Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଇରଫାନଙ୍କ ପାଇଁ ପାଗଳ ଏହି ପାକିସ୍ତାନୀ ଯୁବତୀ : ଟ୍ୱିଟ କରି କହିଲେ, ୨୦୦୬ ରେ ପଠାନଙ୍କୁ ସାମ୍ନାରେ ଦେଖି…

24/05/2020 at 7:28 PM

ନୂଆଦିଲ୍ଲୀ ୨୪/୦୫ : ଭାରତୀୟ କ୍ରିକେଟ ଖେଳାଳି ଇରଫାନ ପଠାନ ସୁଇଙ୍ଗ ବୋଲିଙ୍ଗ ପାଇଁ ଦର୍ଶକଙ୍କ ବହୁତ ପ୍ରିୟ | କେବଳ ଖେଳ ପାଇଁ ନୁହେଁ, ନିଜ ଲୁକ ପାଇଁ ମଧ୍ୟ ସେ ଲୋକଙ୍କ ବହୁତ ପ୍ରିୟ, ଖାସ କରି ଯୁବତୀମାନଙ୍କର | ଇରଫାନ ଯେତେବେଳେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳୁଥିଲେ ସେତେବେଳେ ତାଙ୍କର ମହିଳା ଫ୍ୟାନ ଫଲୋୟର୍ସ ବହୁତ ଥିଲେ | ବର୍ତ୍ତମାନ ଇରଫାନ ଆଉ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳୁ ନାହାନ୍ତି | କିନ୍ତୁ ପ୍ରଶଂସକ ଆଜି ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି | ସୋସିଆଲ ମିଡ଼ିଆରେ ଇରଫାନଙ୍କ ମହିଳା ପ୍ରଶଂସକଙ୍କ ଦିୱାନାପନ ଦେଖିବାକୁ ମିଳେ | ଜଣେ ପାକିସ୍ତାନୀ ପ୍ରଶଂସକ ଟ୍ୱିଟରରେ ଇରଫାନଙ୍କ ସହ ହୋଇଥିବା ଏକ ସାକ୍ଷାତକାର ସମ୍ପର୍କରେ କହିଛନ୍ତି | ଇରଫାନ କିଭଳି ତାଙ୍କ ମନ ଜିତିଥିଲେ ସେ ନେଇ ପାକିସ୍ତାନୀ ଯୁବତୀ ସୋସିଆଲ ମିଡ଼ିଆରେ ବଖାଣିଛନ୍ତି |

ଯୁବତୀ ଜଣକ ଟ୍ୱିଟରରେ ଲେଖିଛନ୍ତି ଯେ, ୨୦୦୬ ମସିହାରେ ସେ ଇରଫାନଙ୍କ ପ୍ରେମରେ ପଡି ଯାଇଥିଲେ | ସେତେବେଳେ ଆବୁଧାବିରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଉଥିଲା | ସେହି ମ୍ୟାଚ ସମୟରେ ଯୁବତୀ ଜଣକ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ | ମ୍ୟାଚ ଶେଷ ହେବାପରେ ଖେଳାଳି ଯେତେବେଳେ ଫେରୁଥିଲେ, ସେତେବେଳେ ସିକ୍ୟୁରିଟି ଷ୍ଟାଡିୟମ ଗେଟ ଖୋଲିଦେଇଥିଲେ | ସେତେବେଳେ ସିକ୍ୟୁରିଟିକୁ ନେଇ କୌଣସି ପ୍ରତିବନ୍ଧକ ନଥିଲା |

ଏହାର ମଉକା ଟାହି ଯୁବତୀ ଷ୍ଟାଡିୟମ ଭିତରକୁ ଚାଲିଯାଇଥିଲେ ଏବଂ ଇରଫାନ-ଇରଫାନ କହି ପାଟି କରିଥିଲେ | କେହି ତାଙ୍କ ପ୍ରତି ଧ୍ୟାନ ଦେଇନଥିଲେ | ଏଥିରେ ସେ ମନ ଦୁଃଖ କରି ଭାରତୀୟ ଡ୍ରେସିଂ ରୁମ ଆଡକୁ ଯାଇଥିଲେ ଏବଂ ପୁଣିଥରେ ପଠାନ-ପଠାନ କରି ପାଟି କରିଥଲେ | ଯୁବତୀଙ୍କ ପାଟି ଶୁଣି ସମସ୍ତ ଖେଳାଳି ହସିଥିଲେ | କିନ୍ତୁ ସେ ହାର ନ ମାନି ଏମିତି ହିଁ ପାଟି କରୁଥିଲେ | କିଛି ସମୟ ପରେ ଇରଫାନ ଡ୍ରେସିଂ ରୁମ ବାହାରକୁ ଆସି ତାଙ୍କୁ ସାକ୍ଷାତ କରିଥିଲେ | ଇରଫାନ ନିଜ ସାମ୍ନାରେ ଦେଖି ସେ ଏକଦମ ଷ୍ଟାଚ୍ୟୁ ହୋଇଯାଇଥିଲେ | ଇରଫାନ ତାଙ୍କୁ ପାଖକୁ ଡାକି ତାଙ୍କୁ ଅଟୋଗ୍ରାଫ ଦେଇଥିଲେ ଏବଂ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ | 

ଏହି ଘଟଣାକୁ ସେ ଜୀବନ ସାରା କେବେ ମଧ୍ୟ ଭୁଲିବେନି ବୋଲି କହିଛନ୍ତି | ଏହା ତାଙ୍କ ଜୀବନର ସବୁଠାରୁ ସୁନ୍ଦର ଓ ସ୍ମରଣୀୟ ମୁହୂର୍ତ୍ତ ଥିଲା | ନିଜ ଟ୍ୱିଟର ପେଜରେ ଯୁବତୀ ଏନେଇ ସମ୍ପୂର୍ଣ କାହାଣୀ କହିଛନ୍ତି |

   Related Posts