Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଆଫ୍ରିଦିଙ୍କ ଜ୍ଵାଇଁ ହେବେ ସାହିନ ଶାହା ଆଫ୍ରିଦି, ନିର୍ବନ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ

7/03/2021 at 5:30 PM

ନୂଆଦିଲ୍ଲୀ ୦୭।୦୩: ପାକିସ୍ତାନର ବରିଷ୍ଠ ଅଲରାଉଣ୍ଡର ସାହିଦ ଆଫ୍ରିଦି ଖୁବ୍ ଶୀଘ୍ର ପାକିସ୍ତାନୀ କ୍ରିକେଟ୍ ଦଳର ସାହିନ ଶାହା ଆଫ୍ରିଦିଙ୍କ ଶ୍ଵଶୁର ହେବାକୁ ଯାଉଛନ୍ତି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ ସାହିଦ ଆଫ୍ରିଦିଙ୍କ ଝିଅ ଏବଂ ଦ୍ରୁତ ବୋଲର ସାହିନ ଶାହା ଆଫ୍ରିଦିଙ୍କ ନିକାହ ହେବାକୁ ଯାଉଛି। ଉଭୟ ପରିବାର ନିକାହ ପାଇଁ ସହମତି ପ୍ରକାଶ କରିଛନ୍ତି। ଶୀଘ୍ର ଶାହିନ ଓ ଅକ୍ସାଙ୍କ ନିର୍ବନ୍ଧ ହେବାକୁ ଯାଉଛି। ସାହିନଙ୍କ ପିତା ଅଜୟା ଖାନ ଏହାର ସୂଚନା ଦେଇଛନ୍ତି।

ସାହିନଙ୍କ ପିତା ଅୟାଜ ଖାନ ପାକିସ୍ତାନୀ ଗଣମାଧ୍ୟମକୁ କହିଛନ୍ତି ଯେ, ଶୀଘ୍ର ତାଙ୍କ ପୁଅଙ୍କ ବିବାହ ଶାହିଦ ଆଫ୍ରିଦିଙ୍କ ଝିଅ ଅକ୍ସାଙ୍କ ସହ ହେବାକୁ ଯାଉଛି। ଅକ୍ସାଙ୍କ ପାଠପଢା ସମାପ୍ତ  ହେବା ପରେ ଉଭୟଙ୍କ ନିକାହ ହେବ। ଏନେଇ ପାକିସ୍ତାନର ସାମ୍ବାଦିକ ଏହତିଶାମ ଉଲ ହକ୍ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି ଯେ ସାହିନ ଆଫ୍ରିଦି ଶୀଘ୍ର ସାହିଦ ଆଫ୍ରିଦିଙ୍କ ଜ୍ଵାଇଁ ହେବାକୁ ଯାଉଛନ୍ତି।

ସାମ୍ବାଦିକ ଉଲ  ହକ୍ କହିଛନ୍ତି, ଦୁଇ ପରିବାର ଏହି ପ୍ରସ୍ତାବକୁ ସ୍ଵୀକାର କରିଛନ୍ତି। ନିର୍ବନ୍ଧ ପରେ ଦୁଇ ବର୍ଷ ଭିତରେ ଶାହିନ ଓ ଅକ୍ସାଙ୍କ ବିବାହ ହେବ। ଅକ୍ସାଙ୍କ ପାଠପଢା ଶେଷ ହେବା ମାତ୍ରେ ଉଭୟଙ୍କ ନିକାହ ହେବ।

ଉଲ୍ଲେଖଯୋଗ୍ୟ, ସାହିଦ ଆଫ୍ରିଦି ଓ ସାହିନ ଶାହା ଆଫ୍ରିଦି ଉଭୟ ପାକିସ୍ତାନ ସୁପର ଲିଗ୍ ୨୦୨୧ରେ ଖେଳୁଛନ୍ତି। ତେବେ କରୋନା ଭାଇରସ୍ ଯୋଗୁଁ ୧୪ ମ୍ୟାଚ୍‌ ପରେ ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି। ସାହିନଙ୍କ ବୟସ ମାତ୍ର ୨୦ ବର୍ଷ। ସେ ୧୫ଟି ଟେଷ୍ଟରୁ ୪୮ ଓ୍ଵିକେଟ୍ ନେଇଛନ୍ତି। ସେହି ପରି ଏ ପର୍ଯ୍ୟନ୍ତ ୨୨ଟି ଦିନିକିଆରୁ ୪୫ ଓ୍ଵିକେଟ୍ ହାସଲ କରିଛନ୍ତି।

   Related Posts