ପାକିସ୍ତାନୀ ପ୍ରଶଂସକ ପାଳନ କଲେ ବାବର ଆଜମଙ୍କ ଏକ ନମ୍ବର ବ୍ୟାଟସମ୍ୟାନ ହେବାର ଉତ୍ସବ, ପଛରେ ରହିଲେ ବିରାଟ କୋହଲି !

Published By : Prameya-News7 Bureau | April 07, 2021 IST

ସେଞ୍ଚୁରିୟାନ ୦୭।୦୪: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ବାବର ଆଜମ ୯୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ପାକିସ୍ତାନୀ ଅଧିନାୟକ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଉତ୍ସବ ଆରମ୍ଭ କରି ଦେଇଛନ୍ତି। ପାକିସ୍ତାନୀ ପ୍ରଶଂସକ ବାବର ଆଜମ ଦିନିକିଆରେ ଏକ ନମ୍ବର ବ୍ୟାଟସମ୍ୟାନ ହେବା ଖୁସିରେ ଉତ୍ସବ ପାଳନ ଆରମ୍ଭ କରିଛନ୍ତି। ପାକିସ୍ତାନୀ ପ୍ରଶଂସକ ଦାବି କରିଛନ୍ତି ଯେ, ବାବର ଆଜମ ଏହି ଇନିଂସ ସହିତ ବିରାଟ କୋହଲିଙ୍କୁ ଆଇସିସି ଦିନିକିଆ ମାନ୍ୟତାରେ ପଛରେ ପକାଇ ଦେଇଛନ୍ତି। ପାକ୍ ପକ୍ଷରୁ ହେଉଥିବା ଦାବି ଅନୁଯାୟୀ, ବିରାଟ କୋହଲି ଦ୍ଵିତୀୟକୁ ଖସି ଆସିଛନ୍ତି ଏବଂ ବାବର ଆଜମ ଏବେ ଦୁନିଆର ଏକ ନମ୍ବର ବ୍ୟାଟସମ୍ୟାନ।

ପାକିସ୍ତାନୀ କ୍ରୀଡା ସାମ୍ବାଦିକ ଟ୍ଵିଟ୍ କରି ଦାବି କରିଛନ୍ତି ଯେ, ଆଇସିସି ଦିନିକିଆ ମାନ୍ୟତାରେ ବାବର ଆଜମଙ୍କ ପଏଣ୍ଟ ସଂଖ୍ୟା ୮୫୮ରେ ପହଞ୍ଚିଛି ଏବଂ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି ୮୫୭ ରେଟିଂ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ରୋହିତ ଶର୍ମା ୮୨୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ହେଲେ ଆଇସିସି ଏ ପର୍ଯ୍ୟନ୍ତ ଦିନିକିଆ ମାନ୍ୟତା ଘୋଷଣା କରି ନାହିଁ। ଆଇସିସି ଅନୁଯାୟୀ, ବିରାଟ କୋହଲି ବର୍ତ୍ତମାନ ମାନ୍ୟତାର ଶୀର୍ଷରେ ଅଛନ୍ତି।

{"id":434774,"width":835,"height":556,"sizeSlug":"large","linkDestination":"none"}

ଆଇସିସିର ନୂତନ ଦିନିକିଆ ମାନ୍ୟତା ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସିରିଜ୍‌ ସମାପ୍ତ ପରେ ଜାରି ହେବ। ଆଇସିସିର ଆନୁଷ୍ଠାନିକ ଓ୍ଵେବସାଇଟ୍‌ ଅନୁଯାୟୀ, ବାବର ଆଜମ ଦ୍ଵିତୀୟରେ ଅଛନ୍ତି ଏବଂ ବିରାଟ କୋହଲିଙ୍କଠୁ ୫ ପଏଣ୍ଟ ପଛରେ ଅଛନ୍ତି। ଉଲ୍ଲେଖନୀୟ ପାକିସ୍ତାନୀ ସାମ୍ବାଦିକ ଦାବି କରିଥିଲେ ଯେ, ଯଦି ବାବର ଆଜମ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ୭୦ ରନ କରି ଦେବେ ତେବେ ସେ ଦିନିକିଆ ବ୍ୟାଟସମ୍ୟାନ ମାନ୍ୟତାରେ ଶୀର୍ଷରେ ପହଞ୍ଚିବେ। ପାକିସ୍ତାନୀ ଅଧିନାୟକ ତୃତୀୟ ଦିନିକିଆରେ ୯୪ ରନର ଇନିଂସ ଖେଳିଛନ୍ତି। ଏମିତିରେ ବାବର ଆଜମଙ୍କୁ ପାକିସ୍ତାନୀମାନେ ଦିନିକିଆରେ ନମ୍ବର ଓ୍ଵାନ ବ୍ୟାଟସମାନ କହୁଛନ୍ତି। ଏହି ଦିନିକିଆ ସିରିଜ୍‌ରେ ଆଜମ ୩ଟି ମ୍ୟାଚ୍‌ରେ ୭୬ ହାରରେ ୨୨୮ ରନ କରିଛନ୍ତି। ଏଥିରେ ଏକ ଶତକ ଏବଂ ଏକ ଅର୍ଦ୍ଧଶତକ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.