ନୂଆଦିଲ୍ଲୀ୧୦/୧୧: ଅଯୋଧ୍ୟା ବିବାଦର ଅନ୍ତ ଘଟିଛି। ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ମୁସ୍ଲିମଙ୍କ ପକ୍ଷରେ ମଧ୍ୟ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମସଜିଦ୍ ନିର୍ମାଣ ଲାଗି ୫ ଏକର ଜମି ଦେବା ପାଇଁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ ନିଜର ମୌନ ବ୍ରତ ଭାଙ୍ଗିଛନ୍ତି।
ବୈଦେଶିକ ମନ୍ତ୍ରୀ କୁରେଶୀ କହିଛନ୍ତି ଯେ ଏହି ନିର୍ଣ୍ଣୟାକ ନିଷ୍ପତ୍ତି ଲାଗି ଆଉ କିଛିଦିନ ଅପେକ୍ଷା କରିବାର ଆବଶ୍ୟକ ଥିଲା। କରତାପୁର କରିଡ଼ରରେ ଭାରତ ଯୋଗଦେବାର ଆବଶ୍ୟକ ଥିଲା। ଏହି ଦିନରେ ଏଭଳି ନିଷ୍ପତ୍ତି ଶୁଣାଇବାର ଆବଶ୍ୟକ ନ ଥିଲା। ଏହି ରାୟ ଆସିବା ପରେ ମୋଦି ଓ ଅନ୍ୟ ନେତାମାନେ ଶାନ୍ତିପୂର୍ଣ୍ଣ ବଜାଇ ରଖିବା ଲାଗି ସେ ଅପିଲ୍ କରିଛନ୍ତି। ଏହି ନିଷ୍ପତ୍ତିକୁ ଜିତିବା କିମ୍ବା ହାରିବା ସହ ତୁଳନା କରିବା ଉଚିତ ନୁହେଁ ବୋଲି କୁରେଶୀ କହିଛନ୍ତି।