ପାକିସ୍ତାନର ଉଦ୍ୟମ ପଣ୍ଡ: ଭାରତ ସୀମାକୁ ପାକିସ୍ତାନୀ ଡ୍ରୋନ୍ ପଶିବାକୁ ଉଦ୍ୟମ ବେଳେ ସୁଖୋଇ ମିସାଇଲ ଦ୍ୱାରା ଧ୍ବଂସ

Published By : Prameya-News7 Bureau | March 04, 2019 IST

କାଶ୍ମୀର ୪/୩ : ଆଜି ସକାଳ ୧୧.୩୦ ମିନିଟରେ ପାକିସ୍ତାନର ଏକ ଦ୍ରୋଣ ଭାରତୀୟ ସୀମାରେ ପଶିବାକୁ ଉଦ୍ୟମ କରିଥିଲା | ଭାରତୀୟ ବାୟୁସେନା ପାକିସ୍ତାନୀ ଡ୍ରୋନ୍ କୁ ଧ୍ବଂସ କରିଦେଇଛି | ପାକିସ୍ତାନୀ ଦ୍ରୋଣ ରାଜସ୍ଥାନ ସ୍ଥିତ ଆନ୍ତର୍ଜାତିକ ବର୍ଡ଼ର ନିକଟରେ ସୀମା ଉଲଂଘନ କରି ପଶିବାକୁ ଉଦ୍ୟମ କରିଥିଲା | ସେତେବେଳେ ଭାରତୀୟ ବାୟୁସେନାର ସୁଖୋଇ 30MKI ମିସାଇଲ ଏହାକୁ ଧ୍ବଂସ କରିଥିଲା | ରାଜସ୍ଥାନ ସୀମାରେ ପାକିସ୍ତାନୀ ଡ୍ରୋନ୍ ପଶିଥିବା ଇଣ୍ଡିଆନ ଏୟାର ଡିଫେନ୍ସ ରାଡ଼ାର ଜରିଆରୁ ଜଣାପଡିଥିଲା | ପାକିସ୍ତାନ ନିଜର ସମସ୍ତ ଏୟାରପୋର୍ଟ ଏବଂ ଏୟାରସ୍ପେସକୁ ପୁଣିଥରେ ଖୋଲି ଦେଇଛି | ପାକିସ୍ତାନର ସିଭିଲ ଏଭିଏସନ ଅଥୋରିଟିର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି |

{"id":90687}


ସୂଚନାଯୋଗ୍ୟ ଯେ, ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ପରେ ପାକିସ୍ତାନ ନିଜର ଏୟାରସ୍ପେସ ବନ୍ଦ ରଖିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.