ମିଳିଲା ଦୁଇଟି ଗ୍ୟାସ୍ ଭର୍ତ୍ତି ବେଲୁନ୍ : ପାକିସ୍ତାନୀ ପତାକା ସହ ଲେଖାଅଛି ‘ଆଇ ଲଭ୍ ପାକିସ୍ତାନ’, ଲୋକେ ଭୟଭୀତ

Published By : Prameya-News7 Bureau | April 28, 2020 IST

ଜୟପୁର ୨୮।୪: ରାଜସ୍ଥାନର ଞ୍ଜୁଝୁନୁ ଜିଲ୍ଲା ସୁରଜଗଡ ଥାନା ଅଞ୍ଚଳରେ ଥିବା ରଘୁନାଥପୁରା ଗ୍ରାମ ସ୍ଥିତ ଶ୍ୟାମା ଯୋଡିରେ ଦୁଇଟି ଗ୍ୟାସ୍ ଭର୍ତ୍ତି ବେଲୁନ୍ ମିଳିଛି । ସୋମବାର ଏହି ବେଲୁନ୍ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତ୍ତାବରଣ ଖେଳିଯାଇଥିଲା । ଏହି ବେଲୁନ୍ ଦୁଇଟିକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ଯେ, ରଘୁନାଥପୁରା ଗାଁର ଲୋକମାନେ ଶ୍ୟାମା ଯୋଡିରେ ଦୁଇଟି ଗ୍ୟାସ୍ ଭର୍ତ୍ତି ବେଲୁନ୍ ପଡିଥିବାର ଦେଖିଥିଲେ । ଏହାପରେ ଗ୍ରାମବାସୀ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ବେଲୁନ୍‌କୁ ଉଦ୍ଧାର କରିଥିଲା ।

ସହକାରୀ ପୋଲିସ ଅଧିକାରୀ ରାମଚନ୍ଦ୍ର କହିଛନ୍ତି ଯେ, ରଘୁନାଥପୁରା ଗାଁର ଶ୍ୟାମା ଯୋଡିରେ ଦୁଇଟି ଗ୍ୟାସ୍ ଭର୍ତ୍ତି ବେଲୁନ୍ ମିଳିଛି । ଦୁଇଟି ବେଲୁନ୍ ଭିନ୍ନ ଭିନ୍ନ ରଙ୍ଗର । ଏଥିମଧ୍ୟରୁ ଧଳା ବେଲୁନ୍‌ରେ ପାକିସ୍ତାନୀ ପତାକା ଚିତ୍ରିତ ହୋଇଛି । ଏହି ବେଲୁନ୍ ଉପରେ 'ଆଇ ଲଭ୍ ପାକିସ୍ତାନ' ବୋଲି ଲେଖା ହୋଇଛି । ଅନ୍ୟ ଏକ ସବୁଜ ରଙ୍ଗର ବେଲୁନ୍‌ରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ଅଛି । ଉଭୟ ବେଲୁନ୍‌କୁ ପୋଲିସ ଜବତ କରିଛି । ଘଟଣା ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.