ଭାରତର ବିଦ୍ୟୁତ କମ୍ପାନୀ ଏବଂ ସରକାରୀ ଅଫିସଗୁଡିକୁ ଟାର୍ଗେଟ୍ କରୁଛନ୍ତି ପାକିସ୍ତାନୀ ହ୍ୟାକର, ଆତଙ୍କୀ ଦେଶକୁ ସହଯୋଗ କରୁଛି ଦୋମୁହାଁ ଚୀନ୍

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ ୧୩/୦୭ : ବିଶ୍ବରେ ସାଇବର ଅପରାଧ ଏବେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ସାଇବର ଆଟାକ ଚୀନରୁ ହେଉଥିବା ବିଭିନ୍ନ ସମୟରେ ସାମ୍ନାକୁ ଆସେ । କିନ୍ତୁ ବର୍ତ୍ତମାନ ପାକିସ୍ତାନ ମଧ୍ୟରେ ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଏକ ନୂଆ ମେଲଓ୍ବୟର ସାହାଯ୍ୟରେ ପାକିସ୍ତାନୀ ସାଇବର ଅପରାଧୀମାନେ ଭାରତର କିଛି ଉର୍ଜା କମ୍ପାନୀଙ୍କ ସମେତ ସରକାରୀ ସଂଗଠନଗୁଡିକୁ ଟାର୍ଗେଟ କରିଥିଲେ ।

ସାଇବର ଅପରାଧୀମାନେ ଏକ ନୂଆ ପ୍ରକାରର ରିମୋଟ୍ ଏକ୍ସେସ୍ ଟ୍ରୋଜନ୍‌ (RAT)କୁ ଇନଷ୍ଟଲ୍ କରିଥିଲେ । ଯାହାଫଳରେ କି ବ୍ୟବହୃତ କମ୍ପ୍ୟୁଟର ଉପରେ ନଜର ରଖିପାରିବେ । କେବଳ ସେତିକି ନୁହେଁ ଭାରତରେ ବ୍ୟବହୃତ ହେଉଥିବା ଡୋମେନ୍‌ URLକୁ ମଧ୍ୟ ବ୍ୟବହାର କରିଛନ୍ତି ସାଇବର ଅପରାଧୀ । ଭାରତ ଉପରେ ପାକିସ୍ତାନ କରିଥିବା ସାଇବର ଆଟାକ୍‌କୁ ପ୍ରଥମେ Lumen Technologies ର ବ୍ଲାକ୍‌ ଲୋଟସ୍ ଲ୍ୟାବ୍‌ର ସିକ୍ୟୁରିଟି ଟିମ ଜାଣିବାକୁ ପାଇଥିଲା । ପରେ ଏହା ପାକିସ୍ତାନର କାରନାମା​‌ ବୋଲି ଜଣାପଡିଥିଲା । ହ୍ୟାକରମାନେ ବ୍ୟବହାର କରିଥିବା IP ଆଡ୍ରେସ୍‌ ପାକିସ୍ତାନର ବୋଲି ଜଣାପଡିବା ପରେ ଏହା ସ୍ପଷ୍ଟ ହୋଇଥିଲା ।

ବ୍ଲାକ୍‌ ଲୋଟସ୍‌ ଲ୍ୟାବ ମୁଖ୍ୟ ମିଚେଲ ବେଞ୍ଜାମିନ କହିଛନ୍ତି, ଅନେକ ପରୀକ୍ଷା ନୀରିକ୍ଷା ଏବଂ ଇଣ୍ଡିକେଟର୍ସ ଦ୍ବାରା ଏହା ସ୍ପଷ୍ଟ ହୋଇଥିଲା ଯେ​‌, ସାଇବର ଆକ୍ରମଣକାରୀମାନେ ପାକିସ୍ତାନର । ଏମାନେ ସମସ୍ତେ ଭାରତକୁ ଟାର୍ଗେଟ୍‌ କରୁଥିଲେ । ଖାସ କରି ବିଜୁଳି ଉତ୍ପାଦନ କମ୍ପାନୀ ଏବଂ ସରକାରୀ ବିଭାଗଗୁଡିକକୁ ଟାର୍ଗେଟ୍ କରୁଥିଲେ ହ୍ୟାକର ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପାକିସ୍ତାନୀ ସାଇବର ଅପରାଧୀମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସପ୍ଟଓ୍ବେର ପାଇଁ ସାହାଯ୍ୟ କରିଥିଲା ଦୋମୁହାଁ ଚୀନ । କେବଳ ଭାରତ ନୁହେଁ ଆଫଗାନିସ୍ତାନର ବିଭିନ୍ନ ଏଜେନ୍ସି ଏବଂ ଅଫିସଗୁଡିକୁ ମଧ୍ୟ ଟାର୍ଗେଟ୍ କରୁଥିଲେ ସାଇବର ହ୍ୟାକର । ଏଥିପାଇଁ ନୂଆ ମେଲଓ୍ବେୟରର ଉପଯୋଗ କରୁଥିଲେ ।

ଗତବର୍ଷ ମୁମ୍ବାଇରେ ହୋଇଥିବା ବିଜୁଳି କାଟ୍‌ ପାଇଁ ଚୀନ ସାଇବର ଆକ୍ରମଣକାରୀ ସଂପୃକ୍ତି ଥିବା ଜଣାପଡିଥିଲା । ଏହି ବିଜୁଳି କାଟ୍‌ ସମୟରେ ଗୁରୁତ୍ବପୂର୍ଣ୍ଣ ସେବା ଯେପରିକି ଟ୍ରେନ୍‌ ଏବଂ ଗୁରୁତ୍ବପୂର୍ଣ୍ଣ ଅଫିସଗୁଡିକ​‌ରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିଲା । ଯାହାଫଳରେ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଭାବିତ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.