକାଇଛି ।

ଭାରତୀୟ ବାୟୁସେନା ଦ୍ବାରା ଏୟାର ଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । ଭାରତର ପ୍ରତି ଜବାବ ପରେ ବିଳବିଳେଇ ଯାଇଛି ପାକିସ୍ତାନ । ଫଳରେ ଏଲଓସିରେ ଅସ୍ତ୍ର ବିରତି ଉଲଂଘନ କରିଛି ପାକିସ୍ତାନ । ଭାରତୀୟ ସେନା ଏବଂ ପାକ୍ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୭ଜଣ ଭାରତୀୟ ଯବାନ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.