ପାକିସ୍ତାନ ଡ୍ରୋନକୁ ମାରି ଖସାଇଲେ ବିଏସଏଫ, ବଡ ଧରଣର ଘଟଣା ଭିଆଇବାକୁ ଚାଲିଥିଲା ପ୍ରୟାସ

Published By : Prameya-News7 Bureau | June 20, 2020 IST

ଶ୍ରୀନଗର ୨୦।୦୬: ଜାମ୍ମୁ-କାଶ୍ମୀରର କଠୁଆରେ ଶନିବାର ବିଏସଏଫ ଅସ୍ତ୍ର ଶସ୍ତ୍ର ଧରି ଯାଉଥିବା ପାକିସ୍ତାନର ଏକ ଡ୍ରୋନକୁ ମାରି ଖସାଇଛନ୍ତି। ବିଏସଏଫ(ଜାମ୍ମୁ ଫ୍ରଣ୍ଟିୟର)ର ଆଇଜି କହିଛନ୍ତି, ଡ୍ରୋନ ଜରିଆରେ ବଡ ଧରଣର ଅଘଟଣ ଘଟାଇବାକୁ ପ୍ରୟାସ  କରାଯାଉଥିଲା, ଯାହାକୁ ବିଏସଏଫ ବିଫଳ କରିଛନ୍ତି।

ବିଏସଏଫ ଆଇଜି ଏନ.ଏସ. ଜାମଓ୍ଵାଲ କହିଛନ୍ତି, ପାନସରରେ ବିଏସଏଫର ପାଟ୍ରୋଲିଂ ଟିମ୍‌ ଏକ ହେକ୍ସା କପ୍ଟର ଉପରେ ଉଡି ଯାଉଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଯବାନ ଏହାକୁ ଗୁଳି କରି ତଳେ ଖସାଇଥିଲେ। ଏଥିରେ ଗୋଟିଏ ଏମ ୪  ଆମେରିକା ନିର୍ମିତ ଅସ୍ତ୍ର ସେମି ଓଟୋ ମେଟିକ କାର୍ବାଇନ୍, ୬୦ ରାଉଣ୍ଡ, ୨ ମ୍ୟାଗଜିନ୍, ୭ ଗ୍ରେନେଡ୍ ଜବତ କରାଯାଇଛି। କପ୍ଟରର ଓଜନ ୧୭-୧୮ କିଲୋ ଏବଂ ୫ ରୁ ସାଢେ ୭ କିଲୋ ଓଜନର ପେ ଲୋଡ୍‌ ଏହି ସବୁ ଅସ୍ତ୍ର ଶସ୍ତ୍ର ଧରି ଯାଉଥିଲା।

{"id":288896,"sizeSlug":"large"}

ସେ କହିଛନ୍ତି, ଯେଉଁ ଧରଣର ଅସ୍ତ୍ର ଶସ୍ତ୍ର ଜବତ ହୋଇଛି, ତାକୁ ଦେଖି ଲାଗୁଛି ଯେ, ଯିଏ ବି ଏଥିପାଇଁ ଦାୟୀ, ସେମାନେ ବଡ ଘଟଣା ଘଟାଇବାକୁ ଉଦ୍ୟମ କରୁଥିଲେ। ଏହି ଡ୍ରୋନ ପାକିସ୍ତାନରୁ ଆସିଥିବା ଏଥିରେ କୌଣସି ସନ୍ଦେହ ନାହିଁ।

{"id":288887,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଜାମ୍ମୁ କ୍ଷେତ୍ରରେ ପ୍ରଥମ ଥର ଏମିତି ଘଟଣା ଦେଖିବାକୁ ମିଳିଛି।  ବିଏସଏଫ ଅସ୍ତ୍ର ଶସ୍ତ୍ର ଓ ବିସ୍ଫୋରକ ଧରି ଯାଉଥିବା ଡ୍ରୋନକୁ ମାରି ଖସାଇଛନ୍ତି। ଏହା ସହିତ ଡ୍ରୋନ୍ ଜରିଆରେ କେନ୍ଦ୍ର ଶାସିତ ଅଞ୍ଚଳରେ ହତିଆରର ଚୋରାଚାଲାଣ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଏହି ପ୍ରୟାସ ବିଫଳ ହୋଇଛି।

{"id":288885,"sizeSlug":"large"}

ଅଧିକାରୀଙ୍କ ଅନୁଯାୟୀ, ବିଏସଏଫର ଏକ ପାଟ୍ରୋଲିଂ ଦଳ ସକାଳ ପ୍ରାୟ ୫ଟା ୧୦ ମିନିଟ୍‌ରେ ସୀମା ଅନ୍ତର୍ଗତ ପାନସର ଅଞ୍ଚଳ ଆକାଶରେ ଗୋଟିଏ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା। ଏହା ପରେ  ବିଏସଏଫ ଯବାନ ୯ ଗୁଳି ଚଳାଇଥିଲେ ଏବଂ ଭାରତୀୟ ଅଞ୍ଚଳରେ ୨୫୦ ମିଟର ଭିତରେ ଡ୍ରୋନକୁ ମାରି ଖସାଇଥିଲେ।

{"id":288886,"sizeSlug":"large"}

ପାକିସ୍ତାନ ଏଜେଣ୍ଟକୁ  ଦେବାର ଥିଲା ଅସ୍ତ୍ର ଶସ୍ତ୍ର

ଡ୍ରୋନକୁ ମାରିବା ପରେ ଅଧିକାରୀ କହିଛନ୍ତି, ଡ୍ରୋନରେ ଗୋଟିଏ  ଅତ୍ୟାଧୁନିକ ରାଇଫଲ, ୨ ମ୍ୟାଗଜିନ୍‌, ୬୦ ଗୁଳି ଓ ୭୮ ଛୋଟ ଛୋଟ ବମ ରଖାଯାଇଥିଲା, ଏସବୁ ପାକିସ୍ତାନୀ ଏଜେଣ୍ଟଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରାଯାଉଥିଲା। ସେ କହିଛନ୍ତି ଯେ, ପାନସର ସୀମା ଚୌକି ସାମ୍ନାରେ ଆଗୁଆ ଶିବିରରେ ମୁତୟନ ପାକିସ୍ତାନୀ ରେଞ୍ଜର ଡ୍ରୋନର ସଞ୍ଚାଳନ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.