ଇଞ୍ଜାମାମ ଉଲ-ହକ ସତ କହିଦେଲେ, ୨୦୧୯ ବିଶ୍ୱକପ ବେଳେ ପାକିସ୍ତାନୀ ଟିମ୍‌ର ଆତ୍ମବିଶ୍ୱାସ ନଥିଲା, ଡରରେ ଥିଲେ ସବୁ ଖେଳାଳି

Published By : Prameya-News7 Bureau | July 03, 2020 IST

ଲାହୋର, ୦୩|୦୭ : ଗତବର୍ଷ ଇଂଲଣ୍ଡରେ ଆୟୋଜିତ ହୋଇଥିବା ବିଶ୍ୱକପରେ ପାକିସ୍ତାନୀ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଥିଲା । ଫଳରେ ଦଳକୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା ।ଏବେ ପାକିସ୍ତାନର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲହକ୍ ପାକ୍ ଦଳକୁ ନେଇ ବଡ ବୟାନ ଦେଇଛନ୍ତି । ୨୦୧୯ ବିଶ୍ୱକପ୍ ସମୟରେ ଦଳ ଭୟଭୀତ ଥିଲା ବୋଲି ସେ କହିଛନ୍ତି ।

ଇଞ୍ଜାମାମ କହିଛନ୍ତି ଯେ, ସେହି ସମୟରେ ସର୍ଫରାଜ ଅହମ୍ମଦଙ୍କୁ ଅଧିନାୟ ପଦରୁ ବାହାର କରାଯାଇଥିଲା । ଅଧିନାୟକଙ୍କୁ ସମୟ ଦେବାର ଆବଶ୍ୟକତା ଥିଲା । ଅଧିନାୟକ ଓ ଖେଳାଳି ଚାପରେ ଥିଲେ । ଭଲ ନଖେଳିଲେ ଦଳରୁ ବାଦ୍ ପଡିବାର ଭୟ ରହିଥିଲା । ଏପରି ମାହୋଲ କ୍ରିକେଟରେ ଭଲ ନୁହେଁ ।

ସେ ଆହୁରି କହିଛନ୍ତି ଯେ, ସର୍ଫରାଜ ଦଳ ପାଇଁ ଅନେକ ଭଲ ବିଜୟ ଆଣିଛନ୍ତି । ସେ ଜଣେ ଭଲ ଅଧିନାୟକ ଥିଲେ । କିନ୍ତୁ ସେ ଭୁଲକୁ ସୁଧାରିବାକୁ ଚେଷ୍ଟା କରୁନଥିଲେ । ସେ ଦଳକୁ ଚାମ୍ପିୟନ୍ସ ଟ୍ରଫିରେ ବିଜୟ କରାଇବା ସହ ନମ୍ବର ୧ ଟି୨୦ ଟିମ୍ କରିଥିଲେ । ତାଙ୍କୁ କିଛି ସମୟ ଦେବା ଆବଶ୍ୟକ ଥିଲା । କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ଉପରେ ଭରସା କଲାନାହିଁ ।

 ଇଞ୍ଜାମାମ ୨୦୧୬ରୁ ୨୦୧୯ ମଧ୍ୟରେ ଦଳର ଚୟନକର୍ତ୍ତା ଥିବା ବେଳେ ସର୍ଫରାଜ ଅଧିନାୟକ ରହିଥିଲେ । ମିସବାହ ଯେତେବେଳେ ଇଞ୍ଜାମାମଙ୍କ ସ୍ଥାନ ନେଇଥିଲେ ସେତେବେଳେ ତିନୋଟି ପର୍ମାଟରୁ ସର୍ଫରାଜଙ୍କୁ ବାହାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.