Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଆତ୍ମ ପ୍ରଚାର ଲାଗି ବିମାନ ଦୁର୍ଘଟଣାସ୍ଥଳରେ ଫଟୋ ଉଠାଇବାକୁ ପହଞ୍ଚିଲେ ଆଫ୍ରିଦି, ନିଜ ଦେଶରେ ହେଲେ ହନ୍ତସନ୍ତ

23/05/2020 at 4:40 PM

କରାଚି ୨୩।୦୫: କ୍ରିକେଟ୍‌ ପଡିଆ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରି ରାଜନୈତିକ ପିଚ୍‌ରେ ବ୍ୟାଟିଂ କରିବାକୁ ଆଗକୁ ବଢୁଥିବା ପାକିସ୍ତାନୀ କ୍ରିକେଟ୍‌ ସାହିଦ ଆଫ୍ରିଦି କରାଚି ବିମାନ ଦୁର୍ଘଟଣାକୁ ନେଇ ନିଜ ଦେଶରେ ସମାଲୋଚନାର ଶିକାର ହୋଇଛନ୍ତି। ଶୁକ୍ରବାର କରାଚିରେ  ବିମାନ ଦୁର୍ଘଟଣା ପରେ ସାହିଦ ଆଫ୍ରିଦି ନିଜର ଚେହେରା ଚମକାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଫ୍ରିଦି ପହଞ୍ଚିବା ମାତ୍ରେ ରିଲିଫ୍ ଓ ଉଦ୍ଧାରକାର୍ଯ୍ୟରେ ଜୁଟିଥିବା କର୍ମଚାରୀ ନିଜର କାମ ଛାଡି ତାଙ୍କ ସହିତ ଫଟୋ ଉଠାଇବାରେ ଜୁଟି ଯାଇଥିଲେ।

କୁହାଯାଉଛି ଯେ, ଏହି ସମୟରେ ଆଫ୍ରିଦି ଲୋକଙ୍କୁ ସମ୍ବୋଧିତ କରିଥିଲେ। ସାହିଦ୍ ଆଫ୍ରିଦିଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌  ହେବା ପରେ ନିଜ ଦେଶରେ ସମାଲୋଚନାର ଶିକାର ହୋଇଛନ୍ତି। ପାକିସ୍ତାନୀ ନାଗରିକ ଆବିଦ ହୁସେନ ଖାନ ଲେଖିଛନ୍ତି, ମୋ କହିବା କଥା ନିର୍ବାଚନ ଆୟୋଗକୁ ସମାପ୍ତ କରି ଦେବା ଉଚିତ୍। ପ୍ରତି ବର୍ଷ ଅଲ୍ ପାକିସ୍ତାନ କ୍ରିକେଟ୍‌ ଲିଗ୍‌କୁ ଏକ ପ୍ରଧାନମନ୍ତ୍ରୀ ଚୟନ କରିବା ଉଚିତ୍। ଇମ୍ରାନ ଖାନଙ୍କ ପରେ ଆଫ୍ରିଦି ଦ୍ଵିତୀୟ ପ୍ରଧାନମନ୍ତ୍ରୀ ହେବେ।

ବୁଶରା ଗୋହର ଲେଖିଛନ୍ତି, କଣ ପାଇଁ ଆଫ୍ରିଦିଙ୍କୁ ରିଲିଫ୍ ଓ ଉଦ୍ଧାରକାର୍ଯ୍ୟ ସ୍ଥଳକୁ ଯିବାକୁ ଅନୁମତି ଦିଆଗଲା ?  କଣ ପାଇଁ ଡ୍ୟୁଟିରେ ମୁତୟନ ଟିମ୍ ଆଫ୍ରିଦିଙ୍କୁ ଘଟଣାସ୍ଥଳରୁ ଚାଲିଯିବାକୁ କହିବା ପରିବର୍ତ୍ତେ ତାଙ୍କ ସହ ଫଟୋ ଉଠାଇଲେ। ବିମାନର ରିଲିଫ ଓ ଉଦ୍ଧାରକାର୍ଯ୍ୟ ଦଳର ପ୍ରଭାରୀଙ୍କୁ ଯାଞ୍ଚ କରିବା ଉଚିତ୍। ନିଜର ପ୍ରଚାର ପାଇଁ ଆଫ୍ରିଦି ଏପରି ଦାୟିତ୍ଵହୀନ କାମ କରୁଛନ୍ତି। ଏହା ପୂର୍ବରୁ ଆଫ୍ରିଦି କାଶ୍ମୀରରେ ଫଟୋ ଉଠାଇବାକୁ ପହଞ୍ଚିଥିଲେ ଏବଂ ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଷ ଓଗାଳିଥିଲେ।

   Related Posts