Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗାଜି ରସିଦ ଥିଲା ମାଷ୍ଟରମାଇଣ୍ଡ : ଜାଣନ୍ତୁ ତା’ ସମ୍ପର୍କରେ ସବିଶେଷ ତଥ୍ୟ

16/02/2019 at 6:05 PM

ଶ୍ରୀନଗର ୧୬/୨ : କାଶ୍ମୀରର ଟପ ଗୁଇନ୍ଦା ଏଜେନ୍ସି ଅନୁସାରେ ପୁଲୱାମା ଆତ୍ମଘାତୀ ବିସ୍ଫୋରଣ ପଛରେ ପାକିସ୍ତାନୀ କମାଣ୍ଡର ଗାଜି ରସିଦ ହୋଇଥାଇପାରେ ବୋଲି ସନ୍ଦେହ କରୁଛି | ବିସ୍ଫୋରଣ ପୂର୍ବରୁ ଗାଜି ଅନୁପ୍ରବେଶ କରି ଦକ୍ଷିଣ କାଶ୍ମୀରରେ ପହଂଚିବାରେ ସଫଳ ହୋଇଥିଲା | ଜୈସ-ଏ-ମହମ୍ମଦ ଏବଂ ମୌଲାନା ମସୁଦ ଅଜହରର ଭଣଜାକୁ ଗତବର୍ଷ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିଲେ | ଏହାପରେ ଜୈସ-ଏ-ମହମ୍ମଦ ନିଜର ଟପ କମାଣ୍ଡର ଏବଂ ଆଇଇଡି ବିଶେଷଜ୍ଞ ଗାଜି ରସିଦକୁ କାଶ୍ମୀରକୁ ପଠାଇଥିଲା |


ଗାଜି ରସିଦ ନିଜର ଦୁଇ ସହଯୋଗୀଙ୍କ ସହିତ ମିଶି ଡିସେମ୍ବର ମାସରେ ଭାରତରେ ଅନୁପ୍ରବେଶ କରିଥିଲା ବୋଲି କୁହାଯାଉଛି | ଭାରତକୁ ଅନୁପ୍ରବେଶ କରିବା ପରେ ଗାଜି ରସିଦ ଏବଂ ତାର ଦୁଇ ସହଯୋଗୀ ଦକ୍ଷିଣ କାଶ୍ମୀରରେ ଲୁଚି ରହିଥିଲେ | ଗୁଇନ୍ଦା ସୂତ୍ର ଅନୁଯାୟୀ, ରତନିପୁରା ଗାଁରେ କିଛି ଦିନ ପୂର୍ବରୁ ହୋଇଥିବା ଏନକାଉଣ୍ଟରରେ କୌଶଳ କରି ଗାଜି ରସିଦ ଖସି ଯାଇଥିଲା |


ରତନିପୁରାରେ ଫେବୃଆରୀ ୧୧ ତାରିଖରେ ହୋଇଥିବା ଏନକାଉଣ୍ଟରରେ ଜଣେ ସ୍ଥାନୀୟ ମିଳିଟେଣ୍ଟଙ୍କ ମୃତ୍ୟୁ ହୋଇଥିଲା | ଏନକାଉଣ୍ଟର ବେଳେ ୩ଜଣ ଫେରାର ହେବାରେ ସଫଳ ହୋଇଥିଲେ | ଏହି ଏନ୍କାଉଣ୍ଟର ବେଳେ ଆର୍ମି କମାଣ୍ଡର ବଲଜୀତ ମଧ୍ୟ ସହିଦ ହୋଇଯାଇଥିଲେ |


କିଏ ଏହି ଗାଜି ରସିଦ ? ଗାଜିକୁ ମୌଲାନା ମସୁଦ ଅଜହରର ବହୁତ ବିଶ୍ଵସ୍ଥ ଏବଂ ନିକଟତର ବୋଲି କୁହାଯାଏ | ସେ ୨୦୦୮ ମସିହାରେ ଜୈସରେ ସାମିଲ ହୋଇଥିଲା | ଜୈସରେ ସାମିଲ ହେବାପରେ ସେ ତାଲିବାନରେ ଆତଙ୍କୀ ଟ୍ରେନିଂ ନେଇଥିଲା | ୨୦୧୦ ମସିହାରେ ସେ ଉତ୍ତର ବଜିରିସ୍ତାନ ଆସିଥିଲା | ଏହାପରେ ଗାଜି ପେଓକେରେ ଜୈସର ଲୋକଙ୍କୁ ଟ୍ରେନିଂ ଦେଉଥିଲା | ମସୁଦ ଅଜହରର ଦୁଇ ଭଣଜାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଗାଜିକୁ କାଶ୍ମୀରକୁ ପଠା ଯାଇଥିଲା | ଅଜହରର ଭଣଜା ତଲହ ରସିଦ ଏବଂ ଉସ୍ମାନକୁ ୨୦୧୭ ଏବଂ ୨୦୧୮ ମସିହାରେ ଏନକାଉଣ୍ଟର କରାଯାଇଥିଲା | ଗାଜି ରସିଦକୁ ୩୨ ବର୍ଷ ବୟସ ହୋଇଥିବା କୁହାଯାଉଛି | ସୁରକ୍ଷା ଏଜେନ୍ସି ଗାଜିକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଛି |

   Related Posts