ଭୟଙ୍କର ସମଲିଙ୍ଗୀ ବଳାତ୍କାର !'ଡନ୍' ସିଇଓଙ୍କ ବିରୁଦ୍ଧରେ ପାକିସ୍ତାନୀ ନିର୍ଦ୍ଦେଶକଙ୍କ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | December 31, 2019 IST

ଇସଲାମାବାଦ ୩୧।୧୨: ପାକିସ୍ତାନର ଏକ ଚର୍ଚ୍ଚିତ ଖବରକାଗଜ ଡନ୍‌ର ସିଇଓଙ୍କ ନାଁରେ ବଳତ୍କାର ଅଭିଯୋଗ । ପାକିସ୍ତାନର ଜଣେ ଫିଲ୍ମ ନିର୍ମାତା ଜମସେଦ ମେହେମ୍ମୁଦ ଖବରକାଗଜ ଡନ୍‌ ସିଇଓ ହାମିଦ ହାରୁନଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ହାରୁନଙ୍କ ନାଁ ନେଇ, ୧୩ବର୍ଷ ତଳେ ତାଙ୍କୁ ଜଣେ ଗଣମାଧ୍ୟମର ମାଲିକ ବଳାତ୍କାର କରିଥିଲେ ବୋଲି ଗତ ଅକ୍ଟୋବର ମାସରେ କହିଥିଲେ  ।

wp:core-embed/twitter {"url":"https://twitter.com/azadjami1/status/1211682042490085376","type":"rich","providerNameSlug":"twitter","className":""}
https://twitter.com/azadjami1/status/1211682042490085376
/wp:core-embed/twitter

ଫିଲ୍ମ ନିର୍ମାତା ଜମସେଦ ମେହେମ୍ମୁଦ, ଜେମି ନାମରେ ଚର୍ଚ୍ଚିତ । ଶନିବାର ଦିନ ରାତି ସମୟରେ ହାରୁନଙ୍କ ଉପରେ ଅଭିଯୋଗ ଆଣି କେତେକ ଟ୍ବିଟ୍ କରିଛନ୍ତି । ଜମସେଦ  ନିଜ ଟ୍ବିଟର ହ୍ୟାଣ୍ଡଲରେ ଏପରି ଅଭିଯୋଗ ଆଣି ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଖବରକାଗଜ ଡନର ସିଇଓଙ୍କ ନାଁରେ ଏହିସବୁ ଅଭିଯୋଗ ଆଣିଛନ୍ତି  । ଟ୍ବିଟ ପୋଷ୍ଟରେ ଜମସେଦ ମଧ୍ୟ ଲେଖିଛନ୍ତି ଯେ, ତାଙ୍କର ପୂରୁଣା ଆକାଉଣ୍ଟ ହ୍ୟାକ୍ କରାଯାଇଛି । ଏଥିପାଇଁ ସେ ନୂଆ ଆକାଉଣ୍ଟରୁ ନିଜର ମତ ରଖିଛନ୍ତି ।

{"id":205014,"sizeSlug":"large"}

ସୋମବାର ଖବରକାଗଡ ଡନ୍‌ର ସିଇଓ ଦିନ ଏକ ବୟାନ ଜାରି କରିଛନ୍ତି ।  ତାଙ୍କ ବିରୋଧରେ ଆସିଥିବା ବଳାତ୍କାର ଅଭିଯୋଗକୁ  ସେ ଖଣ୍ଡନ କରିବା ସହ ଏହା ମଧ୍ୟ କହିଛନ୍ତି ଯେ, ମୋ ବିରୋଧରେ ଆସିଥିବା ଅଭିଯୋଗ ସତ ନୁହେଁ, ଏପରି ଅଭିଯୋଗ ଖବରକାଗଜ ଓ ମୋତେ ଚୁପ କରିବାକୁ କିଛି ଲୋକ ଚକ୍ରାନ୍ତ କରୁଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସେ ଆଇନର ଆଶ୍ରୟ ନେବେ ।  

ହାରୁନଙ୍କ ବୟାନ କୁନେଇ ପାଲଟା ଆକ୍ରମଣ କରିଛନ୍ତି  ଜାମସେଦ । ନିଜ ଟ୍ବିଟ ହ୍ୟାଣ୍ଡଲେରେ ପୋଷ୍ଟ କରିଛନ୍ତି ଯେ, ତାଙ୍କୁ  ପୂର୍ବରୁ ଅନ୍ଦାଜ ଥିଲା  ଯେ, ଡନ୍ ଖବରକାଗଜକୁ ନୀଚ ଦେଖାଇବାକୁ ଚେଷ୍ଟା କରୁଛି  ବୋଲି ତାଙ୍କ ବିରୋଧରେ  ଅଭିଯୋଗ ଆସିବ  । ମୁଁ ଆଣିଥିବା ଅଭିଯୋଗ ଡନ୍‌ ଖବରକାଗଜ ବିରୋଧରେ ନୁହେଁ , ଏହା ଏକ ବ୍ୟକ୍ତିଗତ ମାମଲା ଯାହାକୁ ମୁଁ ଉଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.