Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବନି ଥିଲେ ବିୟୁଟି କ୍ୟୁଇନ୍ – ଏମିତି ଚାଲିଗଲା ପାକିସ୍ତାନୀ ସୁନ୍ଦରୀଙ୍କ ଜୀବନ

6/12/2019 at 7:59 PM

ନୂଆଦିଲ୍ଲୀ୬/୧୨: ୨୦୧୨ ମସିହାରେ ପାକିସ୍ତାନୀ ବିୟୁଟି କ୍ୟୁଇନ୍ ଜାନିଭ୍‌ ଜାବେଦ ମିସ୍‌ ପାକିସ୍ତାନ ଓ୍ବାର୍ଲଡ୍‌ ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ଏହି ଇଭେଣ୍ଟରେ ଜାନିଭ୍‌ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଥିଲା । ଏଥିସହ ମିସ୍ ପାକସ୍ତାନ ଓ୍ବାର୍ଲଡର କ୍ରାଉନର ମୁକୁଟି ଜାନିଭ୍ ପିନ୍ଧିଥିଲେ। ତେବେ ନ୍ୟୁୟର୍କରେ କାର ଦୁର୍ଘଟଣାରେ ଜାନିଭ୍‌ଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ୩୨ ବର୍ଷ ବୟସ୍କା ଜାନିଭ୍‌ ମ୍ୟାରିଲ୍ୟାଣ୍ତର ଇଣ୍ଟର- କାଉଣ୍ଟି କନେକ୍ଟରରେ କାର ଚଳାଉଥିବା ସମୟରେ ଏହି କାର୍ ଦୁର୍ଘଟଣା ଘଟିଥିଲା। ଜାନିଭ୍ କାର ନେଇ ଯାଉଥିବା ସମୟରେ ରାସ୍ତାରେ ଥବା ଖୁଣ୍ଟରେ ପିଟି ହୋଇ କାର୍‌ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜାନିଭ୍‌ଙ୍କ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜାନିଭ୍‌ଙ୍କ ମୃତ ଶବକୁ ଉଦ୍ଧାର କରିଥିଲା। ନିଶାସକ୍ତ ଅବସ୍ଥାରେ ଜାନିଭ୍‌ କାର ଚଳାଉଥିବା ସନ୍ଦେହରେ ତାଙ୍କ କାର ଯାଞ୍ଚ କରାଯାଇଥିଲା। କିନ୍ତୁ କାରରେ କୌଣସି ପ୍ରକାରର ନିଶା ସାମଗ୍ରୀ ମିଳି ନ ଥିଲା। କାରରେ ଜାନିଭ୍‌ ଏକୁଟିଆ ଥିବା ସୂଚନା ମିଳିଥିଲା।

ସୂଚନାଯୋଗ୍ୟ ଯେ ୨୦୧୨ ମସିହାରେ ପାକିସ୍ତାନ ଓ୍ବାର୍ଲଡ ପିଜେଣ୍ଟରେ ଲାହୋରରୁ ଜାନିଭ୍ ପ୍ରତିନିଧିତ୍ବ କରିଥିଲେ। ସେହି ଇଭେଣ୍ଟରେ ତାଙ୍କୁ ବିଜେତା ଭାବେ ଘୋଷଣା କରିଥିଲେ। ବିଜୟର ମୁକୁଟ ଜାନିଭ୍‌ ପିନ୍ଧିଥିଲେ। ସୋସିଆଲ ମିଡିଆରେ ଜାନିଭ୍‌ ଶେଷଥର ପାଇଁ ଫଟୋ ପୋଷ୍ଟ କରିଥିଲେ। ହସ ହସ ମୁହଁର ଦୁଇଟି ଫଟୋ ପୋଷ୍ଟ କରିଥିଲେ।

   Related Posts