ରାଜସ୍ଥାନରେ ପାକିସ୍ତାନୀ ଗୁଇନ୍ଦାଗିରି ନେଟ୍ଓ୍ଵର୍କର ପର୍ଦ୍ଦାଫାଶ, ‘ଅପରେସନ ଡେଜାର୍ଟ ଚେଜ୍’ରେ ଗିରଫ ହେଲେ ଦୁଇ ଜାସୁସ୍

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮ ।୦୬: ପାକିସ୍ତାନୀ ଉଚ୍ଚାୟୋଗର ଦୁଇ ଅଧିକାରୀ  ଗୁଇନ୍ଦାଗିରି କରୁଥିବା ସମୟରେ ଧରା ପଡିବାର କିଛି ଦିନ ପରେ ରାଜସ୍ଥାନରେ ଏବେ ଭାରତୀୟ ସେନାର ଗୁଇନ୍ଦାଗିରି କରି ପାକିସ୍ତାନକୁ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ଆଉ ଦୁଇ ଜଣ ଧରା ପଡିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ରାଜସ୍ଥାନ ପୋଲିସ ଆର୍ମି ଏମୁନିସନ ଡିପଟରେ ସିଭିଲ ଡିଫେନ୍ସ କର୍ମଚାରୀ ରୂପେ କାର୍ଯ୍ୟରତ ଶ୍ରୀ ଗଙ୍ଗାନାଗର ଏବଂ ବିକାନେରରେ ଆର୍ମି ମହାଜନ ଫିଲ୍ଡ ଫାୟରିଂ ରେଞ୍ଜରେ(ଏମଏଫଏଫଆର) ସିଭିଲ କଂଟ୍ରାକ୍ଟଚୁଆଲ ଭାବେ କାମ କରୁଥିବା ଚିମନ ଲାଲ(୨୨)ଙ୍କୁ  ଗିରଫ କରିଛି ।

ଉଭୟ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ପକ୍ଷରୁ ଗୁଇନ୍ଦାଗିରି ଏଜେଣ୍ଟ ଭାବେ କାମ କରୁଥିଲେ ଏବଂ ଭାରତର ପ୍ରଶ୍ଚିମ ମୋର୍ଚ୍ଚାରେ ମହତ୍ୱପୂର୍ଣ୍ଣ ସୈନ୍ୟ ପ୍ରତିଷ୍ଠାନର ଗୋଳା ବାରୁଦ ଓ ଏମଏଫଏଫଆର ବିଷୟରେ ତଥ୍ୟ ପ୍ରଦାନ କରୁଥିଲେ ।

ବିକାଶ କୁମାର ଅନୋଷ୍କା ଚୋପ୍ରା ନାମରେ ଏକ ଫେସବୁକ ଆକାଉଣ୍ଟ ଜରିଆରେ ଜଣେ ପାକିସ୍ତାନୀ  ବ୍ୟକ୍ତିଙ୍କ ସଂପର୍କରେ ଥିଲା। ପରେ ଚୋପ୍ରା ସହିତ ବିକାଶର ଭାରତୀୟ ଫୋନ ନମ୍ବର ଆଦାନ ପ୍ରଦାନ ହୋଇଥିଲା । ଏହା ପରେ ଦୁହେଁ ନିୟମିତ ଚାଟ୍‌ କରୁଥିଲେ । ଚୋପ୍ରା ବିକାଶ କୁମାରଙ୍କୁ ତାର ବୋସ୍‌ ଅମିତ୍ କୁମାର ସିଂହଙ୍କ ସହ ଭେଟ କରାଇଥିଲା । ଅମିତ୍ କୁମାର ପାକିସ୍ତାନରେ ମୁଖ୍ୟ  ହ୍ୟାଣ୍ଡଲର ଥିଲା। ଥରୁଟିଏ ବିକାଶ ଓ ଅମିତ୍ ମଧ୍ୟରେ ଯୋଗାଯୋଗ ହେବା ପରେ ଚୋପ୍ରା ତାର ଫେସବୁକ ଓ ହ୍ୱାଟ୍ସଆପ ନମ୍ବର ବ୍ଲକ କରି ଦେଇଥିଲା । ଅମିତ୍ ଓ ଅନୁଷ୍କା ଉଭୟ ମୁମ୍ବାଇରେ କ୍ୟାଂଟିନ ଷ୍ଟୋର ବିଭାଗ ମୁଖ୍ୟାଳୟରେ କାମ କରୁଥିବା ସୂଚନା ଦେଇଥିଲେ ।

ବିକାଶ ମିଲିଟାରୀ ସୂଚନା ସମ୍ବନ୍ଧିତ ORBAT(ଅର୍ଡର ଅଫ ବ୍ୟାଟେଲ୍‌ କମ୍ପୋଜିସନ ଆଣ୍ଡ ଅର୍ଡର ଅଫ ମିଲିଟାରୀ ଫାଇଟିଂ ଇନଫର୍‌ମେସନ), ଏମୁନିଶନ(ଫଟୋ, ରାଜ୍ୟ, ମାତ୍ର, ପ୍ରକାର, ଆଗମନ, ପ୍ରସ୍ଥାନ) ଆଦିର ସୂଚନା ପାକିସ୍ତାନକୁ ଦେଉଥିଲା। ଏହା ସହିତ ଅର୍ଥ  ଲାଳସାରେ MFFRରେ ୟୁନିଟ୍‌ର ଗୁଳିଚାଳନା ଅଭ୍ୟାସ୍‌, ମିଲିଟାରୀ ଅଭ୍ୟାସ୍‌, ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ଅଭ୍ୟାସ୍‌ ଆଦିର ସୂଚନା ପାକିସ୍ତାନକୁ ଦେଉଥିଲା।

ବିକାଶ କୁମାର ଜଳ ଯୋଗାଣ ରେଜିଷ୍ଟରରୁ ଏମଏଫଏଫଆର ସହ ଆର୍ମିଙ୍କ ନମ୍ବର, ରାଙ୍କ, ନାମ, ୟୁନିଟ୍, ମୋଟ୍ ଶକ୍ତି ଓ ଦୈନିକ କେତେ ଜଣ ଉଠାଣ ହେଉଛି ଏସବୁର ସୂଚନା ଚିମାନଠୁ ପାଉଥିଲା।

ବିକାଶ ନିଜ ଦ୍ଵାରା ଦେଉଥିବା ସୂଚନା ପାଇଁ ପାକିସ୍ତାନ ହ୍ୟାଣ୍ଡେଲରଠୁ ଅତି କମରେ ୭୫ ହଜାର ଟଙ୍କା ପାଇଥିବା କହିଛି। ଦୁହିଁଙ୍କୁ  ଧରିବା ଲାଗି ରାଜସ୍ଥାନ ପୋଲିସ ପକ୍ଷରୁ ଚଳାଯାଇଥିବା ଅପରେସନର ନାମ ଡେଜାର୍ଟ ଚେଜ୍‌ ଦିଆଯାଇଥିଲା। ରାଜସ୍ଥାନ ପୋଲିସ ସୋମବାର ଜୟପୁରରେ ଏକ ମିଳିତ ଅଭିଯାନରେ ଉଭୟଙ୍କୁ ଗିରଫ କରିଛି। ଆଗାମୀ କାର୍ଯ୍ୟାନୁଷ୍ଠାନ ଲାଗି ଉଭୟଙ୍କୁ ସ୍ଥାନୀୟ କୋର୍ଟରେ ହଜାର କରାଯିବ।

ଗତ ସପ୍ତାହରେ ଭାରତ ଦୁଇ ପାକିସ୍ତାନୀ ଅଧିକାରୀଙ୍କୁ ପର୍ସମମା ନନ୍ ଗ୍ରାଟା ଘୋଷଣା କରିଥିଲା। ଦୁଇ ପାକିସ୍ତାନୀ ଅଧିକାରୀ ଭାରତରେ ଗୁଇନ୍ଦାଗିରି ଗତିବିଧିରେ ସାମିଲ ଥିଲେ। ଉଭୟଙ୍କୁ ତୁରନ୍ତ ଦେଶରୁ ବହିଷ୍କାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.