ଭାରତ ସୀମାରେ ପଶିଲା ‘ପାକିସ୍ତାନୀ ଡ୍ରୋନ’: ଯବାନଙ୍କ ଗତିବିଧି ଉପରେ ନଜର ରଖୁଛି ପାକିସ୍ତାନ...

Published By : Prameya-News7 Bureau | August 20, 2019 IST

ଶ୍ରୀନଗର୨୦|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରତିଶୋଧ ନିଆଁରେ ପାକିସ୍ତାନ ଜଳୁଛି। ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମା ଭିତରେ ବିଚରଣ କରୁଥିବାର ଦେଖାଯାଇଛି। ଏହି ଡ୍ରୋନଟି ଭାରତୀୟ ସୀମାରେ ଦେଖା ହେବାପରେ ପୁଣି ଚାଲି ଯାଇଥିଲା। ଭାରତୀର ସମ୍ବେଦନଶୀଳ ସୀମାରେ ପାକିସ୍ତାନୀ ଡ୍ରୋନଟି ରେକି କରୁଥିଲା।

ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ପାକିସ୍ତାନୀ ଡ୍ରୋନକୁ ନଜର କରାଯାଇଥିଲା। ଆଏଏସ ପୁରାର ମଙ୍ଗରାଲ ଅଗ୍ରିମ ଭାରତୀୟ ପୋଷ୍ଟରେ ପାକିସ୍ତାନୀ ଡ୍ରୋନ ବୁଲିବା ପରେ  ଫେରି ଯାଇଥିଲା। ଏହି ଘଟଣା ପରେ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଭାରତୀୟ ସେନାବାହିନୀଙ୍କ ଗତିବିଧି ଜାଣିବା ପାଇଁ ପାକିସ୍ତାନ ଉଦ୍ୟମ କରୁଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ଭାରତୀୟ ସେନାଙ୍କୁ ଆଲର୍ଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.