Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ଅମ୍ବାଲାର ଯୁବକଙ୍କ ସହ ପାକିସ୍ତାନୀ ଯୁବତୀଙ୍କୁ ହେଲା ପ୍ରେମ : ୨ ଦେଶର ଶତ୍ରୁତା ଭୁଲି ପଟିଆଲାରେ ବାହାହେଲେ ପ୍ରେମୀଯୁଗଳ

10/03/2019 at 2:35 PM

ଚଣ୍ଡୀଗଡ଼ ୧୦/୩ : ପାଣି, ପବନ ଏବଂ ପ୍ରେମ ପାଇଁ କୌଣସି ବାଡ ନାହିଁ କି କୌଣସି ସୀମା ନାହିଁ | ଏହା ପ୍ରମାଣ କରିଛନ୍ତି ଜଣେ ପ୍ରେମୀ ଯୁଗଳ | ଦୁଇ ଦେଶର ଶତ୍ରୁତା ଏବଂ ତିକ୍ତତାକୁ ଭୁଲି ବିବାହ କରିଛନ୍ତି ଏହି ପ୍ରେମୀ ଯୁଗଳ | ଯୁବତୀ ଜଣକ ହେଲେ ୨୭ ବର୍ଷ ବୟସ୍କା ପାକିସ୍ତାନ ସିଆଲକୋଟର କିରଣ ଚିମା ଏବଂ ଯୁବକ ହେଲେ ୩୩ ବର୍ଷ ବୟସ୍କ ପଞ୍ଜାବ ଅମ୍ବାଲାର ତେପଲା ଗାଁର ପରବିନ୍ଦର ସିଂ | ଗତକାଲି ପଟିଆଲାର ୨୨ ନମ୍ବର ଫାଟକ ନିକଟରେ ଥିବା ଗୁରୁଦ୍ୱାରାରେ ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି |


ପରବିନ୍ଦର କହିଛନ୍ତି ଯେ, ପୁଲୱାମା ହମଲା ପରେ ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମଝୋତା ଏକ୍ସପ୍ରେସ ରଦ୍ଦ ହେବ ଯୋଗୁଁ କିରଣଙ୍କ ପରିବାର ଗୋଟିଏ ଦିନ ବିଳମ୍ବରେ ଭାରତରେ ପହଂଚିଥିଲେ | ତାଙ୍କୁ ୪୫ ଦିନ ପାଇଁ ପଟିଆଲାର ଭିସା ମଳିଚି | ବିବାହ ପରେ ଭିସା ସମୟସୀମା ବଢାଇବା ପାଇଁ ଆବେଦନ କରିବେ କିରଣଙ୍କ ପରିବାରଲୋକେ | କିରଣ ଅମ୍ବାଲା ରହିବା ପାଇଁ ଭିସା ଆବେଦନ ମଧ୍ୟ କରିବେ | ଯେଉଁଥିପାଇଁ ସେ ସ୍ୱାମୀଙ୍କ ସହ ରହିପାରିବେ |


ପରବିନ୍ଦର ବର୍ଷେ ପୂର୍ବରୁ ବିବାହ ପାଇଁ ଭିସା ଆବେଦନ କରିଥିଲେ | କିନ୍ତୁ ସେତେବେଳେ ପାକିସ୍ତାନ ତାଙ୍କ ଭିସା ରଦ୍ଦ କରିଥିଲା | ଏହାପରେ କିରଣ ଏବଂ ତାଙ୍କ ପରିବାରକୁ ଅମ୍ବାଲାକୁ ଡକା ଯାଇଥିଲା | ପରବିନ୍ଦର କହିଛନ୍ତି ଯେ, କିରଣଙ୍କ ପରିବାର ସହ ତାଙ୍କ ଖୁଡିଙ୍କର ଦୂର ସମ୍ପର୍କ ଥିଲା | ସେମାନେ ୧୯୪୭ ଦେଶ ବିଭାଜନ ବେଳେ ପାକିସ୍ତାନ ଅନ୍ତର୍ଗତ ସିଆଲକୋଟରେ ରହିଗଲେ |


କିରଣଙ୍କ ବାପା କହିଛନ୍ତି ୨ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ପାଇଁ ସେ ଗୋଟିଏ ଦିନ ବିଳମ୍ବରେ ଭାରତରେ ପହଂଚିଥିଲେ | କିନ୍ତୁ ତାଙ୍କୁ କୌଣସି ଅସୁବିଧା ହୋଇନଥିଲା | କିରଣ ନିଜ ବାପା, ମା, ଭାଇ ଏବଂ ଭଉଣୀ ସହ ପଟିଆଲା ଆସିଛନ୍ତି |

ପରବିନ୍ଦରଙ୍କ ମା’ ଏବଂ ଭାଇ ଏହି ବିବାହକୁ ନେଇ ବହୁତ ଖୁସି | ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନର ସ୍ଥିତି ଅଲଗା ଅଲଗା କିନ୍ତୁ ଉଭୟ ଦେଶବାସୀ ଶାନ୍ତିର ସହ ମିଳିମିଶି ରହିବାକୁ ଚାହୁଁଛନ୍ତି | କିରଣଙ୍କ ମା’ କହିଛନ୍ତି ତାଙ୍କ ଝିଅ ଭାରତରେ ବାହା ହୋଇଥିବା ଯୋଗୁଁ ସେ ବହୁତ ଖୁସି | ତାଙ୍କ ସମ୍ପର୍କୀୟ ଉଭୟ ଭାରତ ଏବଂ ପାକିସ୍ତାନରେ ଅଛନ୍ତି | ଏହି ବିବାହ ଜରିଆରେ ସେ ନିଜ ସମ୍ପର୍କୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି | ଯାହାଫଳରେ ପୁରୁଣା ସମ୍ପର୍କ ଆହୁରି ମଜବୁତ ହୋଇଛି |


କିରଣ ସ୍ନାତ୍ତକ ପାସ କରି ପାକିସ୍ତାନରେ ଶିକ୍ଷକତା କରୁଥିଲେ | ୨୦୧୪ ମସିହାରେ ସେ ଭାରତ ଆସିଥିଲେ | ସେତେବେଳେ ପରବିନ୍ଦରଙ୍କ ସହ ତାଙ୍କର ଦେଖା ହୋଇଥିଲା | ପ୍ରଥମ ଦେଖାରେ ହିଁ ତାଙ୍କୁ ପରବିନ୍ଦରଙ୍କ ସହ ପ୍ରେମ ହୋଇଯାଇଥିଲା | ଏହାପରେ ଉଭୟ ଫୋନରେ କଥାବାର୍ତ୍ତା ହେଉଥିଲେ |

୨ ବର୍ଷ ପରେ ଉଭୟ ନିଜ ନିଜ ପରିବାରକୁ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ ଏବଂ ଉଭୟ ପରସ୍ପରକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ | ଏଥିରେ ଉଭୟ ପରିବାର ରାଜି ହୋଇଥିଲେ | ୨୦୧୬ ମସିହାରେ କିରଣ ଏବଂ ପରବିନ୍ଦରଙ୍କ ନିର୍ବନ୍ଧ ହୋଇଥିଲା | ଗତକାଲି, ଶନିବାର ଦିନ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଛି | ବାହାଘରକୁ ନେଇ ଉଭୟ ପରିବାର ବହୁତ ଖୁସି |

   Related Posts