ପାକିସ୍ତାନୀ ବ୍ୟାଟର୍ ମାରିଲେ ଏମିତି ସଟ୍, ତଳେ ପଡିଗଲେ ଅମ୍ପାୟାର, ଦେଖନ୍ତୁ ଭିଡିଓ...

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ,୧୨/୧୧:  ଟି୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳିଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୭୬ ରନର ସ୍କୋର କରିଥିଲା । ଏହାସହ ଅଷ୍ଟ୍ରେଲିଆ ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ମହମ୍ମଦ ରିଜଓ୍ୱାନ ପୁଣି ଥରେ ଧୂଆଁଧାର ପାଳି ଖେଳିଥିଲେ । ଶେଷରେ ଫଖର ଜମାନ୍ ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ଫଖର ଏପରି ଏକ ସଟ୍ ଖେଳିଥିଲେ ଯେଉଁଥିରେ ଅମ୍ପାୟାର ତଳେ ପଡି ଯାଇଥିଲେ ।

ଘଟିଲା ଏମିତି

ପାକିସ୍ତାନ ଇନିଂସର ୧୮ ତମ ଓଭରରେ ଏହା ଘଟିଥିଲା । ଫଖର୍ ଷ୍ଟ୍ରାଇକରେ ଥିଲେ । ମିଚେଲ୍ ଷ୍ଟାର୍କ ବୋଲିଂ କରୁଥିଲେ । ସେତେବେଳେ ଫଖର ଏକ ସିଧା ସଟ୍ ମାରିଥିଲେ । ଯାହା ଅମ୍ପାୟାରଙ୍କ ମୁଣ୍ଡ ଉପର ଦେଇ ଚାଲିଗଲା । ଏହି ସମୟରେ ସେ ତଳକୁ ନଇଁ ପଡିବା ସହ ପଡି ଯାଇଥିଲେ ।

ବଲର ବେଗ ଏତେ ଅଧିକ ଥିଲା ଯେ ଅମ୍ପାୟର ନଇଁ ନଥିଲେ ତାହା ସିଧା ତାଙ୍କ ମୁଣ୍ଡରେ ବାଜିଥାନ୍ତା । କିନ୍ତୁ ବଲ ସିଧା ବାଉଣ୍ଡରୀ ଲାଇନକୁ ଚାଲିଗଲା । ଏହାପରେ ସେ ଉଠି କୌକା ହୋଇଥିବା ଇଶାରା ଦେଇଥିଲେ । ଆଇସିସି ଏହାର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରିଛି ।

wp:html
/wp:html

ସୂଚନାଯୋଗ୍ୟ, ଏହି ମୁକାବିଲାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ୧୭୭ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଜିତିନେଇଥିଲା । ମ୍ୟାଚ୍ ଅତି ରୋମାଞ୍ଚକର ଥିଲା । ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ଅଷ୍ଟ୍ରେଲିଆ ମାର୍କସ୍ ଷ୍ଟୋଇନ୍ସ ଓ ଓ୍ୱେଡଙ୍କ ଦମଦାର ବ୍ୟାଟିଂ ବଳରେ ବିଜୟ ଛଡାଇ ଆଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.