Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ବ୍ରିଟେନ୍‌ରେ ପାକିସ୍ତାନୀଙ୍କ ଏଣ୍ଟ୍ରି ଉପରେ ବ୍ୟାନ୍‌, ଏହି ସବୁ ଦେଶ ବି ରେଡ୍‌ ଲିଷ୍ଟରେ ସାମିଲ

2/04/2021 at 6:26 PM

ନୂଆଦିଲ୍ଲୀ  ୨/୪: କରୋନା ମହାମାରୀ ପୁଣି ଥରେ ଫେରିଛି। ଏପରିକି ଏହା ଏତେ ଉଗ୍ର ରୂପ ଧାରଣ କରୁଛି ଯେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଏହାକୁ ନଜରରେ ରଖି ବିଭିନ୍ନ ଦେଶ ଗତବର୍ଷର ଅନୁଭୂତିକୁ ନେଇ ଚଳିତବର୍ଷର ସଂକ୍ରମଣକୁ ରୋକିବାକୁ ପ୍ରୟାସ କରୁଛନ୍ତି। ସଂକ୍ରମଣ ରୋକିବାକୁ ପଦକ୍ଷେପ ନେବାକୁ ଯାଇ ବ୍ରିଟେନ୍‌ ସରାକାର ପାକିସ୍ତାନୀଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି।  ଏହି କଟକଣା ୯ ଏପ୍ରିଲ୍‌ରୁ ଲାଗୁ ହେବାକୁ ଯାଉଛି।

ବ୍ରିଟେନ ଯାଇପାରିବେନି ପାକିସ୍ତାନ ଲୋ​‌କେ। ପାକିସ୍ତାନ ବ୍ୟତୀତ ବାଂଲାଦେଶ, କେନିଆ ଏବଂ ଫିଲିପାଇନ୍ସକୁ ମଧ୍ୟ ବ୍ରିଟେନ୍‌ର ରେଡ୍‌ ଲିଷ୍ଟରେ ସାମିଲ କରାଯାଇଛି। କିନ୍ତୁ ଏହି ସବୁ ଦେଶରୁ ଆସୁଥିବା ବ୍ରିଟିଶଙ୍କ ଉପରେ କୌଣସି ପ୍ରତିବନ୍ଧ ରହିବ ନାହିଁ। କିନ୍ତୁ ସେମାନଙ୍କୁ ୧୦ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ପାକିସ୍ତାନରେ ବ୍ରିଟିଶ ଆମ୍ଭାସେଡର ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

କ୍ବାରେଣ୍ଟାଇନ୍‌ ସମୟରେ ଏହି ସବୁ ଦେଶରୁ ଆସୁଥିବା ଲୋକଙ୍କୁ ଦୁଇ ଥର କରୋନା ପରୀକ୍ଷା କରାଯିବ। ସୂଚୀରେ  ସ୍ଥାନୀତ ଅନ୍ୟ ଦେଶଗୁଡ଼ିକ ହେଉଛି, ଅଙ୍ଗୋଲା, ବୋଲିବିୟା, ବ୍ରାଜିଲ, ଚିଲି, କୋଲମ୍ବିଆଳ କଂଗୋ, ଫ୍ରେଞ୍ଚ ଗୁଏନା, ଗୟାନା, ଲୋସୋଥୋ, ମଲାବୀ, ମୋଜାମ୍ବିକ୍‌, ଓମାମ, ପେରୁ, ଦକ୍ଷିଣ ଆଫ୍ରିକା, ସୁରିନାମ, ତାଞ୍ଜାନିଆ, ୟୁଏଇ, ଭେନେଜୁଏଲା, ଜାମ୍ବିଆ ଏବଂ ଜିମ୍ବାଓ୍ବେ।

   Related Posts