ଭୁବନେଶ୍ୱର ସୈନିକ ସ୍କୁଲ ମସଜିଦରେ ନମାଜ ପଢିଲେ ପାକ ହକି ଖେଳାଳି

Published By : Prameya-News7 Bureau | November 30, 2018 IST

ଆଜି ଶୁକ୍ରବାର। ନମାଜ ପଢିବାର ଦିନ। ଏଥିରୁ ପାକିସ୍ତାନ ଟିମ ବା ବାଦ ପଡନ୍ତା କେମିତି। କଡ଼ା ସୁରକ୍ଷା ମଧ୍ୟରେ ପୂରା ଟିମ ସୈନିକ ସ୍କୁଲ ପରିସରରେ ଥିବା ମସଜିଦରେ ନମାଜ ପାଠ କରିଛନ୍ତି। ସେପଟେ ସ୍ବାମୀଙ୍କ ଟିମ୍ ହାରି ଯିବାରୁ ମୁହଁ ଫୁଲାଇଛନ୍ତି ସ୍ତ୍ରୀ । ଏହାସହ କଟକଣା ଯୋଗୁଁ ସ୍ବାମୀଙ୍କ ସହ ଦେଖା ହୋଇପାରୁନି, ତେଣୁ ରାଗରେ ଗର ଗର ହୋଇ ମନ ଦୁଃଖରେ ରାଜଧାନୀରେ ବୁଲୁଛନ୍ତି। କିଏ ସେହି ମହିଳା । ଆସନ୍ତୁ ଦେଖିବା ଏହି ରିପୋର୍ଟ।… ସମୟ ଦିନ ୧୨ଟା ୪୫। ହଠାତ୍ ସୈନିକ ସ୍କୁଲ ପରିସରରେ ଥିବା ମସଜିଦ ନିକଟରେ ପହଞ୍ଚିଯାଇଥିଲେ କମିସନରେଟ ପୋଲିସର ସୁରକ୍ଷା କର୍ମୀ । ପୂରା ଅଞ୍ଚଳକୁ ପୋଲିସ ଘେରାବନ୍ଦୀ କରିନେଇଥିଲା । ପ୍ରବଳ ସିକ୍ୟୁରିଟି ଘେର ଭିତରେ ପହଞ୍ଚିଥିଲେ ପାକିସ୍ତାନ ଟିମ। ଆଉ ମସଜିଦ ଭିତରେ ପଢିଥିଲେ ନମାଜ। ନମାଜ ପଢିବା ପରେ ସମସ୍ତଙ୍କ ସହ ସ୍ନେହର ଆଦାନ ପ୍ରଦାନ କରିଥିଲେ। ପାକିସ୍ତାନ କୋଚ୍ଙ୍କ କହିବା ଅନୁସାରେ ସେମାନେ ଆଲ୍ଲାଙ୍କୁ ପ୍ରାର୍ଥନା କରି ହକି ଫାଇନାଲରେ ପାକିସ୍ତାନ ଓ ଭାରତ ମୁକାବିଲା ହେଉ ବୋଲି ଦୁଆ ମାଗିଛନ୍ତି । ବୁଧବାର ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ସେ ଭୂୟସି ପ୍ରଶଂସା କରିଛନ୍ତି ।… ପାକ୍ ଟିମ୍‌ର ଟିକେ ଝଲକ ପାଇବାକୁ ଲାଗିଥିଲା ଭିଡ଼ । ଏଠାରେ ପ୍ରାୟ ଘଣ୍ଟାଏ ରହିବା ପରେ ପାକିସ୍ତାନ ଟିମ ହୋଟେଳକୁ ଫେରି ଯାଇଥିଲେ। … ଏପଟେ ଏ ହେଉଛନ୍ତି ଏଲିସ୍। ଖେଳ ଦେଖିବାକୁ ଫ୍ରାନ୍ସରୁ ଛୁଟି ଆସିଛନ୍ତି ଭୁବନେଶ୍ବର। ମନରେ କିନ୍ତୁ ହରସ ନାହିଁ। ମୁହଁ ଫୁଲେଇ ରାଜଧାନୀରେ ବୁଲୁଛନ୍ତି। କ’ଣ ପାଇଁ ଏଲିସ୍ ମୁହଁ ଫୁଲେଇଛନ୍ତି ? ବୁଝୁ ବୁଝୁ ଜଣାପଡିଲା ଏଲିସ୍ ହେଉଛନ୍ତି ଫ୍ରାନ୍ସ ହକି ଦଳର କ୍ୟାପଟେନ୍ ଭିକ୍ଟର ସାର୍ଲେଟ୍ଙ୍କ ପତ୍ନୀ । ଗୁରୁବାର ନ୍ୟୁଜିଲାଣ୍ଡଠାରୁ ୨-୧ ଗୋଲରେ ହାରି ଯାଇଛି ଫ୍ରାନ୍ସ। ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଏଲିସ୍। ଏଲିସ୍‌ଙ୍କର ଆଉ ଏକ ଦୁଃଖ ବିରହ ଯନ୍ତ୍ରଣା । ଏତେ ବାଟରୁ ମ୍ୟାଚ ଦେଖିବାକୁ ଧାଇଁ ଆସିଛନ୍ତି, ଗୋଟିଏ ସହରରେ ରହୁଛନ୍ତି, ହେଲେ ସ୍ବାମୀଙ୍କ ସହ ଭେଟ ହୋଇପାରୁନି। ଖେଳାଳି ପରିବାରବର୍ଗଙ୍କ ସହ ବୁଲାବୁଲି କି ଡାଇରେକ୍ଟ କଥା ହେବାକୁ ଅନୁମତି ନାହିଁ । ତେଣୁ ଏଲିସଙ୍କ ମନ ପାଣିଚିଆ ହୋଇଯାଇଛି । ହେଲେ ଭୁବନେଶ୍ବର ତାଙ୍କୁ ଖୁବ ଭଲ ଲାଗୁଛି ବୋଲି କହିଛନ୍ତି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.