ଦୁବାଇ ୧୬/୧: ଏଠାରେ ଜଣେ ପାକିସ୍ତାନୀ ଡ୍ରାଇଭର ଭାରତୀୟ ଯୁବତୀଙ୍କ ହଜିଯାଇଥିବା ଟଙ୍କା ଓ୍ବାଲେଟ୍ ଫେରାଇଛନ୍ତି। ପ୍ରକୃତରେ,ରାଚେଲ୍ ରୋଜ୍ ନାମକ ଯୁବତୀଙ୍କ ଓ୍ବାଲେଟ୍ ହଜିଯାଇଥିଲା। ଏଥିରେ ତାଙ୍କର ୟୁକେର ଷ୍ଟୁଡେଣ୍ଟ ଭିସା ସମେତ ଅନ୍ୟ କେତେକ ଜରୁରୀ କାଗଜପତ୍ର ଥିଲା। କୁହାଯାଇଛି ଯେ ରାଚେଲ୍ ଶୀତଦିନେ ଛୁଟିରେ ଦୁବାଇ ଯାଇଥିଲେ ଏବଂ ସେଠାରୁ ଫେରିବାର ୩ଦିନ ପୂର୍ବରୁ ତାଙ୍କ ଓ୍ବାଲେଟ୍ ହଜିଯାଇଥିଲା। ରାଚେଲ୍ ଜାନୁୟାରୀ ୪ତାରିଖରେ ମୋଦାସର ଖାଦିମଙ୍କ ଟ୍ୟାକ୍ସିରେ ଓ୍ବାଲେଟ୍ ଛାଡ଼ି ଦେଇଥିଲେ ଏବଂ ଜାନୁୟାରୀ ୮ତାରିଖରେ ମାଞ୍ଚେଷ୍ଟର ଅଭିମୁଖେ ବାହାରି ଯାଇଥିଲେ।
{"id":211905,"sizeSlug":"large"}ଯେତେବେଳେ ଏହି ଘଟଣା ଘଟିଥିଲା ଲେଙ୍କେଷ୍ଟର ୟୁନିଭର୍ସିଟିର କର୍ପୋରେଟ୍ ଲ ପଢ଼ୁଥିବା ଛାତ୍ରୀ ନିଜ ସାଙ୍ଗର ଜନ୍ମଦିନରେ ଯୋଗ ଦେବାକୁ ଯାଉଥିଲେ। ରାଚେଲଙ୍କ ମାଆ କହିଥିଲେ ଯେ ଜାନୁୟାରୀ ୪ତାରିଖ ସନ୍ଧ୍ୟା ୭.୩୦ଟାରେ ସେ ତାଙ୍କ ସାଙ୍ଗଙ୍କ ସହ ବୁର୍ଜୁମାନରୁ ଟ୍ୟାକ୍ସି କରିଥିଲେ। ଏହାର ଠିକ୍ ପରେ ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଆଉ ଏକ କାରରେ ଦେଖିଥିଲେ ଏବଂ ତାଙ୍କ ସହ ଯିବାକୁ ସ୍ଥିର କରିଥିଲେ। ସେଠାରେ ରାଚେଲ୍ ଏବଂ ତାଙ୍କ ସାଙ୍ଗ ଟ୍ୟାକ୍ସିରୁ ଓହ୍ଲାଇଯାଇଥିଲେ କିନ୍ତୁ ତାଙ୍କ ଓ୍ବାଲେଟ୍ ଟାକ୍ସିରେ ଭୁଲି ଯାଇଥିଲେ।
{"id":211906,"sizeSlug":"large"}ଯୁବତୀଙ୍କ ପାଖରେ ୟୁକେ ଘରର ପରମିଟ୍ କାର୍ଡ଼ ବ୍ୟତୀତ ଓ୍ବାଲେଟରେ ତାଙ୍କ ଏମିରେଟ୍ ଆଇଡି,ଆରବ ଏମିରେଟର ଡ୍ରାଇଭିଙ୍ଗ୍ ଲାଇସେନ୍ସ,ସ୍ବାସ୍ଥ୍ୟ ବୀମା କାର୍ଡ଼,କ୍ରେଡିଟ୍ କାର୍ଡ଼ ଏବଂ ୧୦୦୦ରୁ ଅଧିକ ଦିରହାମ୍(ଦୁବାଇର କରେନ୍ସି) ଥିଲା। ଏହା ଭାରତୀୟ ମୁଦ୍ରାରେ ପାଖାପାଖି ୧୯,୦୦୦ଟଙ୍କା ହେବ। ଟାକ୍ସି ଡ୍ରାଇଭର ଖାଦିମ୍ ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା ପରେ ନିଜ କାରରେ ରାଚେଲଙ୍କ ଓ୍ବାଲେଟ୍ ଦେଖିଥିଲେ। ଏହା ପରେ ସେ ତାଙ୍କ ଯାତ୍ରୀଙ୍କୁ ଏହି ଓ୍ବାଲେଟ୍ ବିଷୟରେ ପଚାରିଥିଲେ। ସେମାନେ କିନ୍ତୁ ଏହା ତାଙ୍କର ନୁହେଁ ବୋଲି ମନା କରି ଦେଇଥିଲେ।
{"id":211907,"sizeSlug":"large"}ଖାଦିମ ସେହି ଓ୍ବାଲେଟରେ ଅନେକ ଫୋନ୍ ନମ୍ବର ଥିବାର ଦେଖିଥିଲେ। ଏହା ପରେ ଖାଦିମ୍ ରୋଡ୍ସ୍ ଏଣ୍ଡ ଟ୍ରାନ୍ସପୋର୍ଟ ଅଥୋରିଟି ସାହାଯ୍ୟରେ ଏହି ଓ୍ବାଲେଟକୁ ଯୁବତୀଙ୍କ ଘରକୁ ପହଞ୍ଚାଇଥିଲେ।