Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପାକିସ୍ତାନରେ କିପରି ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଇଥାଏ : ଜାଣନ୍ତୁ

18/03/2019 at 1:47 PM

ପାକିସ୍ତାନ ଏକ ଏପରି ଦେଶ ଯେଉଁଠି ରାଜନୀତିଜ୍ଞଙ୍କ ମୁହଁରେ ଖାଲି ମିଛ ଥାଏ। ଏଠାରେ ଯେକୈାଣସି ପ୍ରକାରର ମିଛକୁ ଲୁଚାଇବା ପାଇଁ ନାଟକ କରାଯାଇଥାଏ ଏବଂ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଳୋଗାନ ଦିଆଯାଇଥାଏ। ଇମରାନ ଖାନ୍ ଏବଂ ଇମରାନ ଖାନ୍ ସରକାରର ମନ୍ତ୍ରୀମଣ୍ଡଳ ବହୁତ ଥର ଦାବି କରିଛନ୍ତି ଯେ ତାଙ୍କ ଦେଶରେ ଏବେ  ସଂଖ୍ୟାଲଘୁଙ୍କୁ ରକ୍ଷା କରାଯାଇପାରୁଛି ଏବଂ ଅନେକ ସଂଖ୍ୟାଲଘୁ ଲୋକ ପାକିସ୍ତାନରେ ସୁରକ୍ଷିତଭାବେ ରହିଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ।

ପାକିସ୍ତାନରେ ଏପରି ଏକ ଘଟଣା ବର୍ତ୍ତମାନ ସାମନାକୁ ଆସିଛି ଯାହା ବିଷୟରେ ଶୁଣି ଆପଣଙ୍କ ଲୋମ ଟାଙ୍କୁରି ଯିବ। ମହିଳାଙ୍କୁ ଜବରଦସ୍ତି ଉଠାଇ ନିଆଯାଏ। ତାଙ୍କୁ ଦୁଷ୍କର୍ମ କରାଯାଏ। ଏହାପରେ ତାଙ୍କ ବାହାଘର କରି ଦିଆଯାଏ। ତାଙ୍କୁ ନୃଶଂସଭାବେ ପିଟାଯାଇଯାଏ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଏ। ତାଙ୍କ ସ୍ବାମୀ ଏବଂ ପିଲାଙ୍କ ଉପରେ ଅତ୍ୟାଚାର କରାଯାଇଥାଏ ଏବଂ ତାଙ୍କୁ ରହିବାପାଇଁ କେଉଁଠି ସ୍ଥାନ ଦିଆଯାଇନଥାଏ। ଏହା ପାକିସ୍ତାନ ଇତିହାସରେ କୈାଣସି ନୂଆ କଥା ନୁହେଁ। ୧୯୪୭ମସିହାରୁ ଆରମ୍ଭ କରି ଏଯାଏଁ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାଭଳି ଅନେକ ଘଟଣା ସାମନାକୁ ଆସିଛି। କିନ୍ତୁ ଏହି ଘଟଣା ପ୍ରମାଣିତ କରିଛି ଯେ ପାକିସ୍ତାନ କେବେ ସୁଧୁରି ପାରିବ ନାହିଁ।

ଏହି ଘଟଣା ଘଟିଛି ସାଇମା ଇକବାଲଙ୍କ ସହ। ୩୫ବର୍ଷ ବୟସ୍କ ସାଇମା ପାକିସ୍ତାନୀ ଖ୍ରୀଷ୍ଟାନ୍। ସେ ୩ପୁଅଙ୍କ ମାଆ ଏବଂ ତାଙ୍କ ସହ ଯାହା ହୋଇଛି ଶୁଣିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ। ସାଇମାଙ୍କୁ ଫେବୃୟାରୀ ୨୫ତାରିଖ ଦିନ ଅପହରଣ କରାଯାଇଥିଲା ଏବଂ ଜବରଦସ୍ତି ଇସଲାମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା।

ସାଇମାଙ୍କ ଅପହରଣ କରିଥିବା ବ୍ୟକ୍ତିର ନାଁ ମହମ୍ମଦ ଖାଲିଦ ସାତି। ମହମ୍ମଦ ତାଙ୍କୁ ଅପହରଣ କରିବା ପରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ସାଇମାଙ୍କୁ ଧମକ ଦିଆଯାଇଥିଲା ଯେ ତାଙ୍କ ପରିବାର ଲୋକଙ୍କୁ ମାରି ଦିଆଯିବ। ସାଇମାଙ୍କୁ ଅତ୍ୟନ୍ତ ନୃଶଂସଭାବେ ପିଟାଯାଇଥିଲା ଏବଂ ବହୁତ ଥର ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଏହାପରେ ଜବରଦସ୍ତି ସାଇମାଙ୍କୁ ବିବାହ କରିଥିଲେ। ପୋଲିସ୍ ଏହା ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ସାଇମାଙ୍କ ସ୍ବାମୀ ନାଭେଦ ଇକବାଲ ଏକ କଲ୍ ସେଣ୍ଟରରେ କାମ କରନ୍ତି। ତାଙ୍କର ନାଇଟ୍ ଶିଫ୍ଟ ହୋଇଥିବାରୁ ସେ ଫେବୃୟାରୀ ୨୬ତାରିଖରେ ଜାଣିଲେ ତାଙ୍କ ପତ୍ନୀଙ୍କୁ ଅପହରଣ କରାଯାଇଥିଲା। ନାଭେଦ ତତକ୍ଷଣାତ୍ ଯାଇ ପୋଲିସଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ୍ ଏତିପ୍ରତି ଧ୍ୟାନ ଦେଇନଥିଲା। ମାର୍ଚ୍ଚ ୧ତାରିଖ ଯାଏଁ ପୋଲିସ୍ ରିପୋର୍ଟ ଦାୟେର କରିନଥିଲା। ନାଭେଦ ଆତ୍ମହତ୍ୟା କରିବେ ବୋଲି ଧମକ ଦେବାରୁ ପୋଲିସ ରିପୋର୍ଟ ଦାୟେର କରିଥିଲା।

ସାଇମାଙ୍କ ସ୍ବାମୀ ବୟାନରେ ଏହା କହିଛନ୍ତି ଯେ ସେ ଏଠାରେ ଜମା ସୁରକ୍ଷିତ ଅବସ୍ଥାରେ ନାହାନ୍ତି। ଅଭିଯୁକ୍ତକୁ ମାର୍ଚ୍ଚ ୫ତାରିଖରେ ଗିରଫ କରାଯାଇଥିଲା ଏବଂ ସାଇମାଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। କିନ୍ତୁ  ସେତେବେଳେ ନାଭେଦଙ୍କ ପାଦ ତଳୁ ମାଟି ଖସିଯାଇଥିଲା ଯେତେବେଳେ ତାଙ୍କୁ ଜଣା ପଡ଼ିଥିଲା ଯେ ପୋଲିସ୍ ଅଭିଯୁକ୍ତକୁ ସମର୍ଥନ କରୁଛି।

ନାଭେଦଙ୍କୁ ପୋଲିସ୍ ଆଉ ଏକ କାହାଣୀ ଶୁଣାଇଥିଲା ଏବଂ କହିଥିଲା ଯେ ସାଇମାଙ୍କ ବିବାହ ହୋଇଯାଇଛି। ଏବେ ସେ ମୁସଲମାନ ଏବଂ ତାଙ୍କର ଧର୍ମପରିବର୍ତ୍ତନ ଏବଂ ବିବାହର କାଗଜପତ୍ର ରହିଛି। ନାଭେଦଙ୍କୁ ତାଙ୍କ ପତ୍ନୀଙ୍କୁ ଭେଟିବାର ଅନୁମତି ଦିଆଯାଇନଥିଲା। ନାଭେଦଙ୍କ କହିବାନୁସାରେ ସମସ୍ତ କାଗଜପତ୍ର ନକଲି କାରଣ ବିବାହ ସାର୍ଟିଫିକେଟରେ କାଜିଙ୍କ ଦସ୍ତଖତ ନାହିଁ।

ଇକବାଲ ଦମ୍ପତିଙ୍କ ୩ଟି ପୁଅ। ପୋଲିସ୍ ଏବେ ବି ଅଭିଯୁକ୍ତକୁ ସମର୍ଥନ କରୁଛି ଏବଂ ମହମ୍ମଦ ଖାଲିଦ ପୋଲିସ ସାମନାରେ ସାଇମାଙ୍କୁ ଧମକ ଦେଇଥିଲା ଏବଂ କହିଥିଲା ସାର୍ଟିଫିକେଟ ନ ନେଲେ ତାଙ୍କ ପରିବାରକୁ ଭୋଗିବାକୁ ପଡ଼ିବ। ନାଭେଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଆର୍ନ୍ତଜାତୀୟ ସଂଖ୍ୟାଲଘୁ ସଙ୍ଘକୁ ଅପିଲ କରିଛନ୍ତି ଯେ ତାଙ୍କୁ ସାହାଯ୍ୟ କରାଯାଉ।

   Related Posts