୧୯୯୨ ବିଶ୍ୱକପ ସମୟରେ ବିରଳ ଭାଇରସର ଶିକାର ହୋଇଥିଲେ ମିଆଁଦାଦ, ଅସୁସ୍ଥତା ସତ୍ୱେ ଦଳକୁ ଦେଇଥିଲେ ବିଜୟ

Published By : Prameya-News7 Bureau | March 27, 2020 IST

ଲାହୋର, ୨୭|୦୩:  ସାରା ବିଶ୍ୱ ଏବେ କରୋନା ଭାଇରସର ଆତଙ୍କ ମଧ୍ୟରେ ରହିଛି । ବିଶ୍ୱର ଅନେକ ପ୍ରମୁଖ ଦେଶ, ସହରକୁ ଲକଡାଉନ୍ କରାଯାଇଛି । ବିଭିନ୍ନ ଦେଶରେ ୫ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ମଧ୍ୟରେ ପୂର୍ବତନ ପାକିସ୍ତାନୀ ବ୍ୟାଟସମ୍ୟାନ୍ ଜାଭେଦ୍ ମିଆଁଦାଦ ଏକ ବଡ ଗୁମର ଖୋଲିଛନ୍ତି । ୧୯୯୨ ବିଶ୍ୱକପ ସମୟରେ ସେ ମଧ୍ୟ ବିରଳ ରୋଗରେ ପୀଡିତ ଥିବା ପ୍ରକାଶ କରିଛନ୍ତି ।

ମିଆଁଦାଦ କହିଛନ୍ତି ଯେ, ୧୯୯୨ ବିଶ୍ୱକପ ସମୟରେ ସେ ଏକ ବିରଳ ରୋଗରେ ପୀଡିତ ଥିଲେ । ବ୍ୟାଟିଂ କରିବା ସମୟରେ ତାଙ୍କ ଶରୀରରୁ ଅଧିକ ଝାଳ ବୋହୁଥିଲା । ଏପରିକି ଅତିଶୀଘ୍ରୀ ସେ ଥକିଯାଉଥିଲେ । ଏବେ ସେ ପୁରୁଣା ଭିଡିଓ କ୍ଲିପ ଦେଖିଲେ ଦଳ କିପରି ବିଶ୍ୱକପ ବିଜୟୀ ହେଲା ତାହା ବୁଝି ହୁଏନାହିଁ । ଜଣଙ୍କ ପରେ ଜଣେ ବ୍ୟାଟସମ୍ୟାନନ ଆଉଟ ହୋଇ ପ୍ୟାଭିଲିୟନ ଫେରୁଥିଲେ । କିନ୍ତୁ ସେ କ୍ରିଜରେ ରହି ଦଳକୁ ବିଜୟୀ କରାଇଥିଲେ । ସେ ଭାଇରାଲ ଇନଫେକ୍ସନର ଶିକାର ହୋଇଥିଲେ। ଭଲଭାବେ ନିଜ ପସନ୍ଦର ସଟ୍ ମଧ୍ୟ ଖେଳିପାରୁ ନଥିଲେ । ଏପରିକି ସିଙ୍ଗିଲ୍ ରନ୍ ମଧ୍ୟ ନେବାରେ ତାଙ୍କୁ ଅସୁବିଧା ହେଉଥିଲା ।

ସେ ଆହୁରି କହିଛନ୍ତି ଯେ, ଏହି ଇନଫେକ୍ସନ ବାବଦରେ ସେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ପରେ ମଧ୍ୟ କିଛି ବୁଝିପାରୁ ନଥିଲେ । ତେବେ ଫାଇନାଲ ମ୍ୟାଚରେ ସେ ଇମରାନ ଖାନଙ୍କ ସହ ଏକ ଦୃଢ ପାର୍ଟନରସିପ୍ କରି ଦଳକୁ ଜିତାଇଥିଲେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.